ରୋହିତ ଅନୁଷ୍କାଙ୍କୁ ସର୍‌ନେମ୍‌ ନବଦଳାଇବାକୁ କାହିଁକି କହିଲେ? ଜବାବ ଦେଲେ ବିରାଟ କୋହଲି

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଟିମ୍‌ ଇଣ୍ଡିଆର ହିଟ୍‌ ମ୍ୟାନ୍‌ ରୋହିତ ଶର୍ମା ନିକଟରେ ଏକ ଟ୍ୱିଟ୍‌ କରି ଚର୍ଚ୍ଚା ଘେରକୁ ଆସିଛନ୍ତି। ସେ ଟ୍ୱିଟ୍‌ ମାଧ୍ୟମରେ ବିରାଟ-ଅନୁଷ୍କାଙ୍କ ବିବାହର ଶୁଭେଚ୍ଛା ବର୍ତ୍ତା ଦେଇଥିଲେ। ଏହାସହ ଅନୁଷ୍କା ଶର୍ମାଙ୍କୁ ତାଙ୍କ ସରନେମ୍‌ ନ ବଦଳାଇବା ପାଇଁ କହିଥିଲେ। ଏହାସହ ବିରାଟ କୋହଲିଙ୍କୁ ଜଣେ ଭଲ ସ୍ୱାମୀ ହେବା ପାଇଁ ଏକ ନୋଟ୍‌ବୁକ୍‌ ଉପହାର ଦେବାକୁ ରୋହିତ କହିଥିଲେ। ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ ଯେ ରୋହିତଙ୍କ ସର୍‌ନେମ୍‌ ଶର୍ମା ହୋଇଥିବା ବେଳେ […]

aaa

aaa

Rakesh Mallick
  • Published: Thursday, 21 December 2017
  • Updated: 21 December 2017, 11:27 AM IST

Sports

Latest News

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଟିମ୍‌ ଇଣ୍ଡିଆର ହିଟ୍‌ ମ୍ୟାନ୍‌ ରୋହିତ ଶର୍ମା ନିକଟରେ ଏକ ଟ୍ୱିଟ୍‌ କରି ଚର୍ଚ୍ଚା ଘେରକୁ ଆସିଛନ୍ତି। ସେ ଟ୍ୱିଟ୍‌ ମାଧ୍ୟମରେ ବିରାଟ-ଅନୁଷ୍କାଙ୍କ ବିବାହର ଶୁଭେଚ୍ଛା ବର୍ତ୍ତା ଦେଇଥିଲେ। ଏହାସହ ଅନୁଷ୍କା ଶର୍ମାଙ୍କୁ ତାଙ୍କ ସରନେମ୍‌ ନ ବଦଳାଇବା ପାଇଁ କହିଥିଲେ। ଏହାସହ ବିରାଟ କୋହଲିଙ୍କୁ ଜଣେ ଭଲ ସ୍ୱାମୀ ହେବା ପାଇଁ ଏକ ନୋଟ୍‌ବୁକ୍‌ ଉପହାର ଦେବାକୁ ରୋହିତ କହିଥିଲେ। ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ ଯେ ରୋହିତଙ୍କ ସର୍‌ନେମ୍‌ ଶର୍ମା ହୋଇଥିବା ବେଳେ ଅନୁଷ୍କାଙ୍କ ସର୍‌ନେମ୍ ବି ଶର୍ମା। ରୋହିତ ଟ୍ୱିଟ୍‌ ଜରିଆରେ ଏହା କହିବା ପରେ ଅନୁଷ୍କାଙ୍କ ନିକଟରୁ ଜବାବ ଆସିଥିଲା। ସେ ରୋହିତଙ୍କୁ ଧନ୍ୟବାଦ ଦେବା ସହ ତାଙ୍କର ଦ୍ୱିଶତକ ପାଇଁ ଶୁଭେଚ୍ଛା ଜଣାଥିଲେ। ହେଲେ ସରନମ୍‌ ବିଷୟରେ କିଛି ଜବାବ ଦେଇନଥିଲେ।

ବିରାଟ କୋହଲି କିନ୍ତୁ ଚୁପ୍ ନ ରହି ରୋହିତଙ୍କୁ ଜବାବ ଦେଇଥିଲେ। ବିରାଟଙ୍କ ଏମିତି ଜବାବ ଥିଲା ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ବିରାଟ କହିଥିଲେ ଯେ ତାଙ୍କୁ ଦ୍ୱିଶତକ ପାଇଁ ନୋଟ୍‌ବୁକ୍‌ ଦରକାର। ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ ଯେ ଆଜି ଦିଲ୍ଲୀରେ ବିରାଟ-ଅନୁଷ୍କା ରିସେପସନ୍‌ ପାର୍ଟି ଦେଉଥିବା ବେଳେ ୨୬ ତାରିଖରେ ମୁମ୍ବାଇରେ ଆଉ ଏକ ରିସେପସନ୍‌ ପାର୍ଟିର ଆୟୋଜନ କରାଯାଇଛି। ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କରେ ରହିବା ପରେ ବିରାଟ ଓ ଅନୁଷ୍କା ଗତ ୧୧ ତାରିଖରେ ବିବାହ କରିଥିଲେ। ଇଟାଲୀର ମିଲାନରେ ଉଭୟଙ୍କ ବିବାହ ଉତ୍ସବ ସମ୍ପନ୍ନ ହୋଇଥିଲା। ପରେ ଏହି ସେଲିବ୍ରିଟି ଯୋଡ଼ି କିଛିଦିନ ପାଇଁ ହନିମୁନ ଟ୍ରିପରେ ଯାଇ ଭାରତ ଫେରିଛନ୍ତି।

https://youtu.be/DFW6HHOIYZY

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos