ଶେଷରେ ନିଜ ଦାଢ଼ିର ବୀମା କରାଇଲେ ବିରାଟ କୋହଲି: ଭାଇରାଲ୍ ହେଲା ଭିଡ଼ିଓ
ଭାରତୀୟ କ୍ରିକେଟ୍ ଟିମ୍ର ଅଧିନାୟକ ବିରାଟ କୋହଲି ନିଜର ଆକର୍ଷଣୀୟ ବ୍ୟାଟିଂ ପାଇଁ ଅନେକ ରେକର୍ଡର ଅଧିକାରୀ ହୋଇସାରିଲେଣି। କ୍ରିକେଟ୍ ବ୍ୟତୀତ କୋହଲି ନିଜର ଫିଟ୍ନେସ୍ ଓ ଲୁକ୍ ଉପରେ ମଧ୍ୟ ଧ୍ୟାନ ଦେବାକୁ ଭୁଲନ୍ତି ନାହିଁ। ଯେଉଁଥିପାଇଁ ସୋସିଆଲ୍ ମିଡ଼ିଆରେ କୋହଲି ବେଶ୍ ଲୋକପ୍ରିୟ। ବିରାଟଙ୍କ ସୁନ୍ଦର ଦାଢି ପାଇଁ କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ତାଙ୍କର ଲୋକପ୍ରିୟତା ବେଶ୍ ଅଧିକ। ଭାରତରେ ବିରାଟଙ୍କ ଦାଢିଙ୍କ ଦାଢିକୁ ନେଇ ଯୁବ ପିଢୀଙ୍କ ମଧ୍ୟରେ ଏକ କ୍ରେଜ୍ ଦେଖାଦେଇଛି। ଅନେକ ଏଭଳି ଦାଢ଼ି ରଖିବାକୁ ପସନ୍ଦ କରିଥାନ୍ତି।
ନିକଟରେ ଓପନର୍ ଲୋକେଶ ରାହୁଲ କୋହଲିଙ୍କ ଏକ ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ପୋଷ୍ଟ କରିବା ପରେ ଚର୍ଚ୍ଚା ଜୋର ଧରିଛି। ଯେଉଁ ଭିଡ଼ିଓରେ କୋହଲି ଏକ ସୋଫା ଉପରେ ବସିଥିବା ବେଳେ ଦୁଇ ଜଣ ବ୍ୟକ୍ତି ତାଙ୍କ ଦାଢ଼ିର ଫଟୋ ନେଉଛନ୍ତି। ଏହାପରେ କୋହଲି ଏକ ପେପର୍ରେ ଦସ୍ତଖତ ମଧ୍ୟ କରୁଛନ୍ତି। ଏଭଳି ଭିଡ଼ିଓ ସୋସିଆଲ୍ ମିଡ଼ିରେ ପୋଷ୍ଟ ହେବା ପରେ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡ଼ିଓ ସାମ୍ନାକୁ ଆସିବା ପରେ କୁହାଯାଉଛି ବିରାଟ ତାଙ୍କ ଦାଢ଼ିର ବିମା କରାଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।