୩ ବର୍ଷ ପରେ କୋହଲିଙ୍କ ମ୍ୟାଚ୍‌ ଫି ବିବାଦ ତୁଟିଲା

ନୂଆଦିଲ୍ଲୀ: ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ ମହାସଂଘ(ଡିଡିସିଏ) ଓ ବିରାଟ କୋହଲିଙ୍କ ମଧ୍ୟରେ ୩ ବର୍ଷର ମ୍ୟଚ୍‌ ଫି ବିବାଦ ଆଜି ତୁଟିଛି। ୨୦୧୩ ଏନ୍‌କେପି ସାଲ୍‌ଲେ ଚ୍ୟାଲେଞ୍ଜର ଟ୍ରଫିରେ ଦିଲ୍ଲୀର ଅଧିନାୟକ ଥିଲେ ବିରାଟ କୋହଲି। ଏହି ବାବଦକୁ ଡିଡିସିଏ ବିରାଟଙ୍କୁ ୧୭୬,୪୦୦ ଟଙ୍କା ଦେବାକୁ ଥିଲା। କିନ୍ତୁ କୌଣସି କାରଣ ଯୋଗୁଁ ଏହା ବିରାଟଙ୍କୁ ଦେଇ ନ ଥିଲା ଡିଡିସିଏ। ଏହାକୁ ନେଇ ବିରାଟ ଆଇନ୍‌ର ଆଶ୍ରୟ ନେଇଥିଲେ। ମିଳିଥିବା ସୂଚନା ମୁତାବକ ୨୦୧୩-୧୪ […]

kohali

Rakesh Mallick
  • Published: Sunday, 19 June 2016
  • , Updated: 19 June 2016, 06:07 PM IST

ନୂଆଦିଲ୍ଲୀ: ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ ମହାସଂଘ(ଡିଡିସିଏ) ଓ ବିରାଟ କୋହଲିଙ୍କ ମଧ୍ୟରେ ୩ ବର୍ଷର ମ୍ୟଚ୍‌ ଫି ବିବାଦ ଆଜି ତୁଟିଛି। ୨୦୧୩ ଏନ୍‌କେପି ସାଲ୍‌ଲେ ଚ୍ୟାଲେଞ୍ଜର ଟ୍ରଫିରେ ଦିଲ୍ଲୀର ଅଧିନାୟକ ଥିଲେ ବିରାଟ କୋହଲି। ଏହି ବାବଦକୁ ଡିଡିସିଏ ବିରାଟଙ୍କୁ ୧୭୬,୪୦୦ ଟଙ୍କା ଦେବାକୁ ଥିଲା। କିନ୍ତୁ କୌଣସି କାରଣ ଯୋଗୁଁ ଏହା ବିରାଟଙ୍କୁ ଦେଇ ନ ଥିଲା ଡିଡିସିଏ। ଏହାକୁ ନେଇ ବିରାଟ ଆଇନ୍‌ର ଆଶ୍ରୟ ନେଇଥିଲେ।

ମିଳିଥିବା ସୂଚନା ମୁତାବକ ୨୦୧୩-୧୪ ଓ ୨୦୧୪-୧୫ ବର୍ଷରେ ଦିଲ୍ଲୀର ରେଗୁଲାର ଖେଳାଳିଙ୍କୁ ଡିଡିସିଏ ବକେୟା ଟଙ୍କା ଦେବାକୁ ଯୋଜନା କରୁଛନ୍ତି। ଡିଡିସିଏ କର୍ତ୍ତୃପକ୍ଷ ଭାରତୀୟ ଦଳର ଓପନ୍‌ର ଶିଖର ଧାୱନଙ୍କ ବିଜୟ ହଜାରେ ଟ୍ରଫି ବାବଦ ୨୩୭,୬୦୦ ଟଙ୍କା ଦେବାକୁ ରାଜି ହୋଇଛି। ଏହା ସହ ବିରେନ୍ଦ୍ର ସେହୱାଗ୍‌ଙ୍କ ମଧ୍ୟ ବାକେୟା ଅର୍ଥ ଦେବାକୁ ଡିଡିସିଏ ରାଜି ହୋଇଛି।

ଡିଡିସିଏର କୋଷାଧ୍ୟକ୍ଷ ରବିନ୍ଦର ମନ୍‌ଚାନ୍ଦନା କହିଛନ୍ତି,“ବିରାଟ, ଶିଖର ଓ ସେହୱାଗଙ୍କ ପରି ଖେଳାଳିଙ୍କ ବକେୟା ଅର୍ଥ ଖୁବ୍‌ଶୀଘ୍ର ଦିଆଯିବ। ସଂଘ ନିକଟରେ ଉଦ୍‌ବୃତ୍ତ ଅର୍ଥ ଥିବାରୁ ସେମାନଙ୍କ ପାଉଣା ଖୁବ୍‌ ଶୀଘ୍ର ଦିଆଯିବା।”

Related story