ବିବାଦରେ ବିରାଟ କୋହଲି । ହେଲେ ଏଥର ପ୍ରେମିକା ଅନୁଷ୍କାଙ୍କ ପାଇଁ ନୁହେଁ। ବଂର ଜଣେ ଆଙ୍କରଙ୍କ ପାଇଁ। ଆଇପିଏଲ ମ୍ୟାଚ୍ ଚାଲିଥିବା ବେଳେ ଜଣେ ମହିଳା ଟିଭି ଆଙ୍କରଙ୍କ ବିରାଟଙ୍କ ଇଣ୍ଟରଭ୍ୟୁ ନେଉଥିଲେ। ତେବେ ଏହି ସମୟରେ କୋହଲି ଆଙ୍କରଙ୍କ ପ୍ରଶ୍ନର ଉତ୍ତର ନଦେଇ, ତାଙ୍କ ଗୋଡ଼କୁ ନିରେଖି ଦେଖୁଥିବା ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି।
ଟିଭି ଆଙ୍କର ଅର୍ଚ୍ଚନା ବିଜୟା ଏକ ରିପ୍ଡ ଜିନ୍ସ ପିନ୍ଧି ବିରାଟଙ୍କ ଇଣ୍ଟରଭ୍ୟୁ ନେଉଥିଲେ। ଆଉ ବିରାଟ ଟିଭି ଆଙ୍କରଙ୍କ ଆଣ୍ଠୁକୁ ଦେଖୁଥିଲେ। ଏହି ଫଟୋ ସୋସିଆଲ୍ ମିଡିଆରେ ବୁଲିବା ପରେ ବିରାଟଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଛି। କ୍ରିକେଟ୍ ହେଉ ବା ବଲିଉଡ୍। ସେଲିବ୍ରିଟିଙ୍କୁ ନେଇ ଏମିତି ଚର୍ଚ୍ଚା ଖୁବ୍ ସାଧାରଣ କଥା। ତେବେ ବିରାଟଙ୍କ ପ୍ରେମକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଆଙ୍କରଙ୍କୁ ନିରେଖି ଦେଖିବା ଏହି ଫଟୋ ତାଙ୍କ ଲଭ୍ ଲାଇଫ୍କୁ ଟିକେ ହଲଚଲ୍ କରିଛି। ତେବେ ପ୍ରଶ୍ନ ଉଠୁଛି ଅନୁଷ୍କା ଏ ଫଟୋ ଦେଖିବା ପରେ ବିରାଟଙ୍କୁ କଣ ପ୍ରଶ୍ନ ପଚାରିଥିବେ ଆଉ ପ୍ରେମିକାକୁ ବିରାଟ କଣ ସଫେଇ ଦେଇଥିବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ଅପେକ୍ଷା କରିଥିଲେ ପ୍ରେମିକା! ଜେଲ୍ରୁ ଆସି ବାହାହେଲେ
ପରିବାର ଲୋକଙ୍କ ବାରଣ ଯୋଗୁ ପୂର୍ଣ୍ଣିମାଙ୍କ ସହିତ କଥାବାର୍ତ୍ତା ବନ୍ଦ କରିଦେଲେ ଶୁକଦେବ। ପୂର୍ଣ୍ଣିମା ଫୋନ୍ କଲେ ସେ ଉଠାଉନଥିଲେ। ଯାହାକୁ ନେଇ ଚିନ୍ତାରେ ପଡ଼ି ଯାଇଥିଲେ ପୂର୍ଣ୍ଣିମା।
Special
ଝାଉଁ କାଠର ଘୋର ଅଭାବ; ସ୍ୱର୍ଗଦ୍ୱାରରେ ଲୋଡ଼ା କି ବୈଦ୍ୟୁତିକ ଚୁଲା?
ଜଣକା ୨ କ୍ୱିଣ୍ଟାଲ୍ କାଠର ଆବଶ୍ୟକତା ଥିବାରୁ ବର୍ଷକୁ ଏ ବାବଦରେ ପ୍ରାୟ ୭୨ ହଜାର କ୍ୱିଣ୍ଟାଲ କାଠ ଦରକାର। ଏପରିସ୍ଥଳେ ବନ ବିଭାଗ ପକ୍ଷରୁ ଅସ୍ତରଙ୍ଗ ଜଙ୍ଗଲରୁ ପୁରୀ ସ୍ୱର୍ଗଦ୍ୱାରକୁ ଯୋଗାଇ ଦିଆଯାଉଥିବା ଝାଉଁ କାଠର ଉତ୍କଟ ଅଭାବ ପରିଲକ୍ଷିତ ହୋଇଛି।
Special
ଆତ୍ମସମର୍ପଣର ୧୬ ବର୍ଷ ପରେ ସୂର୍ୟାମଙ୍କ ଘରେ ପହଞ୍ଚିଲା ଆନ୍ଧ୍ର ପୁଲିସ
ସୂର୍ଯ୍ୟମ୍ ମାଓ ସଙ୍ଗଠନରେ ଥିବା ବେଳେ ପ୍ରେମରେ ପଡ଼ିଥିଲେ। ସେହି ସଂଗଠନରେ କାର୍ଯ୍ୟ କରୁଥିବା ପବିତ୍ରା ନାୟକଙ୍କୁ ସେ ପ୍ରେମ କରୁଥିଲେ। ପରବର୍ତ୍ତୀ ସେ ପବିତ୍ରାଙ୍କୁ ପ୍ରେମ ବିବାହ କରିଥିଲେ। ପ୍ରେମ ବିବାହ ପରେ ବେଶୀ ଦିନ ସଙ୍ଗଠନରେ ରହି ପାରିନଥିଲେ।
Special
ଜେଲରୁ MA ପଢିବେ କୁଖ୍ୟାତ ମାଓନେତା ସବ୍ୟସାଚୀ ପଣ୍ଡା
ଜେଲ୍ ଭିତରେ ଅଧିକ ସମୟ ପାଠପଢାରେ କାଟୁଛନ୍ତି ମାଓନେତା ସବ୍ୟସାଚୀ ପଣ୍ଡା। ଓଡ଼ିଶା ଷ୍ଟେଟ୍ ଓପନ ୟୁନିଭର୍ସିଟିରୁ ପବ୍ଲିକ୍ ଆଡମିନିଷ୍ଟ୍ରେସନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବାକୁ ପଢୁଛନ୍ତି ପାଠ।
Special
ଦୁଇ ଘଣ୍ଟା ବନ୍ଦ ହୋଇଥିଲା ହାର୍ଟ ବିଟ୍; ତଥାପି ପୁନର୍ଜନ୍ମ ପାଇଲେ ଯବାନ
ଏମ୍ସ ଡାକ୍ତର ଔଷଧ ଦେଇ ଶୁଭକାନ୍ତଙ୍କ ବିପି ବଢ଼ାଇବାକୁ ଚେଷ୍ଟା କରିଥିଲେ। ହେଲେ ହାର୍ଟ ବିଟ୍ କିନ୍ତୁ କମି ଚାଲିଥିଲା। ଏହାରି ଭିତରେ ହଠାତ ହୋଇଥିଲା କର୍ଡିଆକ୍ ଆରେଷ୍ଟ। ବନ୍ଦ ହୋଇଗଲା ହାର୍ଟ ବିଟ୍। ତେଣୁ ଡାକ୍ତର ତାଙ୍କୁ CPR ଦେବା ଆରମ୍ଭ କରିଥିଲେ।