ସୋଶାଲ ମିଡିଆରେ ସଚିନ ଓ ଧୋନିଙ୍କୁ ପଛରେ ପକାଇଲେ ବିରାଟ୍

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟରେ ରେକର୍ଡ ପରେ ରେକର୍ଡ କରିଚାଲିଥିବା ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ସୋଶାଲ ମିଡିଆରେ ମଧ୍ୟ କମାଲ୍ କରିଛନ୍ତି। ନିକଟରେ ବିରାଟ୍ ପ୍ରଥମ କ୍ରିକେଟର ଭାବେ ଗୋଟିଏ ଦଶନ୍ଧିରେ ୨୦ହଜାର ରନ୍ କରି ବିଶ୍ୱ ରେକର୍ଡ କରିଥିଲେ। କ୍ରିକେଟ୍ ପରେ ସୋଶାଲ ମିଡିଆରେ ମଧ୍ୟ ବିରାଟ୍ ଏକ ରେକର୍ଡ କରିଛନ୍ତି। ବିରାଟ୍ ସୋଶାଲ ମିଡିଆରେ ସର୍ବାଧିକ ଫଲୋୟର୍ସ କ୍ରିକେଟର୍ ତାଲିକାରେ ପ୍ରଥମ ସ୍ଥାନରେ ରହିଛନ୍ତି। ସୋଶାଲ ମିଡିଆରେ ବିରାଟ୍ ଖୁବ୍ ସକ୍ରିୟ। ଟ୍ୱିଟର୍, […]

kohli

kohli

Ranjit Kumar Jena
  • Published: Sunday, 18 August 2019
  • Updated: 18 August 2019, 07:11 PM IST

Sports

Latest News

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟରେ ରେକର୍ଡ ପରେ ରେକର୍ଡ କରିଚାଲିଥିବା ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ସୋଶାଲ ମିଡିଆରେ ମଧ୍ୟ କମାଲ୍ କରିଛନ୍ତି। ନିକଟରେ ବିରାଟ୍ ପ୍ରଥମ କ୍ରିକେଟର ଭାବେ ଗୋଟିଏ ଦଶନ୍ଧିରେ ୨୦ହଜାର ରନ୍ କରି ବିଶ୍ୱ ରେକର୍ଡ କରିଥିଲେ। କ୍ରିକେଟ୍ ପରେ ସୋଶାଲ ମିଡିଆରେ ମଧ୍ୟ ବିରାଟ୍ ଏକ ରେକର୍ଡ କରିଛନ୍ତି। ବିରାଟ୍ ସୋଶାଲ ମିଡିଆରେ ସର୍ବାଧିକ ଫଲୋୟର୍ସ କ୍ରିକେଟର୍ ତାଲିକାରେ ପ୍ରଥମ ସ୍ଥାନରେ ରହିଛନ୍ତି।

ସୋଶାଲ ମିଡିଆରେ ବିରାଟ୍ ଖୁବ୍ ସକ୍ରିୟ। ଟ୍ୱିଟର୍, ଫେସବୁକ୍ ଓ ଇନଷ୍ଟାଗ୍ରାମରେ ତାଙ୍କର ୩ କୋଟିରୁ ଅଧିକ ଲେଖାଏ ଫଲୋୟର୍ସ ଅଛନ୍ତି। ଏହି ମାମଲାରେ ସେ ସଚିନ ତେନ୍ଦୁଲକର ଓ ମହେନ୍ଦ୍ର ସିଂହ ଧୋନିଙ୍କୁ ପଛରେ ପକାଇଛନ୍ତି। ବିରାଟଙ୍କ ପରେ ସଚିନ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସଚିନଙ୍କର ଟ୍ୱିଟରରେ ୩ କୋଟି, ଫେସବୁକରେ ୨.୮ କୋଟି ଏବଂ ଇନଷ୍ଟାଗ୍ରାମରେ ୧.୬୫ କୋଟି ଫଲୋୟର୍ସ ଅଛନ୍ତି। ଧୋନି ସୋଶାଲ ମିଡିଆରେ ସେତେଟା ସକ୍ରିୟ ନୁହନ୍ତି, କିନ୍ତୁ ସେ ଏହି ମାମଲାରେ ତୃତୀୟ ସ୍ଥାନରେ ଅଛନ୍ତି। ଧୋନିଙ୍କର ଇନଷ୍ଟାଗ୍ରାମରେ ୧.୬୫ କୋଟି, ଟ୍ୱିଟରରେ ୯୯ ଲକ୍ଷ୍ ଏବଂ ଫେସବୁକରେ ୨.୦୫ କୋଟି ଫଲୋୟର୍ସ ଅଛନ୍ତି।

ଟିମ୍ ଇଣ୍ଡିଆ ଓପ୍ନର ରୋହିତ୍ ଶର୍ମାଙ୍କର ଏହି ତିନୋଟି ଯାକ ପ୍ଲାଟଫର୍ମରେ ୧ କୋଟିରୁ ଅଧିକ ଫଲୋୟର୍ସ ଅଛନ୍ତି। ସୁରେଶ ରାଇନାଙ୍କର ଟ୍ୱିଟରରେ ୧.୬୭ କୋଟି, ଇନଷ୍ଟାଗ୍ରାମରେ ୯୦ ଲକ୍ଷ୍ୟ ଏବଂ ଫେସବୁକରେ ୩୧ ଲକ୍ଷ ଫଲୋୟର୍ସ ଅଛନ୍ତି। ଯୁବରାଜ ସିଂହଙ୍କ ଟ୍ୱିଟରରେ ୪୭ ଲକ୍ଷ, ଇନଷ୍ଟାଗ୍ରାମରେ ୭୫ ଲକ୍ଷ ଏବହ ଫେସବୁକରେ ୧.୪ କୋଟି ଫଲୋୟର୍ସ ଥିବା ବେଳେ ସ୍ପିନର ହରଭଜନ ସିଂହଙ୍କର ଟ୍ୱିଟରରେ ୧.୦୧ କୋଟି, ଇନଷ୍ଟାଗ୍ରାମରେ ୩୬ ଲକ୍ଷ ଏବଂ ଫେସବୁକରେ ୬୬ ଲକ୍ଷ ଫଲୋୟର୍ସ ଅଛନ୍ତି।

ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର୍ ଏବି ଡି'ଭିଲିୟର୍ସଙ୍କର ଟ୍ୱିଟରରେ ୬୭ ଲକ୍ଷ, ଇନଷ୍ଟାଗ୍ରାମରେ ୮୫ ଲକ୍ଷ ଏବଂ ଫେସବୁକରେ ୩୬ ଲକ୍ଷ ଫଲୋୟର୍ସ, ଭାରତୀୟ ଓପ୍ନର ଶିଖର ଧୱନଙ୍କର ଟ୍ୱିଟରରେ ୪୧ ଲକ୍ଷ, ଇନଷ୍ଟାଗ୍ରାମରେ ୪୮ ଲକ୍ଷ ଏବଂ ଫେସବୁକରେ ୮୯ ଲକ୍ଷ ଏବଂ ୱେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲଙ୍କର ଟ୍ୱିଟରରେ ୪୪ ଲକ୍ଷ, ଇନଷ୍ଟାଗ୍ରାମରେ ୨୮ ଲକ୍ଷ, ଫେସବୁକରେ ୭୮ ଲକ୍ଷ ଫଲୋୟର୍ସ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos