ବିରାଟ୍‌-ଅନୁଷ୍କାଙ୍କ ବିବାହକୁ ପୂରିଲା ଦୁଇ ବର୍ଷ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର କ୍ୟାପଟେନ୍ ବିରାଟ୍ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବିବାହକୁ ଆଜି ଦୁଇ ବର୍ଷ ପୂରିଛି। ଦୁହେଁ ଡିସେମ୍ବର ୧୧, ୨୦୧୭ରେ ଇଟାଲୀରେ ବିବାହ କରିଥିଲେ। ବିବାହ ପରେ ବିରାଟ୍ ଓ ଅନୁଷ୍କା ଅନେକ ସମୟରେ ସୋଶାଲ ମିଡିଆରେ ନିଜ ନିଜର ସ୍ମରଣୀୟ ମୁହୂର୍ତ୍ତର ଫଟୋକୁ ଶେଆର୍ କରନ୍ତି। ଆଜି ମଧ୍ୟ ଉଭୟ ସୋଶାଲ ମିଡିଆରେ ପରସ୍ପରକୁ ବିବାହ ବାର୍ଷିକୀର ବଧେଇ ଜଣାଇଛନ୍ତି। In reality there is only love […]

virushka

Ranjit Kumar Jena
  • Published: Wednesday, 11 December 2019
  • , Updated: 11 December 2019, 07:08 PM IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର କ୍ୟାପଟେନ୍ ବିରାଟ୍ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବିବାହକୁ ଆଜି ଦୁଇ ବର୍ଷ ପୂରିଛି। ଦୁହେଁ ଡିସେମ୍ବର ୧୧, ୨୦୧୭ରେ ଇଟାଲୀରେ ବିବାହ କରିଥିଲେ। ବିବାହ ପରେ ବିରାଟ୍ ଓ ଅନୁଷ୍କା ଅନେକ ସମୟରେ ସୋଶାଲ ମିଡିଆରେ ନିଜ ନିଜର ସ୍ମରଣୀୟ ମୁହୂର୍ତ୍ତର ଫଟୋକୁ ଶେଆର୍ କରନ୍ତି। ଆଜି ମଧ୍ୟ ଉଭୟ ସୋଶାଲ ମିଡିଆରେ ପରସ୍ପରକୁ ବିବାହ ବାର୍ଷିକୀର ବଧେଇ ଜଣାଇଛନ୍ତି।

ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ଟି-୨୦ ପୂର୍ବରୁ କୋହଲି ନିଜର ଏବଂ ପତ୍ନୀ ଅନୁଷ୍କାଙ୍କର ଫଟୋ ଟ୍ୱିଟରରେ ଶେଆର୍ କରିଛନ୍ତି। ଏହି ଫଟୋରେ ଅନୁଷ୍କା ବସିଛନ୍ତି ଏବଂ ବିରାଟ୍ ପଛରେ ଛିଡ଼ା ହୋଇ ତାଙ୍କ ମଥାକୁ ଚୂମ୍ବନ ଦେଉଛନ୍ତି। ଏହି ଫଟୋରେ ବିରାଟ୍ କ୍ୟାପସନ୍ ଦେଇଛନ୍ତି, "ବାସ୍ତବରେ ଏହା କେବଳ ଭଲପାଇବା ଛଡ଼ା ଆଉ କିଛି ନୁହେଁ। ଯେତେବେଳେ ଭଗବାନ୍ ଆପଣଙ୍କୁ ଜଣେ ଏଭଳି ମଣିଷ ଭେଟି ଦେଇଥାନ୍ତି, ଯିଏ ସର୍ବଦା କୃତଜ୍ଞତା ହୃଦୟଙ୍ଗମ କରାଇଥାଏ।"

ଏଭଳି ଏକ ଖାସ୍ ଦିନରେ ଅନୁଷ୍କା ମଧ୍ୟ କୋହଲିଙ୍କୁ ସ୍ୱତନ୍ତ୍ର ବାର୍ତ୍ତା ଦ୍ୱାରା ଶୁଭେଚ୍ଛା ଜଣାଇଛନ୍ତି। ଅନୁଷ୍କା ଟ୍ୱିଟରେ ଫ୍ରାନ୍ସର ଜଣେ ପ୍ରସିଦ୍ଧ କବି ଭିକ୍ଟର ହୁଗୋଙ୍କ ଏକ ପଂକ୍ତି ଉଲ୍ଲେଖ କରିଛନ୍ତି। ଏହାଛଡ଼ା ଅନୁଷ୍କା ଆହୁରି କହିଛନ୍ତି, "ଭଲପାଇବା କେବଳ ଏକ ଅନୁଭବ ନୁହେଁ, ଏହା ତା'ଠାରୁ ବହୁତ ଅଧିକ। ଏହା ଏକ ମାର୍ଗଦର୍ଶକ, ପ୍ରେରକ, ସତ୍ୟର ମାର୍ଗ ପାଇଁ ଉପଯୁକ୍ତ ପଥ ଏବଂ ମୁଁ ଭାଗ୍ୟବାନ୍ ଯେ ମୋତେ ଏସବୁ କିଛି ମିଳିଛି।

ସୂଚନାଯୋଗ୍ୟ, ବିରାଟ୍ ଓ ଅନୁଷ୍କା ୨୦୧୩ରେ ପରସ୍ପରକୁ ଡେଟ୍ କରିବା ଆରମ୍ଭ କରିଥିଲେ। କିନ୍ତୁ ଦୁହେଁ କେବେବି ସାର୍ବଜନିକ ଭାବେ ଏହାର ଖୁଲାସା କରିନଥିଲେ। ପରେ ବିରୁଷ୍କା ଇଟାଲୀରେ ସୀମିତ ସମ୍ପର୍କୀୟଙ୍କ ଉପସ୍ଥିତିରେ ହିନ୍ଦୁ ରୀତିନୀତିରେ ବିବାହ କରିଥିଲେ।

Related story