ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲି ଓ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ସୋଶାଲ୍ ମିଡିଆରେ ବେଶ୍ ସକ୍ରିୟ। ଅନେକ ସମୟରେ ଏହି ଯୋଡ଼ିଙ୍କର ରୋମାଣ୍ଟିକ ଫଟୋ ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥାଏ। ଏହାକୁ ମଧ୍ୟ ପ୍ରଶଂସକ ବହୁତ ପସନ୍ଦ କରନ୍ତି। ଦୀପାବଳି ଅବସରରେ ଏହି ଷ୍ଟାର୍ ଯୋଡ଼ି ନିଜର କିଛି ଫଟୋ ଶେଆର୍ କରିଛନ୍ତି। ପାର୍ବଣ୍ୟ ଅବସରରେ ବିରାଟ୍ ଓ ଅନୁଷ୍କାଙ୍କ ଯୋଡ଼ି ପାରମ୍ପରିକ ଭାରତୀୟ ଡ୍ରେସ୍ ପରିଧାନ କରି ଫଟୋ ଶେଆର୍ କରିଛନ୍ତି।
Happy Diwali to everyone. May the Festival of Lights light up your lives and bring more love and peace to all 🙏😇❤️ pic.twitter.com/36Gr0aA6ae
— Virat Kohli (@imVkohli) October 27, 2019
ଏହି ଫଟୋରେ କୋହଲି ଧଳା ଶାର୍ଟ ସହ ମ୍ୟାଚିଂ ପ୍ୟାଣ୍ଟ ଏବଂ ଏକ ଓଭରକୋଟ୍ ପରିଧାନ କରିଛନ୍ତି। ଅନ୍ୟପକ୍ଷରେ ଅନୁଷ୍କା ଲେହଙ୍ଗା ଏବଂ ଆଣ୍ଟିକ୍ ଜୁଏଲାରୀ ପିନ୍ଧିଛନ୍ତି। କୋହଲି ନିଜ ଟ୍ୱିଟର ହ୍ୟାଣ୍ଡଲରେ ଏହି ଫଟୋ ଶେଆର୍ କରିଛନ୍ତି। ଏଥିରେ କୋହଲି ଲେଖିଛନ୍ତି, "ସମସ୍ତଙ୍କୁ ଦୀପାବଳିର ଶୁଭେଚ୍ଛା। ଆଲୋକର ଏହି ପର୍ବ ଆପଣଙ୍କ ଜୀବନରେ ଆଲୋକ ଭରି ଦେଉ ଏବଂ ସମସ୍ତଙ୍କ ଜୀବନରେ ଏହା ଭଲପାଇବା ଏବଂ ଶାନ୍ତି ଆଣି ଦେଉ।" ସେହିପରି ଅନୁଷ୍କା ମଧ୍ୟ ନିଜ ଟ୍ୱିଟର୍ ହ୍ୟାଣ୍ଡଲରେ ମଧ୍ୟ କିଛି ଫଟୋ ଶେଆର୍ କରିଛନ୍ତି। ଅନୁଷ୍କା ନିଜ ପ୍ରଶଂସକଙ୍କୁ ଦୀପାବଳିର ଶୁଭକାମନା ଜଣାଇଛନ୍ତି।
Happy Diwali from us to you and your family. I hope we all find the light in us and may truth always triumph. 💜✨🙏 pic.twitter.com/QupvcXjcMT
— Anushka Sharma (@AnushkaSharma) October 27, 2019
କୋହଲିଙ୍କ ବ୍ୟତୀତ ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହ୍ୱାଗ, ରବି ଶାସ୍ତ୍ରୀ, ରୋହିତ୍ ଶର୍ମା, ଯଶପ୍ରୀତ ବୁମ୍ରା, ଈଶାନ୍ତ ଶର୍ମା, ଉମେଶ ଯାଦବ, ମନୋଜ ତିୱାରୀ ଏବଂ ଚେତେଶ୍ୱର ପୂଜାରା ମଧ୍ୟ ସୋଶାଲ ମିଡିଆରେ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି।