ଗାଙ୍ଗୁଲିଙ୍କୁ ପଛରେ ପକାଇଲେ ବିରାଟ୍ କୋହଲି

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ପ୍ରତି ମ୍ୟାଚରେ କିଛି ନା କିଛି ରେକର୍ଡ କରିଚାଲିଛନ୍ତି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ଶେଷ ହୋଇଥିବା ଆଣ୍ଟିଗୁଆ ଟେଷ୍ଟ ଜିତି ବିରାଟ୍ ଏକାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି। କୋହଲି ପ୍ରଥମ ଭାରତୀୟ ଭାବେ ବିଦେଶରେ ସର୍ବାଧିକ ଟେଷ୍ଟ ମ୍ୟାଚ୍ ଜିତିବାର ନୂଆ କୀର୍ତ୍ତିମାନ କରିଛନ୍ତି। ଏହି ମାମଲାରେ ସେ ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲିଙ୍କୁ ପଛରେ ପକାଇଛନ୍ତି। ବିରାଟ୍ ବିଦେଶରେ ୨୬ ଟେଷ୍ଟରେ ଭାରତର ନେତୃତ୍ୱ ନେଇଛନ୍ତି, ଯେଉଁଥିରେ ୧୨ଟି ବିଜୟ ମିଳିଛି। […]

virat

Ranjit Kumar Jena
  • Published: Monday, 26 August 2019
  • , Updated: 26 August 2019, 04:58 PM IST

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ପ୍ରତି ମ୍ୟାଚରେ କିଛି ନା କିଛି ରେକର୍ଡ କରିଚାଲିଛନ୍ତି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ଶେଷ ହୋଇଥିବା ଆଣ୍ଟିଗୁଆ ଟେଷ୍ଟ ଜିତି ବିରାଟ୍ ଏକାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି। କୋହଲି ପ୍ରଥମ ଭାରତୀୟ ଭାବେ ବିଦେଶରେ ସର୍ବାଧିକ ଟେଷ୍ଟ ମ୍ୟାଚ୍ ଜିତିବାର ନୂଆ କୀର୍ତ୍ତିମାନ କରିଛନ୍ତି। ଏହି ମାମଲାରେ ସେ ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲିଙ୍କୁ ପଛରେ ପକାଇଛନ୍ତି।

ବିରାଟ୍ ବିଦେଶରେ ୨୬ ଟେଷ୍ଟରେ ଭାରତର ନେତୃତ୍ୱ ନେଇଛନ୍ତି, ଯେଉଁଥିରେ ୧୨ଟି ବିଜୟ ମିଳିଛି। ଏହା ତୁଳନାରେ ଗାଙ୍ଗୁଲି ୨୮ ମ୍ୟାଚରେ ୧୧ଟିରେ ଭାରତକୁ ବିଜୟୀ କରାଇଛନ୍ତି। ସେହିପରି ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଭାରତ ୩୦ ଟେଷ୍ଟରୁ ୬ ଟେଷ୍ଟ, ରାହୁଲ୍ ଡ୍ରାଭିଡଙ୍କ ନେତୃତ୍ୱରେ ଭାରତ ୧୭ ଟେଷ୍ଟରୁ ୫ ଏବଂ ମନସୁର ଅଲୀ ପଟୌଦୀଙ୍କ ନେତୃତ୍ୱରେ ଭାରତ ବିଦେଶରେ ୧୩ ଟେଷ୍ଟରୁ ମାତ୍ର ୩ଟିରେ ବିଜୟୀ ହୋଇଥିଲା।

ଏହାଛଡ଼ା କ୍ୟାପଟେନ୍ ବିରାଟ୍ ଆଉ ଏକ ବଡ଼ ରେକର୍ଡ ମଧ୍ୟ କରିଛନ୍ତି। କୋହଲି ଏବେ ଭାରତର ସଫଳ ଟେଷ୍ଟ କ୍ୟାପଟେନ୍ ଭାବେ ମହେନ୍ଦ୍ର ସିଂହ ଧୋନିଙ୍କ ସମକକ୍ଷ ହୋଇଛନ୍ତି। କୋହଲି ୪୭ ଟେଷ୍ଟରେ ୨୭ ମ୍ୟାଚ୍ ଜିତିଥିବା ବେଳେ ଧୋନି ୬୦ ଟେଷ୍ଟ ସମାନ ବିଜୟ ହାସଲ କରିଛନ୍ତି। ତାଙ୍କ ପରେ ଗାଙ୍ଗୁଲିଙ୍କ ନେତୃତ୍ୱରେ ଭାରତ ୪୯ ଟେଷ୍ଟରେ ୨୧ ଏବଂ ମହମ୍ମଦ ଆଝାରୁଦ୍ଦିନଙ୍କ ନେତୃତ୍ୱରେ ଭାରତ ୧୪ ଟେଷ୍ଟ ମ୍ୟାଚ୍ ଜିତିଛି।

ଭାରତ ୱେଷ୍ଟଇଣ୍ଡିଜକୁ ୩୧୮ ରନରେ ପରାସ୍ତ କରିଛି। ରନ୍ ଦୃଷ୍ଟିରୁ ଭାରତର ଏହା ଚତୁର୍ଥ ବୃହତ ବିଜୟ। ଭାରତ ୨୦୧୫-୧୬ରେ ଦକ୍ଷିଣ ଆଫ୍ରିକାକୁ ଦିଲ୍ଲୀ ଟେଷ୍ଟରେ ୩୩୭ ରନରେ ହରାଇଥିଲା। ଏହା ପରେ ଭାରତ ୨୦୧୬ରେ ଇନ୍ଦୋରରେ ନ୍ୟୁଜିଲ୍ୟାଣ୍ଡକୁ ୩୨୧ ରନରେ ଏବଂ ମୋହାଲିରେ ଅଷ୍ଟ୍ରେଲିଆକୁ ୩୨୦ ରନରେ ହରାଇଥିଲା।

Related story