କୋହଲିଙ୍କୁ ୱିଜଡେନର ଆଉ ଏକ ବଡ଼ ସମ୍ମାନ

ଲଣ୍ଡନ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ ୱିଜଡେନ୍ ଆଉ ଏକ ବଡ଼ ସମ୍ମାନ ଭେଟି ଦେଇଛି। ଦୁଇଦିନ ତଳେ ଦଶନ୍ଧିର ଶ୍ରେଷ୍ଠ ଦିନିକିଆ ଓ ଟେଷ୍ଟ ଦଳର ଘୋଷଣା କରିଥିବା ୱିଜଜେନ୍ ଆଜି ଦଶନ୍ଧିର ଶ୍ରେଷ୍ଠ ପାଞ୍ଚ କ୍ରିକେଟର ନାଁ ଘୋଷଣା କରିଛି, ଯେଉଁଥିରେ କୋହଲିଙ୍କୁ ସ୍ଥାନ ମିଳିଛି। କୋହଲିଙ୍କ ବ୍ୟତୀତ ଦକ୍ଷିଣ ଆଫ୍ରିକାର ଡେଲ୍ ଷ୍ଟେନ୍ ଓ ଏବି ଡି’ଭିଲିୟର୍ସ, ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ୍ ଓ ମହିଳା ଅଲରାଉଣ୍ଡର ଏଲିସ୍ ପେରୀ ଦଶନ୍ଧିର ଶ୍ରେଷ୍ଠ […]

virat

virat

Ranjit Kumar Jena
  • Published: Thursday, 26 December 2019
  • Updated: 26 December 2019, 07:12 PM IST

Sports

Latest News

ଲଣ୍ଡନ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ ୱିଜଡେନ୍ ଆଉ ଏକ ବଡ଼ ସମ୍ମାନ ଭେଟି ଦେଇଛି। ଦୁଇଦିନ ତଳେ ଦଶନ୍ଧିର ଶ୍ରେଷ୍ଠ ଦିନିକିଆ ଓ ଟେଷ୍ଟ ଦଳର ଘୋଷଣା କରିଥିବା ୱିଜଜେନ୍ ଆଜି ଦଶନ୍ଧିର ଶ୍ରେଷ୍ଠ ପାଞ୍ଚ କ୍ରିକେଟର ନାଁ ଘୋଷଣା କରିଛି, ଯେଉଁଥିରେ କୋହଲିଙ୍କୁ ସ୍ଥାନ ମିଳିଛି। କୋହଲିଙ୍କ ବ୍ୟତୀତ ଦକ୍ଷିଣ ଆଫ୍ରିକାର ଡେଲ୍ ଷ୍ଟେନ୍ ଓ ଏବି ଡି'ଭିଲିୟର୍ସ, ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ୍ ଓ ମହିଳା ଅଲରାଉଣ୍ଡର ଏଲିସ୍ ପେରୀ ଦଶନ୍ଧିର ଶ୍ରେଷ୍ଠ ପାଞ୍ଚ କ୍ରିକେଟରଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ଶେଷ ୧୦ ବର୍ଷ ମଧ୍ୟରେ କୋହଲି ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ତୁଳନାରେ ଅଧିକ ୫୭୭୫ ଅନ୍ତର୍ଜାତୀୟ ରନ୍ କରିଛନ୍ତି। ତେଣୁ ତାଙ୍କର ରେକର୍ଡ ହିଁ ସବୁକିଛି ବୟାନ କରି ଦେଉଛି। ୩୧ ବର୍ଷୀୟ କୋହଲି ୱିଜଡେନ୍ ଟେଷ୍ଟ ଟିମର କ୍ୟାପଟେନ୍ ହୋଇଥିବା ବେଳେ ଦିନିକିଆ ଏକାଦଶରେ ମଧ୍ୟ ସ୍ଥାନ ପାଇଛନ୍ତି।

ଏ ନେଇ ୱିଜଡେନ୍ ପକ୍ଷରୁ କୁହାଯାଇଛି, କୋହଲି ଜଣେ ଜିନିୟସ୍ ଖେଳାଳି। ୨୦୧୪ରେ ଇଂଲଣ୍ଡ ଗସ୍ତ ଶେଷରୁ ନଭେମ୍ବରରେ ବାଂଲାଦେଶ ବିପକ୍ଷ କୋଲକାତା ଟେଷ୍ଟ ପର୍ଯ୍ୟନ୍ତ କୋହଲି ୬୩ ହାରରେ ରନ୍ କରିଛନ୍ତି, ଯେଉଁଥିରେ ୨୧ ଶତକ ଓ ୧୩ ଅର୍ଦ୍ଧଶତକ ସାମିଲ୍ ଅଛି। ସେ ତିନୋଟି ଯାକ ଫର୍ମାଟରେ ଅତିକମରେ ୫୦ ହାରରେ ରନ୍ କରିବାରେ ଏକମାତ୍ର ବ୍ୟାଟ୍ସମ୍ୟାନ୍। ଏପରିକି ନିକଟରେ ଷ୍ଟିଭ୍ ମଧ୍ୟ ମନ୍ତବ୍ୟ ଦେଇଥିଲେ ଯେ, କୋହଲିଙ୍କ ଭଳି କ୍ରିକେଟର କେହି ନାହାନ୍ତି।

ୱିଜଡେନ୍ ଅନୁଯାୟୀ, ସଚିନ ତେନ୍ଦୁଲକରଙ୍କ ସନ୍ନ୍ୟାସ ନେବା ଏବଂ ମହେନ୍ଦ୍ର ସିଂହ ଧୋନି କ୍ୟାରିୟରର ଅନ୍ତିମ ସମୟ ପରେ ବିଶ୍ୱରେ ଏଭଳି କୌଣସି କ୍ରିକେଟର୍ ନାହାନ୍ତି, ଯିଏ ପ୍ରତିଦିନ କୋହଲିଙ୍କ ଭଳି ଚାପରେ ଖେଳୁଛି। କୋହଲି ଗତ ଦଶନ୍ଧି ମଧ୍ୟରେ ଟେଷ୍ଟ କ୍ରିକେଟରେ ୨୭ ଶତକ ସହାୟତାରେ ୭୨୦୨ ରନ୍ କରିଛନ୍ତି। ଏହାବ୍ୟତୀତ ସେ ଦିନିକିଆରେ ୧୧,୧୨୫ ରନ୍ ଏବଂ ଟି-୨୦ରେ ୨୬୩୩ ରନ କରିଛନ୍ତି। ତାଙ୍କ ନାଁରେ ଅନ୍ତର୍ଜାତୀୟ କ୍ରିକେଟରେ ୭୦ ଶତକ ରହିଛି ଏବଂ ସେ କେବଳ ସଚିନ ତେନ୍ଦୁଲକର (୧୦୦) ଓ ରିକି ପଣ୍ଟିଂ (୭୧)ଙ୍କ ଠାରୁ ପଛରେ ଅଛନ୍ତି।

ଶେଷ ତିନୋଟି ଦଶନ୍ଧି କଥା ଯଦି ଉଠାଇବା, ତାହେଲେ କୋହଲି ଭାରତର ସଚିନ ଓ ଅଷ୍ଟ୍ରେଲିଆର ପଣ୍ଟିଂଙ୍କଠାରୁ ବହୁତ ଆଗରେ ଅଛନ୍ତି। ସଚିନ ତେନ୍ଦୁଲକର ୧୯୯୦ରୁ ୧୯୯୯ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରିକେଟରେ ରାଜ୍ କରିଥିଲେ। ଏହି ୧୦ ବର୍ଷରେ ସେ ୧୪ହଜାରରୁ ଅଧିକ ରନ୍ କରିଥିଲେ। ସେହିପରି ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ପଣ୍ଟିଂ ନିଜର ଦବଦବା କାଏମ ରଖିଥିଲେ। ପଣ୍ଟିଂ ଏହି ସମୟ ମଧ୍ୟରେ ୧୮ହଜାରରୁ ଊର୍ଦ୍ଧ୍ୱ ରନ୍ କରିଥିଲେ। କିନ୍ତୁ ବିରାଟ୍ ୨୦୦୯ରୁ ୨୦୧୯ ପର୍ଯ୍ୟନ୍ତ ଅବିଶ୍ୱସନୀୟ ବ୍ୟାଟିଂ କରିଛନ୍ତି। ସେ ଗତ ୧୦ ବର୍ଷ ମଧ୍ୟରେ ମୋଟ ୨୦,୯୬୦ ରନ୍ କରିଛନ୍ତି। ତେଣୁ ଗତ ତିନି ଦଶନ୍ଧିରେ କୋହଲି ଏକମାତ୍ର ବ୍ୟାଟ୍ସମ୍ୟାନ୍‌, ଯିଏ ଅନ୍ତର୍ଜାତୀୟ କ୍ରିକେଟରେ ୨୦ହଜାରରୁ ଅଧିକ ରନର ରେକର୍ଡ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos