ରୋହିତଙ୍କ ସହ ବିବାଦକୁ ନେଇ ମୁହଁ ଖୋଲିଲେ ବିରାଟ୍, କହିଲେ ଏମିତି କଥା

ମୁମ୍ବାଇ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଓ ଭାଇସ୍ କ୍ୟାପଟେନ୍ ରୋହିତ୍ ଶର୍ମାଙ୍କ ଥିବା ଫାଟକୁ ନେଇ ଚାଲିଥିବା ଚର୍ଚ୍ଚା ଉପରୁ ଶେଷ ପର୍ଦ୍ଦା ଉଠିଛି। ୱେଷ୍ଟଇଣ୍ଡିଜ୍ ଗସ୍ତ ପୂର୍ବରୁ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ପ୍ରେସ୍ କନଫରେନ୍ସରେ ସାମିଲ୍ ହୋଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀ ବିରାଟ୍ ଏସବୁ ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ବିଶେଷକରି ରୋହିତଙ୍କ ସହ ବିବାଦ ଖବରକୁ ବିରାଟ୍ ସମ୍ପୂର୍ଣ୍ଣ ଖାରଜ କରିଛନ୍ତି। ବିରାଟ୍ କହିଛନ୍ତି, ଏଭଳି ଖବର ମୁଁ ବାହାରୁ […]

KOHLI

KOHLI

Ranjit Kumar Jena
  • Published: Monday, 29 July 2019
  • Updated: 29 July 2019, 08:31 PM IST

Sports

Latest News

ମୁମ୍ବାଇ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଓ ଭାଇସ୍ କ୍ୟାପଟେନ୍ ରୋହିତ୍ ଶର୍ମାଙ୍କ ଥିବା ଫାଟକୁ ନେଇ ଚାଲିଥିବା ଚର୍ଚ୍ଚା ଉପରୁ ଶେଷ ପର୍ଦ୍ଦା ଉଠିଛି। ୱେଷ୍ଟଇଣ୍ଡିଜ୍ ଗସ୍ତ ପୂର୍ବରୁ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ପ୍ରେସ୍ କନଫରେନ୍ସରେ ସାମିଲ୍ ହୋଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀ ବିରାଟ୍ ଏସବୁ ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ବିଶେଷକରି ରୋହିତଙ୍କ ସହ ବିବାଦ ଖବରକୁ ବିରାଟ୍ ସମ୍ପୂର୍ଣ୍ଣ ଖାରଜ କରିଛନ୍ତି। ବିରାଟ୍ କହିଛନ୍ତି, ଏଭଳି ଖବର ମୁଁ ବାହାରୁ ଶୁଣିବାକୁ ପାଇଲି। ଏହି ଖବରରେ ଟିକେ ବି ସତ୍ୟତା ନାହିଁ। ଆମେ ଦୁହେଁ ପ୍ରାୟ ୧୦ ବର୍ଷ ହେବ ଏକାଠି ଖେଳିଆସୁଛୁ ଏବଂ ଯେଉଁଭଳି ଖବର ବର୍ତ୍ତମାନ ଶୁଣିବାକୁ ମିଳୁଛି, ସେଭଳି କିଛି ବି ହୋଇନାହିଁ। ବିରାଟଙ୍କ ବ୍ୟତୀତ କୋଚ୍ ରବି ଶାସ୍ତ୍ରୀ ମଧ୍ୟ ଏଭଳି ଖବରକୁ ବକବାସ୍ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ବିଶ୍ୱକପ୍ ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡଠାରୁ ହାରିବା ପରେ ଭାରତୀୟ ଟିମରେ ବିବାଦ ଥିବା ଚର୍ଚ୍ଚା ହୋଇଥିଲା। ବିଶେଷକରି କ୍ୟାପଟେନ୍ ବିରାଟ୍ ଓ ରୋହିତଙ୍କ ଉପରେ ମତଭେଦ ଥିବା ଖବର ଶୁଣିବାକୁ ମିଳିଥିଲା। ଏହି ମାମଲାରେ ମୁହଁ ଖୋଲି ବିରାଟ୍ କହିଛନ୍ତି, "ମୁଁ ଗଣମାଧ୍ୟମରେ ବହୁତ ଖବର ଶୁଣିବାକୁ ପାଇଥିଲି। କିନ୍ତୁ ମୁଁ ଏତିକି କହିବି ଯେ ଟିମର ପରିବେଶ ଠିକ୍ ଅଛି ଏବଂ ଏହି କାରଣରୁ ଟିମ୍ ଭଲ ପ୍ରଦର୍ଶନ କରୁଛି। ଯଦି ଟିମ୍ ଭିତରେ କିଛି ବି ଠିକଠାକ୍ ନଥାନ୍ତା, ତାହେଲେ ଆମେ କୌଣସି ସଫଳତା ହାସଲ କରିପାରିନଥାନ୍ତୁ। ବିଶ୍ୱ କ୍ରିକେଟର ଶୀର୍ଷରେ ପହଞ୍ଚିବାକୁ ହେଲେ, ଉତ୍ତମ ବୁଝାମଣା ରହିବା ନିହାତି ଆବଶ୍ୟକ। ଏହା ବିନା କିଛି ବି ହୋଇପାରିବ ନାହିଁ। ତେଣୁ ରୋହିତଙ୍କୁ ନେଇ ଯେଉଁ ଖବର ଶୁଣିବାକୁ ମିଳୁଛି, ତାହା ସମ୍ପୂର୍ଣ୍ଣ ହାସ୍ୟାସ୍ପଦ।"

ବିରାଟ୍ କହିଛନ୍ତି, "ଆପଣମାନେ (ସାମ୍ବାଦିକ) ଦେଖିବା ଦରକାର ଯେ ଆମର ଡ୍ରେସିଂରୁମର ମାହୋଲ୍ କେତେ ଭଲ ଅଛି। କୁଲଦୀପ ଯାଦବ ଓ ଉମେଶ ଯାଦବଙ୍କ ଭଳି ଖେଳାଳିଙ୍କ ସହ ଆମେ ମଜାକ୍ କରୁଛୁ। ରୋହିତ୍ ଏବଂ ମୋ ଭିତରେ ଏଭଳି ମନଗଢ଼ା କାହାଣୀ କିଏ ରଚନା କରୁଛି, ତାହା ମୁଁ ଜାଣିନାହିଁ। ଏଭଳି ରିପୋର୍ଟ କିଭଳି ଚାଲୁଛି, ମୁଁ ବୁଝିପାରୁନି। ଆମର ବ୍ୟକ୍ତିଗତ ଜୀବନକୁ ମଧ୍ୟ ଏହା ଭିତରକୁ ଟଣା ଯାଉଛି। ଯଦି ମୋର କାହା ସହ ସମସ୍ୟା ଥିବ, ତାହେଲେ ଏହା ମୋ ମୁହଁରେ ସ୍ପଷ୍ଟ ବାରି ହୋଇଯିବ। ରୋହିତଙ୍କ ସହ ମୋର ସମ୍ପର୍କ ବହୁତ ଭଲ। ମୁଁ ବୁଝିପାରୁନି ଯେ ଏଭଳି ଖବର ପ୍ରକାଶ କରିବା ଦ୍ୱାରା କାହାର ଫାଇଦା ହେଉଛି।"

ବିରାଟ୍ ଆହୁରି କହିଛନ୍ତି, "ଯେତେବେଳେ ଆମେ କ୍ରିକେଟ୍ ଖେଳିବା ଆରମ୍ଭ କଲୁ, ସେତେବେଳେ ଆମେ ନମ୍ବର-୭ ଏବଂ ପରେ ନମ୍ବର-୧ ଏବଂ ଏବେ ନମ୍ବର-୨ରେ ପହଞ୍ଚିଛୁ। ଯଦି ରୋହିତ୍ ଏବଂ ମୋ ଭିତରେ କୌଣସି ବିବାଦ ଥାନ୍ତା, ତାହେଲେ ଆଜି ଟିମ୍ ଏହି ସ୍ଥାନରେ କେବେବି ପହଞ୍ଚିପାରି ନଥାନ୍ତା। ତେଣୁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ, ଏଭଳି ମିଥ୍ୟା ଖବର ଆଦୌ ପ୍ରଚାର କରନ୍ତୁ ନାହିଁ।"

ଟେଷ୍ଟ ଚାମ୍ପିୟନଶିପକୁ ନେଇ ବିରାଟ୍ କହିଛନ୍ତି, "ଟେଷ୍ଟ ଚାମ୍ପିୟନଶିପ୍ ପାଇଁ ସବୁ କ୍ରିକେଟର୍ ଉତ୍ସାହିତ ଅଛନ୍ତି। କ୍ରିକେଟ୍ ଖେଳିବା ପାଇଁ ୱେଷ୍ଟଇଣ୍ଡିଜ୍ ଏକ ଜବରଦସ୍ତ ସ୍ଥାନ। ଟି-୨୦ ପାଇଁ ଆମେ ଯୁବ ଖେଳାଳିଙ୍କୁ ଚୟନ କରିଛୁ ଏବଂ ସମସ୍ତଙ୍କ ପାଇଁ ଭଲ ସୁଯୋଗ ମଧ୍ୟ ରହିଛି। ଆମର ଦିନିକିଆ ଟିମ୍ ସନ୍ତୁଳିତ। ବିଶେଷକରି ଟି-୨୦ ସିରିଜକୁ ନେଇ ମୁଁ ବହୁତ ଉତ୍ସାହିତ, କାରଣ ଏଥିରେ ଆମକୁ ନୂଆ ଖେଳାଳିଙ୍କୁ ଦେଖିବାକୁ ମିଳିବ। ଏହି ଯୁବ ଖେଳାଳିମାନେ ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରି ଜାତୀୟ ଟିମରେ ସ୍ଥାନ ହାସଲ କରିଛନ୍ତି।"

ବିଶ୍ୱକପ୍ ପରାଜୟକୁ ନେଇ ବିରାଟ୍ କହିଛନ୍ତି, "ବିଶ୍ୱକପ୍ ଫାଇନାଲରେ ନପହଞ୍ଚିବା ବହୁତ ନୈରାଶ୍ୟଜନକ। କିନ୍ତୁ ଆମକୁ ଏବେ ଏହି ପରାଜୟକୁ ଭୁଲି ଆଗକୁ ବଢ଼ିବାକୁ ହେବ। ଆସନ୍ତାବର୍ଷ ଟି-୨୦ ବିଶ୍ୱକପ୍ ଆୟୋଜିତ ହେବ। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଆମକୁ ପୁଣିଥରେ ଏକାଠି ହୋଇ ଖେଳିବାର ଆବଶ୍ୟକ ରହିଛି। ମୁଁ ନୂଆ ଚ୍ୟାଲେଞ୍ଜ୍ ପାଇଁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ବୋଲି ବିରାଟ୍ କହିଛନ୍ତି।"

ସୂଚନାଯୋଗ୍ୟ, ସୋମବାର ବିଳମ୍ବିତ ରାତିରେ ଟିମ୍ ଇଣ୍ଡିଆ ୱେଷ୍ଟଇଣ୍ଡିଜ୍ ଅଭିମୁଖେ ଗସ୍ତ କରିବ। ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ମ୍ୟାଚ୍ ଖେଳି ଗସ୍ତ ଆରମ୍ଭ କରିବ। ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ଆମେରିକାର ଫ୍ଲୋରିଡାରେ ଖେଳାଯିବ। ଏହାବ୍ୟତୀତ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଭାରତ ତିନୋଟି ଦିନିକିଆ ଏବଂ ଦୁଇଟି ଟେଷ୍ଟ ମ୍ୟାଚ୍ ମଧ୍ୟ ଖେଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos