ପୁଣି ଶୀର୍ଷ ସ୍ଥାନ କବଜା କରିବେ କୋହଲି!

ରାଞ୍ଚି: ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ୍ ଷ୍ଟିଭେନ୍ ସ୍ମିଥ୍ ଆଶେସ୍ ସିରିଜ୍ ଜରିଆରେ ଟେଷ୍ଟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ସିରିଜରେ ସେ ଚମତ୍କାର ପ୍ରଦର୍ଶନ କରି ଆଇସିସି ଟେଷ୍ଟ ରାଙ୍କିଙ୍ଗର ପ୍ରଥମ ସ୍ଥାନ କବଜା କରିଛନ୍ତି । ଲଗାତାର ୧୩ମାସ ଧରି ଶୀର୍ଷ ସ୍ଥାନରେ ଥିବା ବିରାଟ୍ କୋହଲିଙ୍କୁ ପଛରେ ପକାଇ ସ୍ମିଥ୍ ଏକ ନମ୍ବର ସ୍ଥାନ ଦଖଲ କରିଥିଲେ। କିନ୍ତୁ ଏବେ ସ୍ମିଥଙ୍କ ଶୀର୍ଷ ସ୍ଥାନ ବିପଦରେ ପଡ଼ିଯାଇଛି। ବର୍ତ୍ତମାନ କୋହଲି ୯୩୬ ପଏଣ୍ଟ ସହ ଦ୍ୱିତୀୟ […]

INDIA

Ranjit Kumar Jena
  • Published: Friday, 18 October 2019
  • , Updated: 18 October 2019, 07:13 PM IST

ରାଞ୍ଚି: ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ୍ ଷ୍ଟିଭେନ୍ ସ୍ମିଥ୍ ଆଶେସ୍ ସିରିଜ୍ ଜରିଆରେ ଟେଷ୍ଟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ସିରିଜରେ ସେ ଚମତ୍କାର ପ୍ରଦର୍ଶନ କରି ଆଇସିସି ଟେଷ୍ଟ ରାଙ୍କିଙ୍ଗର ପ୍ରଥମ ସ୍ଥାନ କବଜା କରିଛନ୍ତି । ଲଗାତାର ୧୩ମାସ ଧରି ଶୀର୍ଷ ସ୍ଥାନରେ ଥିବା ବିରାଟ୍ କୋହଲିଙ୍କୁ ପଛରେ ପକାଇ ସ୍ମିଥ୍ ଏକ ନମ୍ବର ସ୍ଥାନ ଦଖଲ କରିଥିଲେ। କିନ୍ତୁ ଏବେ ସ୍ମିଥଙ୍କ ଶୀର୍ଷ ସ୍ଥାନ ବିପଦରେ ପଡ଼ିଯାଇଛି।

ବର୍ତ୍ତମାନ କୋହଲି ୯୩୬ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଏବଂ ସେ ସ୍ମିଥଙ୍କଠାରୁ ମାତ୍ର ୧ ପଏଣ୍ଟ ପଛରେ ଅଛନ୍ତି। ଆସନ୍ତାକାଲି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆରମ୍ଭ ହେବାକୁଥିବା ତୃତୀୟ ଟେଷ୍ଟରେ ଭଲ ପ୍ରଦର୍ଶନ କରି କୋହଲି ଶୀର୍ଷ ସ୍ଥାନ ଅଧିକାର କରିବାକୁ ଚାହିଁବେ। ପୁଣେ ଟେଷ୍ଟରେ କୋହଲି ଅପାଜିତ ୨୫୪ ରନର ଇନିଂସ୍ ଖେଳି ଟେଷ୍ଟ ରାଙ୍କିଙ୍ଗରେ ପ୍ରଥମ ଓ ଦ୍ୱିତୀୟ ସ୍ଥାନର ବ୍ୟବଧାନକୁ କମ୍ କରିଥିଲେ।

କୋହଲି ଯଦି ରାଞ୍ଚିରେ ବଡ଼ ଇନିଂସ୍ ଖେଳିବାରେ ସଫଳ ହୁଅନ୍ତି, ତାହେଲେ ସେ ସ୍ମିଥଙ୍କୁ ହଟାଇ ଟେଷ୍ଟରେ ପୁଣିଥରେ ଶୀର୍ଷ ସ୍ଥାନ ଦଖଲ କରିବେ। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଟିମ୍ ନଭେମ୍ବର ୨୧ ତାରିଖରେ ପାକିସ୍ତାନ ବିପକ୍ଷରେ ଘରୋ ଟେଷ୍ଟ ସିରିଜ୍ ଖେଳିବ। ଦୁଇମ୍ୟାଚ୍ ବିଶିଷ୍ଟ ଏହି ସିରିଜରେ ସ୍ମିଥ୍ ଭଲ ପ୍ରଦର୍ଶନ କରି ଟେଷ୍ଟ ରାଙ୍କିଙ୍ଗରେ ଆଗକୁ ବଢ଼ିବା ପାଇଁ ପ୍ରୟାସ କରିବେ।

Related story