୪ର୍ଥ ଟେଷ୍ଟରେ ୭୬ ବର୍ଷର ରେକର୍ଡ ଭାଙ୍ଗିବାକୁ ବିରାଟଙ୍କ ପାଖରେ ସୁଯୋଗ

ସିଡ୍‌ନୀ: ଅଷ୍ଟ୍ରେଲିଆକୁ ଐତିହାସିକ ମେଲବର୍ଣ୍ଣ ପଡ଼ିଆରେ ମାତ ଦେଇ ଟିମ୍‌ ଇଣ୍ଡିଆ ଏବେ ୪ଟିକିଆ ଟେଷ୍ଟ୍‌ ସିରିଜ୍‌ରେ ୨-୧ରେ ଆଗୁଆ ହୋଇଯାଇଛି। ୪ର୍ଥ ତଥା ସିରିଜ୍‌ର ଅନ୍ତିମ ମ୍ୟାଚ୍‌ଟି ଜାନୁଆରୀ ୩ରେ ଶୁଷ୍କ ଓ ମନ୍ଥର ସିଡନୀ ଗ୍ରାଉଣ୍ଡରେ ଆରମ୍ଭ ହେବ। ତେବେ ଏହି ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ତଥା ଅଧିନାୟକ ବିରାଟ୍‌ କୋହଲି ୭୬ ବର୍ଷର ରେକର୍ଡ ଭାଙ୍ଗିବାର ସୁଯୋଗ ପାଇବେ। ଯଦି ଟିମ୍‌ ଇଣ୍ଡିଆ ୩-୧ରେ ସିରିଜ୍‌ ଜିତିବ, ତା’ହେଲେ ବିରାଟ୍‌ ଭାରତୀୟ ଟେଷ୍ଟ […]

yu

Hemant Lenka
  • Published: Tuesday, 01 January 2019
  • , Updated: 01 January 2019, 08:35 PM IST

ସିଡ୍‌ନୀ: ଅଷ୍ଟ୍ରେଲିଆକୁ ଐତିହାସିକ ମେଲବର୍ଣ୍ଣ ପଡ଼ିଆରେ ମାତ ଦେଇ ଟିମ୍‌ ଇଣ୍ଡିଆ ଏବେ ୪ଟିକିଆ ଟେଷ୍ଟ୍‌ ସିରିଜ୍‌ରେ ୨-୧ରେ ଆଗୁଆ ହୋଇଯାଇଛି। ୪ର୍ଥ ତଥା ସିରିଜ୍‌ର ଅନ୍ତିମ ମ୍ୟାଚ୍‌ଟି ଜାନୁଆରୀ ୩ରେ ଶୁଷ୍କ ଓ ମନ୍ଥର ସିଡନୀ ଗ୍ରାଉଣ୍ଡରେ ଆରମ୍ଭ ହେବ। ତେବେ ଏହି ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ତଥା ଅଧିନାୟକ ବିରାଟ୍‌ କୋହଲି ୭୬ ବର୍ଷର ରେକର୍ଡ ଭାଙ୍ଗିବାର ସୁଯୋଗ ପାଇବେ।

ଯଦି ଟିମ୍‌ ଇଣ୍ଡିଆ ୩-୧ରେ ସିରିଜ୍‌ ଜିତିବ, ତା’ହେଲେ ବିରାଟ୍‌ ଭାରତୀୟ ଟେଷ୍ଟ କ୍ରିକେଟ୍‌ର ପ୍ରଥମ ଅଧିନାୟକ ହେବ, ଯିଏ ବିଦେଶର ଦୁଇଟି ସିରିଜ୍‌ରେ ୩ଟି ଲେଖାଏ ମ୍ୟାଚ୍‌ ଜିତିବାର ରେକର୍ଡ ସୃଷ୍ଟି କରିବେ। ୨୦୧୭ରେ ବିରାଟ୍‌ଙ୍କ ଟିମ୍‌ ଇଣ୍ଡିଆ ଶ୍ରୀଲଙ୍କା ମାଟିରେ ୩-୦ରେ ଟେଷ୍ଟ ସିରିଜ୍‌ ଜିତିଥିଲା। ଭାରତ ୧୯୩୨ରୁ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟ ଖେଳିଥିଲା। ସେବେଠାରୁ କେବେ ହେଲେ ଏଭଳି ରେକର୍ଡ କରିପାରି ନାହିଁ।

ସେହିପରି ବିରାଟ୍‌ ଭାରତର ଦ୍ୱିତୀୟ ଅଧିନାୟକ ଭାବେ ଏସିଆ ମହାଦେଶ ବାହାରେ ୩-୧ରେ ସିରିଜ୍‌ ଜିତିବାର ରେକର୍ଡ କରିପାରିବେ। ଶେଷଥର ପାଇଁ ଟିମ୍‌ ଇଣ୍ଡିଆର ଅଧିନାୟକ ମନସୁର ଅଲ୍ଲୀ ଖାନ୍‌ ପତୌଦି ୧୯୬୭-୬୮ରେ ନ୍ୟୁଜିଲ୍ୟାଣ୍ଡକୁ ୩-୧ରେ ହରାଇବାର ଗୌରବ ହାସଲ କରିଥିଲେ।

ବିରାଟ୍‌ ୪ର୍ଥ ଟେଷ୍ଟ ଜିତିଲେ ସୌରଭ ଗାଙ୍ଗୁଲିଙ୍କୁ ପଛରେ ପକାଇ ଦେବେ। ବିଦେଶ ମାଟିରେ ବିରାଟ୍‌ ଓ ଗାଙ୍ଗୁଲି ୧୧ଟି ଲେଖାଏ ଟେଷ୍ଟ ଜିତିଛନ୍ତି। ବିରାଟ୍‌ ବିଜୟ ସଂଖ୍ୟା ୧୨ରେ ପହଞ୍ଚାଇବାର ସୁଯୋଗ ପାଇବେ। ସେହିପରି ବିରାଟ୍‌ ୩-୧ରେ ଅଷ୍ଟ୍ରେଲିଆକୁ ହରାଇଲେ ଏସିଆ ମହାଦେଶର ପ୍ରଥମ ଅଧିନାୟକ ଭାବେ ଏପରି ରେକର୍ଡ କରିବେ। କାରଣ ଅଷ୍ଟ୍ରେଲିଆ ମାଟିରେ ବିଶେନ ସିଂହ ବେଦୀ ଓ ପାକିସ୍ତାନର ମୁସ୍ତାକ ମହମ୍ମଦ ୨ଟି ଲେଖାଏ ଟେଷ୍ଟ ଜିତିଛନ୍ତି। ତେଣୁ ୪ର୍ଥ ଟେଷ୍ଟରେ ଏକାଧିକ ରେକର୍ଡ କରିବାକୁ ବିରାଟ୍‌ ପାଖରେ ସୁଯୋଗ ରହିଛି।

Related story