କୋହଲି ବିଶ୍ୱର ସର୍ବଶ୍ରେଷ୍ଠ କ୍ୟାପଟେନ୍‌: ନଦୀମ

ନୂଆଦିଲ୍ଲୀ: ଅନେକ ବର୍ଷ ଧରି ଘରୋଇ କ୍ରିକେଟ୍ ଖେଳିବା ପରେ ଶାହାବାଜ ନଦୀମଙ୍କୁ ଶେଷରେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜର ତୃତୀୟ ଟେଷ୍ଟ ମ୍ୟାଚରେ ପଦାର୍ପଣ କରିବା ପାଇଁ ସୁଯୋଗ ମିଳିଥିଲା। ନିଜ ଘରୋଇ ମଇଦାନ ରାଞ୍ଚିରେ ଏହି ବାମହାତୀ ସ୍ପିନର ନିଜର ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିଥିଲେ। ରାଞ୍ଚି ଟେଷ୍ଟର ଦିନକ ପୂର୍ବରୁ ନଦୀମ କୋଲକାତାରେ ଥିଲେ। ମ୍ୟାଚ୍ ପୂର୍ବ ଦିନ ତାଙ୍କୁ ଯେତେବେଳେ ଏହି ଖବର ମିଳିଥିଲା, ସେ ଲମ୍ବା ଯାତ୍ରା କରି ରାଞ୍ଚିରେ […]

nadeem

Ranjit Kumar Jena
  • Published: Tuesday, 29 October 2019
  • , Updated: 29 October 2019, 08:39 PM IST

ନୂଆଦିଲ୍ଲୀ: ଅନେକ ବର୍ଷ ଧରି ଘରୋଇ କ୍ରିକେଟ୍ ଖେଳିବା ପରେ ଶାହାବାଜ ନଦୀମଙ୍କୁ ଶେଷରେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜର ତୃତୀୟ ଟେଷ୍ଟ ମ୍ୟାଚରେ ପଦାର୍ପଣ କରିବା ପାଇଁ ସୁଯୋଗ ମିଳିଥିଲା। ନିଜ ଘରୋଇ ମଇଦାନ ରାଞ୍ଚିରେ ଏହି ବାମହାତୀ ସ୍ପିନର ନିଜର ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିଥିଲେ। ରାଞ୍ଚି ଟେଷ୍ଟର ଦିନକ ପୂର୍ବରୁ ନଦୀମ କୋଲକାତାରେ ଥିଲେ।

ମ୍ୟାଚ୍ ପୂର୍ବ ଦିନ ତାଙ୍କୁ ଯେତେବେଳେ ଏହି ଖବର ମିଳିଥିଲା, ସେ ଲମ୍ବା ଯାତ୍ରା କରି ରାଞ୍ଚିରେ ପହଞ୍ଚିଥିଲେ। କିନ୍ତୁ ଚୂଡ଼ାନ୍ତ ଏକାଦଶରେ ତାଙ୍କୁ ସୁଯୋଗ ମିଳିବ କି ନାହିଁ, ସେ ବିଷୟରେ ଅବଗତ ନଥିଲେ। ତେବେ ମ୍ୟାଚ୍ ଦିନ କ୍ୟାପଟେନ୍ ବିରାଟ୍ କୋହଲି ତାଙ୍କୁ ଟେଷ୍ଟ କ୍ୟାପ୍ ପ୍ରଦାନ କରିଥିଲେ। କୁଲଦୀପ ଯାଦବଙ୍କ ଆହତ କାରଣରୁ ନଦୀମଙ୍କୁ ସୁଯୋଗ ମିଳିଥିଲା। ନଦୀମ ନିଜ ଚୟନକୁ ସଠିକ୍ ସାବ୍ୟସ୍ତ କରି ପ୍ରଥମ ମ୍ୟାଚରେ ହିଁ ୪ ୱିକେଟ୍ ନେଇଥିଲେ। ଭାରତ ଏହି ଟେଷ୍ଟ ସିରିଜକୁ ୩-୦ରେ କ୍ଲିନସୁଇପ୍ କରିଥିଲା। ତେବେ ଏହି ସଫଳତାର ଶ୍ରେୟ ସେ କ୍ୟାପଟେନ୍ କୋହଲିଙ୍କୁ ଦେଇଛନ୍ତି।

ନଦୀମ କହିଛନ୍ତି, "କୋହଲି ଜଣେ ଚମତ୍କାର କ୍ୟାପଟେନ୍। ମୋ ମତରେ ସେ ବିଶ୍ୱର ସର୍ବଶ୍ରେଷ୍ଠ କ୍ୟାପଟେନ୍। ସେ ନିଜର ବଳିଷ୍ଠ ନେତୃତ୍ୱ ଦ୍ୱାରା ଏହାକୁ ପ୍ରମାଣିତ କରିଛନ୍ତି। ରାଞ୍ଚି ଟେଷ୍ଟରେ ୪ ୱିକେଟ୍ ନେଇ ମୁଁ ବହୁତ ଖୁସି। ମୁଁ ଘରୋଇ କ୍ରିକେଟରେ ଅନେକ ମ୍ୟାଚ୍ ଖେଳିଛି ଏବଂ ପ୍ରଚୁର ଅଭିଜ୍ଞତା ହାସଲ କରିଛି, ଯାହାର ଫଳ ମୋତେ ରାଞ୍ଚିରେ ମିଳିଛି। କୋହଲି ଏବଂ ମୁଁ ୱିକେଟ୍ ଏବଂ ସେଠାକାର ପରିସ୍ଥିତିକୁ ନେଇ ଆଲୋଚନା କରିଥିଲୁ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆମର ସବୁ ଯୋଜନା ସଫଳ ହୋଇଥିଲା। ମୋ ମତରେ ବର୍ତ୍ତମାନର ଭାରତୀୟ ଟିମ୍ ବିଶ୍ୱର ସର୍ବଶ୍ରେଷ୍ଠ ଟିମ୍।"

କୋହଲିଙ୍କୁ ନେଇ ନଦୀମ କହିଛନ୍ତି, "କୋହଲି ଜନ୍ମରୁ ହିଁ ଜଣେ ଲିଡର୍। ସେ କେବଳ ଗ୍ରାଉଣ୍ଡରେ ନୁହେଁ ବରଂ ଡ୍ରେସିଂ ରୁମର ବାତାବରଣକୁ ଜୀବନ୍ତ ରଖନ୍ତି। ସେ ଗ୍ରାଉଣ୍ଡରେ ପ୍ରତିଟି ବୋଲରଙ୍କୁ ସହାୟତା କରନ୍ତି। ନିଜର ଆକ୍ରମଣାତ୍ମକ ଏବଂ ବ୍ୟାଟିଂ ଦକ୍ଷତା ଯୋଗୁ ଯୋଗୁ ଭାରତୀୟ କ୍ରିକେଟକୁ ଏକ ନୂଆ ସ୍ତରରେ ପହଞ୍ଚାଇଛନ୍ତି। ମୋ ଉପରେ ଭରସା ଦେଖାଇଥିବାରୁ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି।"

ସୂଚନାଯୋଗ୍ୟ, ଭାରତ ସିରିଜ୍ ଜିତିବା ପରେ ନଦୀମଙ୍କୁ ଟ୍ରଫି ଧରିଥିବାର ଦେଖିବାକୁ ମିଳିଥିଲା। ନଦୀମ କହିଛନ୍ତି, ଯେତେବେଳେଙ୍କ ବିରାଟଙ୍କୁ ବିଜେତା ଟ୍ରଫି ଦିଆଗଲା। ସେ ଏବଂ ଟିମର ଅନ୍ୟ ସାଥୀ ଖେଳାଳିମାନେ ମୋତେ ଟ୍ରଫି ଧରିବାକୁ କହିଥିଲେ । ଏହି ମୁହୂର୍ତ୍ତ ମୋ ପାଇଁ ବହୁତ ବଡ଼ ଥିଲା ବୋଲି ନଦୀମ କହିଛନ୍ତି।

Related story