ୱେଷ୍ଟଇଣ୍ଡିଜ୍ ସିରିଜ୍ ପାଇଁ କୋହଲି ଓ ବୁମ୍ରାଙ୍କୁ ମିଳିବ ବିଶ୍ରାମ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଓ ପେସ୍ ବୋଲର ଯଶପ୍ରୀତ ବୁମ୍ରାଙ୍କୁ ବିଶ୍ୱକପ୍ ପରେ ବିଶ୍ରାମ ଦିଆଯିବ। ଅଗଷ୍ଟ ୩ରୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଆମେରିକା ଓ କ୍ୟାରିବିୟାନ୍ ମାଟିରେ ହେବାକୁଥିବା ସୀମିତ ଓଭର ସିରିଜ୍ ପାଇଁ ଏହି ଦୁଇ ଭାରତୀୟଙ୍କୁ ବିଶ୍ରାମ ଦିଆଯିବ। ତେବେ କୋହଲି ଓ ବୁମ୍ରାଙ୍କୁ ଦୁଇମ୍ୟାଚ୍ ବିଶିଷ୍ଟ ସିରିଜ୍ ପାଇଁ ଉପଲବ୍ଧ ରହିବେ। ବିସିସିଆଇର ଜଣେ ଅଧିକାରୀ ନିଜ ନାମ ଗୁପ୍ତ ରଖି ଏହି ସୂଚନା ଦେଇଛନ୍ତି। ଅଧିକାରୀ ଜଣକ […]

virat and bumrah

Hemant Lenka
  • Published: Sunday, 23 June 2019
  • , Updated: 23 June 2019, 08:55 PM IST

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଓ ପେସ୍ ବୋଲର ଯଶପ୍ରୀତ ବୁମ୍ରାଙ୍କୁ ବିଶ୍ୱକପ୍ ପରେ ବିଶ୍ରାମ ଦିଆଯିବ। ଅଗଷ୍ଟ ୩ରୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଆମେରିକା ଓ କ୍ୟାରିବିୟାନ୍ ମାଟିରେ ହେବାକୁଥିବା ସୀମିତ ଓଭର ସିରିଜ୍ ପାଇଁ ଏହି ଦୁଇ ଭାରତୀୟଙ୍କୁ ବିଶ୍ରାମ ଦିଆଯିବ। ତେବେ କୋହଲି ଓ ବୁମ୍ରାଙ୍କୁ ଦୁଇମ୍ୟାଚ୍ ବିଶିଷ୍ଟ ସିରିଜ୍ ପାଇଁ ଉପଲବ୍ଧ ରହିବେ। ବିସିସିଆଇର ଜଣେ ଅଧିକାରୀ ନିଜ ନାମ ଗୁପ୍ତ ରଖି ଏହି ସୂଚନା ଦେଇଛନ୍ତି।

ଅଧିକାରୀ ଜଣକ କହିଛନ୍ତି, ବିରାଟ ଓ ବୁମ୍ରାଙ୍କୁ ନିଶ୍ଚିତ ଭାବେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ଏବଂ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ବିଶ୍ରାମ ଦିଆଯିବ। ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ଆରମ୍ଭ ହେବା ପରଠାରୁ ବିରାଟ ଲଗାତାର ଖେଳି ଆସୁଛନ୍ତି।

ସେହିପରି ବୁମ୍ରାଙ୍କ ଉପରେ ଅତିରିକ୍ତ କାର୍ଯ୍ୟଭାର ସ୍ପଷ୍ଟ ଜଣାପଡୁଛି। ଦୁହେଁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଟିମ୍ ସହ ଯୋଗଦେବେ। ବିଶ୍ୱକପର କଷ୍ଟସାଧ୍ୟ ଅଭିଯାନ ପରେ କିଛି ଅନ୍ୟ ଖେଳାଳିମାନଙ୍କୁ ମଧ୍ୟ ଏହି ସିରିଜ୍ ସମୟରେ ଆରାମ ଦିଆଯାଇପାରେ।

ବିସିସିଆଇ କ୍ରିକେଟ୍ ୱେଷ୍ଟଇଣ୍ଡିଜ୍ ସହ ମିଶି ଏଭଳି କାର୍ଯ୍ୟକ୍ରମ କରିଛି ଯେ, ଯେଉଁଥିରେ ଟେଷ୍ଟ ମ୍ୟାଚ୍ ଏବେ ଟି-୨୦ ଏବଂ ଦିନିକିଆ ସିରିଜ୍ ପରେ ଖେଳାଯିବ। ଟେଷ୍ଟ ସିରିଜ୍ ପୂର୍ବରୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତିନିଦିନିଆ ଅଭ୍ୟାସ ମ୍ୟାଚ୍ ଅଗଷ୍ଟ ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ଆଣ୍ଟିଗାଠାରେ ଅନୁଷ୍ଠିତ ହେବ। ମୟଙ୍କ ଅଗ୍ରୱାଲ୍, ପୃଥ୍ୱୀ ଶ' ଓ ହନୁମା ବିହାରୀ ୱିଣ୍ଡିଜ୍ ବିପକ୍ଷ "ଏ' ମ୍ୟାଚ୍ ଖେଳିବେ।

Related story