ଏହି ଏଲିଟ୍ ତାଲିକାରେ ସାମିଲ୍ ହେଲେ କୋହଲି

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ପ୍ରତି ମ୍ୟାଚରେ କିଛି ନା କିଛି ରେକର୍ଡ ନିଜ ନାଁରେ କରିଚାଲିଛନ୍ତି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ କୋହଲି ନିଜର ଅର୍ଦ୍ଧଶତକୀୟ ଇନିଂସ ବଳରେ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ ଏସିଆର ଚତୁର୍ଥ ବ୍ୟାଟ୍ସମ୍ୟାନ୍ ଭାବେ ମହାଦେଶ ବାହାରେ ୯ହଜାରରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି। କିଙ୍ଗଷ୍ଟନ୍ ଟେଷ୍ଟର ପ୍ରଥମ ଦିବସରେ ବିରାଟ୍ ୭୬ ରନର ଇନିଂସ୍ ଖେଳି କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର, ପୂର୍ବତନ […]

virat

Ranjit Kumar Jena
  • Published: Saturday, 31 August 2019
  • , Updated: 31 August 2019, 07:54 PM IST

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ପ୍ରତି ମ୍ୟାଚରେ କିଛି ନା କିଛି ରେକର୍ଡ ନିଜ ନାଁରେ କରିଚାଲିଛନ୍ତି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ କୋହଲି ନିଜର ଅର୍ଦ୍ଧଶତକୀୟ ଇନିଂସ ବଳରେ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ ଏସିଆର ଚତୁର୍ଥ ବ୍ୟାଟ୍ସମ୍ୟାନ୍ ଭାବେ ମହାଦେଶ ବାହାରେ ୯ହଜାରରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି।

କିଙ୍ଗଷ୍ଟନ୍ ଟେଷ୍ଟର ପ୍ରଥମ ଦିବସରେ ବିରାଟ୍ ୭୬ ରନର ଇନିଂସ୍ ଖେଳି କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର, ପୂର୍ବତନ ଭାରତୀୟ କ୍ୟାପଟେନ୍ ରାହୁଲ୍ ଡ୍ରାଭିଡ୍ ଓ ପୂର୍ବତନ ଶ୍ରୀଲଙ୍କା କ୍ୟାପଟେନ୍ କୁମାର ସାଙ୍ଗାକାରାଙ୍କ ସହ ଏଲିଟ୍ ଲିଷ୍ଟରେ ସ୍ଥାନ ପାଇଛନ୍ତି। ଏସୀୟ ବ୍ୟାଟ୍ସମ୍ୟାନ୍ ଭାବେ ଏସିଆ ବାହାରେ ସର୍ବାଧିକ ରନ୍ ମାମଲାରେ ସଚିନ ଆଗରେ ରହିଛନ୍ତି।

ସଚିନ ମୋଟ ୧୨,୬୧୬ ରନ୍ କରି ପ୍ରଥମ ସ୍ଥାନରେ ରହିଥିବା ବେଳେ ଡ୍ରାଭିଡ୍ ୧୦,୭୧୧ ରନ୍ ସହ ଦ୍ୱିତୀୟ ଏବଂ ସାଙ୍ଗାକାରା ୯୫୯୩ ରନ୍ ସହ ତୃତୀୟ ଏବଂ କୋହଲି ୯୦୫୬ ରନ୍ ସହ ଚତୁର୍ଥ ସ୍ଥାନରେ ରହିଛନ୍ତି। ସୂଚନାଯୋଗ୍ୟ, ଏହି ମ୍ୟାଚରେ ବିରାଟ୍ ଭଲ ଲୟରେ ଥିଲେ। ଏକ ସମୟରେ ସେ ଶତକ ଅଭିମୁଖେ ଅଗ୍ରସର ହେଉଥିଲେ, କିନ୍ତୁ ଘରୋଇ ଦଳର କ୍ୟାପଟେନ୍ ଜେସନ୍ ହୋଲ୍ଡରଙ୍କ ବଲରେ ସେ ଆଉଟ୍ ହୋଇଥିଲେ।

Related story