ପାକିସ୍ତାନକୁ ହରାଇବା ପରେ ଟିମ୍ ଇଣ୍ଡିଆ ଖେଳାଳିଙ୍କ ନୂଆ ହେୟାର ଷ୍ଟାଇଲ୍

ଲଣ୍ଡନ: ଚଳିତ ବିଶ୍ୱକପରେ ଭାରତ ଅଭିଯାନ ଏପର୍ଯ୍ୟନ୍ତ ଦମଦାର ରହିଆସିଛି। ଭାରତୀୟ ଟିମ୍ ତା’ର ପ୍ରଥମ ଚାରୋଟି ମ୍ୟାଚରୁ ତିନି ବିଜୟ ହାସଲ କରିଛି। ତେବେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଥିଲା। ଟିମ୍ ଯେଉଁ ତିନି ଟିମକୁ ହରାଇଛି, ସେଥିରେ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଓ ପାକିସ୍ତାନ ଟିମ୍ ସାମିଲ୍ ଅଛନ୍ତି। ପାକିସ୍ତାନ ବିପକ୍ଷ ମୁକାବିଲା ପରେ ଭାରତକୁ ତା’ର ପରବର୍ତ୍ତୀ ମ୍ୟାଚ୍ ଶନିବାର ଅର୍ଥାତ୍ ଜୁନ୍ ୨୨ ତାରିଖରେ ଆଫଗାନିସ୍ତାନ ବିପକ୍ଷ […]

team india

Hemant Lenka
  • Published: Thursday, 20 June 2019
  • , Updated: 20 June 2019, 08:02 PM IST

ଲଣ୍ଡନ: ଚଳିତ ବିଶ୍ୱକପରେ ଭାରତ ଅଭିଯାନ ଏପର୍ଯ୍ୟନ୍ତ ଦମଦାର ରହିଆସିଛି। ଭାରତୀୟ ଟିମ୍ ତା'ର ପ୍ରଥମ ଚାରୋଟି ମ୍ୟାଚରୁ ତିନି ବିଜୟ ହାସଲ କରିଛି। ତେବେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଥିଲା। ଟିମ୍ ଯେଉଁ ତିନି ଟିମକୁ ହରାଇଛି, ସେଥିରେ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଓ ପାକିସ୍ତାନ ଟିମ୍ ସାମିଲ୍ ଅଛନ୍ତି।

ପାକିସ୍ତାନ ବିପକ୍ଷ ମୁକାବିଲା ପରେ ଭାରତକୁ ତା'ର ପରବର୍ତ୍ତୀ ମ୍ୟାଚ୍ ଶନିବାର ଅର୍ଥାତ୍ ଜୁନ୍ ୨୨ ତାରିଖରେ ଆଫଗାନିସ୍ତାନ ବିପକ୍ଷ ଖେଳିବାକୁ ଅଛି। ଏହି ଦୁଇ ମୁକାବିଲା ମଧ୍ୟରେ ଭାରତୀୟ ଟିମ୍ ପାଖରେ ୫ ଦିନର ସମୟ ଥିଲା। ଏଭଳି ସ୍ଥିତିରେ ଖେଳାଳିମାନେ ଏହି ବ୍ରେକର ପୂରା ଫାଇଦା ଉଠାଇ ନିଜ ଚୁଟିକୁ ନୂଆ ଲୁକ୍ ଦେବା ପାଇଁ ହେୟାରକଟ୍ କରାଇଛନ୍ତି।

ଟିମ୍ ଇଣ୍ଡିଆ ଖେଳାଳିମାନଙ୍କର ଏହି ହେୟାରକଟ୍ କରିଛନ୍ତି ସେଲିବ୍ରିଟି ହେୟାର୍ ଷ୍ଟାଇଲିଷ୍ଟ ଆଲିମ୍ ହାକିମ୍। ଭାରତୀୟ ଖେଳାଳିମାନଙ୍କର ହେୟାରକଟ୍ କରୁଥିବା ଫଟୋ ହାକିମ୍ ସୋଶାଲ ମିଡିଆରେ ଶେୟାର କରିଛନ୍ତି। ଏଥିରେ ତାଙ୍କୁ ଭାରତୀୟ ଟିମର କିଛି ଖେଳାଳିଙ୍କ ଚୁଟି କାଟୁଥିବାର ଦେଖିବାକୁ ମିଳିଛି। ଏଥିରେ କ୍ୟାପଟେନ୍ ବିରାଟ କୋହଲି ମଧ୍ୟ ସାମିଲ୍ ଅଛନ୍ତି।

ତେବେ ହାକିମ୍ ଯେଉଁ ଫଟୋ ଶେୟାର କରିଛନ୍ତି, ସେଥିରେ ମହେନ୍ଦ୍ର ସିଂହ ଧୋନି, ହାର୍ଦ୍ଦିକ ପାଣ୍ଡ୍ୟା ଓ ୟୁଜବେନ୍ଦ୍ର ଚହଲ୍ ଅଛନ୍ତି। ଧୋନି ନିଜ ଚୁଟି ସହ ନୂଆ ନୂଆ ପ୍ରୟୋଗ ପାଇଁ ବେଶ୍ ପରିଚିତ। ସେହିପରି ହାର୍ଦ୍ଦିକ ମଧ୍ୟ ଧୋନିଙ୍କ ପଥ ଅନୁସରଣ କରିଛନ୍ତି।

ଧୋନି ଓ ହାର୍ଦ୍ଦିକ ମୁଣ୍ଡର ଉପରି ଭାଗ ବଡ଼ ଓ ସାଇଡରେ ଛୋଟ ଛୋଟ ଚୁଟି ରଖିଛନ୍ତି। ଦୁହିଁଙ୍କ ଏହି ନୂଆ ଲୁକକୁ ବହୁତ ପସନ୍ଦ ମଧ୍ୟ କରାଯାଉଛି। ବିରାଟ କୋହଲି ଓ ଚହଲ୍ ଛୋଟ ଛୋଟ ଚୁଟି ରଖନ୍ତି, ଯାହା ଭାରତୀୟ ଟିମର ଏକ ଟ୍ରେଣ୍ଡ ହୋଇସାରିଛି।

Related story