ଧୋନିଙ୍କ ରେକର୍ଡ ଭାଙ୍ଗିବେ ବିରାଟ୍ କୋହଲି !

ଜାମାଇକା: ଭାରତର ସବୁଠାରୁ ସଫଳ ଟେଷ୍ଟ କ୍ୟାପଟେନ୍ ହେବାରୁ ବିରାଟ୍ କୋହଲି ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ଅଛନ୍ତି। ଶୁକ୍ରବାରଠାରୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଆରମ୍ଭ ହେବାକୁଥିବା ଦ୍ୱିତୀୟ ଟେଷ୍ଟରେ ଯଦି ବିରାଟ ବିଜୟ ହାସଲ କରିବାରେ ସଫଳ ହୁଅନ୍ତି, ତାହେଲେ ସେ ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି (୨୭ ଟେଷ୍ଟ ମ୍ୟାଚ୍)ଙ୍କ ରେକର୍ଡ ଭାଙ୍ଗି ଦେବେ। ଏଥିସହ ବିରାଟ୍ ସର୍ବାଧିକ ଟେଷ୍ଟ ମ୍ୟାଚ୍ ଜିତିବାରେ ଭାରତୀୟ କ୍ୟାପଟେନ୍ ହେବେ। ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟକୁ […]

virat

virat

Ranjit Kumar Jena
  • Published: Thursday, 29 August 2019
  • Updated: 29 August 2019, 05:17 PM IST

Sports

Latest News

ଜାମାଇକା: ଭାରତର ସବୁଠାରୁ ସଫଳ ଟେଷ୍ଟ କ୍ୟାପଟେନ୍ ହେବାରୁ ବିରାଟ୍ କୋହଲି ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ଅଛନ୍ତି। ଶୁକ୍ରବାରଠାରୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଆରମ୍ଭ ହେବାକୁଥିବା ଦ୍ୱିତୀୟ ଟେଷ୍ଟରେ ଯଦି ବିରାଟ ବିଜୟ ହାସଲ କରିବାରେ ସଫଳ ହୁଅନ୍ତି, ତାହେଲେ ସେ ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି (୨୭ ଟେଷ୍ଟ ମ୍ୟାଚ୍)ଙ୍କ ରେକର୍ଡ ଭାଙ୍ଗି ଦେବେ। ଏଥିସହ ବିରାଟ୍ ସର୍ବାଧିକ ଟେଷ୍ଟ ମ୍ୟାଚ୍ ଜିତିବାରେ ଭାରତୀୟ କ୍ୟାପଟେନ୍ ହେବେ।

ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟକୁ ୩୧୮ ରନରେ ଜିତିବା ପରେ କ୍ୟାପଟେନ୍ ଭାବେ ବିରାଟ୍ ସର୍ବାଧିକ ଟେଷ୍ଟ ଜିତିବାରେ ଧୋନିଙ୍କ ରେକର୍ଡ ସହ ବରାବର କରିଥିଲେ। କ୍ୟାପଟେନ୍ ଭାବେ ଧୋନି ଓ କୋହଲି ଏପର୍ଯ୍ୟନ୍ତ ୨୭ଟି ଲେଖାଏ ଟେଷ୍ଟ ମ୍ୟାଚ୍ ଜିତିଛନ୍ତି। କ୍ୟାପଟେନ୍ ଭାବେ ଧୋନିଙ୍କ ବିଜୟ ପ୍ରତିଶତ ୪୫% ରହିଛି। ତାଙ୍କ ନେତୃତ୍ୱରେ ଭାରତ ୨୭ ମ୍ୟାଚ୍ ଜିତିଥିବା ବେଳେ ୧୮ଟିରେ ପରାଜୟ ଏବଂ ୧୫ଟି ଡ୍ର' ହୋଇଛି। ଅନ୍ୟପକ୍ଷରେ କୋହଲିଙ୍କ ବିଜୟ ପ୍ରତିଶତ ୫୫.୩% ରହିଛି। କୋହଲିଙ୍କ ନେତୃତ୍ୱରେ ଭାରତ ୪୭ ଟେଷ୍ଟ ମ୍ୟାଚ୍ ଖେଳିଛି, ଯେଉଁଥିରେ ୨୭ ବିଜୟ, ୧୦ ପରାଜୟ ଏବଂ ୧୦ ଡ୍ର' ମିଳିଛି।

ଭାରତର ରନ୍ ମେଶିନ୍ କୋହଲି ପୂର୍ବରୁ ହିଁ ବିଦେଶ ମାଟିରେ ସର୍ବାଧିକ ଟେଷ୍ଟ ମ୍ୟାଚ୍ ଜିତିବାରେ ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲିଙ୍କ ରେକର୍ଡ ଭାଙ୍ଗି ସାରିଛନ୍ତି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟରେ ହିଁ କୋହଲି ଏହି ଉପଲବ୍ଧି ହାସଲ କରିଥିଲେ। କୋହଲିଙ୍କ ନେତୃତ୍ୱରେ ଭାରତ ବିଦେଶରେ ୧୨ଟି ମ୍ୟାଚ୍ ଜିତିଛି। ସେହିପରି ଗାଙ୍ଗୁଲିଙ୍କ ନେତୃତ୍ୱରେ ଭାରତ ବିଦେଶରେ ୧୧ ଟେଷ୍ଟ ମ୍ୟାଚ୍ ଜିତିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos