ଆଇସିସି ଟେଷ୍ଟ ରାଙ୍କିଙ୍ଗ୍‌: ଶୀର୍ଷରେ ବିରାଟ୍‌, ଖସିଲେ ରାହାଣେ

ଦୁବାଇ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଥିବା ବେଳେ ତାଙ୍କ ଡେପୁଟୀ ଆଜିଙ୍କ୍ୟ ରାହାଣେଙ୍କୁ ଗୋଟିଏ ସ୍ଥାନର କ୍ଷତି ହୋଇଛି। କୋହଲି ପୂର୍ବପରି ୯୨୮ ପଏଣ୍ଟ ସହ ବ୍ୟାଟ୍ସମ୍ୟାନ୍ ରାଙ୍କିଙ୍ଗର ପ୍ରଥମ ସ୍ଥାନରେ ରହିଛନ୍ତି। ତାଙ୍କ ପଛକୁ ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ୍ ୯୧୧ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଚେତେଶ୍ୱର ପୂଜାରା (୭୯୧ ପଏଣ୍ଟ) ଷଷ୍ଠ ସ୍ଥାନ ବଜାୟ ରଖିଥିବା ବେଳେ ରାହାଣେ ୭୫୯ […]

kohli

Ranjit Kumar Jena
  • Published: Saturday, 01 February 2020
  • , Updated: 01 February 2020, 05:35 PM IST

ଦୁବାଇ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଥିବା ବେଳେ ତାଙ୍କ ଡେପୁଟୀ ଆଜିଙ୍କ୍ୟ ରାହାଣେଙ୍କୁ ଗୋଟିଏ ସ୍ଥାନର କ୍ଷତି ହୋଇଛି। କୋହଲି ପୂର୍ବପରି ୯୨୮ ପଏଣ୍ଟ ସହ ବ୍ୟାଟ୍ସମ୍ୟାନ୍ ରାଙ୍କିଙ୍ଗର ପ୍ରଥମ ସ୍ଥାନରେ ରହିଛନ୍ତି।

ତାଙ୍କ ପଛକୁ ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ୍ ୯୧୧ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଚେତେଶ୍ୱର ପୂଜାରା (୭୯୧ ପଏଣ୍ଟ) ଷଷ୍ଠ ସ୍ଥାନ ବଜାୟ ରଖିଥିବା ବେଳେ ରାହାଣେ ୭୫୯ ପଏଣ୍ଟ ସହ ନବମକୁ ଖସିଛନ୍ତି। ଭାରତୀୟ ପେସର ଯଶପ୍ରୀତ ବୁମ୍ରା ବୋଲରଙ୍କ ରାଙ୍କିଙ୍ଗରେ ୭୯୪ ପଏଣ୍ଟ ସହ ଷଷ୍ଠ ସ୍ଥାନରେ ରହିଥିବା ବେଳେ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ ଅଷ୍ଟମ ସ୍ଥାନରେ ରହିଛନ୍ତି।

ମହମ୍ମଦ ଶାମି (ନବମ) ତୃତୀୟ ଭାରତୀୟ ବୋଲର ଭାବେ ଟପ୍‌-୧୦ରେ ରହିଛନ୍ତି। ଅଲରାଉଣ୍ଡର ତାଲିକାରେ ରବୀନ୍ଦ୍ର ଜାଡେଜା ୪୦୬ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଥିବା ବେଳେ ଅଶ୍ୱିନ୍ ୩୦୮ ପଏଣ୍ଟ ସହ ଚତୁର୍ଥ ସ୍ଥାନକୁ ଉଠିଛନ୍ତି।

Related story