ଏମିତି ନୂଆ ବର୍ଷ ପାଳି ଶୁଭେଚ୍ଛା ଜଣାଇଲେ ବିରାଟ୍‌

ମେଲବର୍ଣ୍ଣ: ଭାରତରେ ନୂଆବର୍ଷ ଆଉ କିଛି ଘଣ୍ଟା ପରେ ପାଦ ଦେବ। କିନ୍ତୁ ଅଷ୍ଟ୍ରେଲିଆରେ ୨୦୧୯ ପାଦ ଥାପି ସାରିଲାଣି। ଏବେ ଅଷ୍ଟ୍ରେଲିଆରେ ଟେଷ୍ଟ୍‌ ସିରିଜ୍‌ ଖେଳୁଥିବା ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି ପତ୍ନୀଙ୍କ ସହ ସେଠାରେ ୨୦୧୯କୁ ସ୍ୱାଗତ କରିଛନ୍ତି। ଉଭୟ ଟିମ୍‌ଠାରୁ ଦୂରରେ ରହି କିଛି ସମୟ ଏକାଠି ବିତାଇବା ସହ ସୁନ୍ଦର ସୁନ୍ଦର ଫଟୋ ସୋଶାଲ୍‌ ମିଡିଆରେ ଛାଡ଼ି ଭାରତବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବିରାଟ୍‌ ପତ୍ନୀ ଅନୁଷ୍କାଙ୍କ ସହ ଏକ ରୋମାଣ୍ଟିକ୍‌ […]

va1

Hemant Lenka
  • Published: Monday, 31 December 2018
  • , Updated: 31 December 2018, 07:55 PM IST

ମେଲବର୍ଣ୍ଣ: ଭାରତରେ ନୂଆବର୍ଷ ଆଉ କିଛି ଘଣ୍ଟା ପରେ ପାଦ ଦେବ। କିନ୍ତୁ ଅଷ୍ଟ୍ରେଲିଆରେ ୨୦୧୯ ପାଦ ଥାପି ସାରିଲାଣି। ଏବେ ଅଷ୍ଟ୍ରେଲିଆରେ ଟେଷ୍ଟ୍‌ ସିରିଜ୍‌ ଖେଳୁଥିବା ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି ପତ୍ନୀଙ୍କ ସହ ସେଠାରେ ୨୦୧୯କୁ ସ୍ୱାଗତ କରିଛନ୍ତି।

ଉଭୟ ଟିମ୍‌ଠାରୁ ଦୂରରେ ରହି କିଛି ସମୟ ଏକାଠି ବିତାଇବା ସହ ସୁନ୍ଦର ସୁନ୍ଦର ଫଟୋ ସୋଶାଲ୍‌ ମିଡିଆରେ ଛାଡ଼ି ଭାରତବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବିରାଟ୍‌ ପତ୍ନୀ ଅନୁଷ୍କାଙ୍କ ସହ ଏକ ରୋମାଣ୍ଟିକ୍‌ ଫଟୋ ଛାଡ଼ି ଲେଖିଛନ୍ତି ଯେ, “ ମୁଁ ଭାରତରେ ଏବଂ ବିଶ୍ୱରେ ଥିବା ସମସ୍ତଙ୍କୁ ଅଷ୍ଟ୍ରେଲିଆରୁ ନୂଆ ବର୍ଷର ଶୁଭେଚ୍ଛା ଜଣାଉଛି। ୨୦୧୯ ସମସ୍ତଙ୍କ ପାଇଁ ଭଲ ହେଉ। ଭଗବାନ ସମସ୍ତଙ୍କ ମଙ୍ଗଳ କରନ୍ତୁ।”

ବିରାଟ୍‌ ପ୍ରଥମ କ୍ରିକେଟର ଭାବେ କ୍ରିକେଟ ପ୍ରେମୀଙ୍କୁ ୨୦୧୯ର ଶୁଭେଚ୍ଛା ଜଣାଇଛନ୍ତି।

ରବିବାର ମେଲବର୍ଣ୍ଣ ଟେଷ୍ଟ ଜିତିବା ପରେ ବିରାଟ୍‌ ପତ୍ନୀ ଅନୁଷ୍କାଙ୍କ ସହ ସିଡ୍‌ନୀ ଚାଲି ଯାଇଥିଲେ। ସେଠାରେ ଉଭୟ ୨୦୧୯କୁ ସ୍ୱାଗତ କରିଛନ୍ତି।

Related story