ଅନୁଷ୍କାଙ୍କ ସହ ନୂଆ ଫଟୋ ପୋଷ୍ଟ କଲେ ବିରାଟ୍ କୋହଲି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲି ନିଜ ପତ୍ନୀ ତଥା ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସହ ଏକ ଫଟୋ ସୋଶାଲ ମିଡିଆରେ ଶେୟାର କରିଛନ୍ତି, ଯେଉଁଥିରେ ପ୍ରଶଂସକ ଭଲ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି। ବିରାଟ୍ କୌଣସି କ୍ୟାପସନ୍ ନ ଦେଇ ଏହି ଫଟୋ ପୋଷ୍ଟ କରିଛନ୍ତି। ତେବେ ଏହି ଫଟୋ ସମ୍ଭବତ ୱେଷ୍ଟଇଣ୍ଡିଜ୍ ଗସ୍ତ ସମୟର ବୋଲି କୁହାଯାଉଛି। ଟିମ୍ ଇଣ୍ଡିଆର ୱେଷ୍ଟଇଣ୍ଡିଜ୍ ଗସ୍ତରେ ବିରାଟଙ୍କ ସହ ଅନୁଷ୍କା ମଧ୍ୟ ଯାଇଥିଲେ। ❤️ […]

virat

Ranjit Kumar Jena
  • Published: Wednesday, 11 September 2019
  • , Updated: 11 September 2019, 06:20 PM IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲି ନିଜ ପତ୍ନୀ ତଥା ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସହ ଏକ ଫଟୋ ସୋଶାଲ ମିଡିଆରେ ଶେୟାର କରିଛନ୍ତି, ଯେଉଁଥିରେ ପ୍ରଶଂସକ ଭଲ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି। ବିରାଟ୍ କୌଣସି କ୍ୟାପସନ୍ ନ ଦେଇ ଏହି ଫଟୋ ପୋଷ୍ଟ କରିଛନ୍ତି। ତେବେ ଏହି ଫଟୋ ସମ୍ଭବତ ୱେଷ୍ଟଇଣ୍ଡିଜ୍ ଗସ୍ତ ସମୟର ବୋଲି କୁହାଯାଉଛି। ଟିମ୍ ଇଣ୍ଡିଆର ୱେଷ୍ଟଇଣ୍ଡିଜ୍ ଗସ୍ତରେ ବିରାଟଙ୍କ ସହ ଅନୁଷ୍କା ମଧ୍ୟ ଯାଇଥିଲେ।

ବିରାଟ୍ ଅନୁଷ୍କାଙ୍କ ସହ ନିଜ ଫଟୋ ଟ୍ୱିଟ୍ କରିଛନ୍ତି, ଯେଉଁଥିରେ ଅନୁଷ୍କା ଏକ ଚେୟାରରେ ବସିଛନ୍ତି ଏବଂ କୋହଲି ତାଙ୍କ କୋଳରେ ଶୋଇକି ପୋଜ୍ ଦେଉଛନ୍ତି। କୋହଲି ଏହି ଟ୍ୱିଟର କ୍ୟାପସନରେ 'ହାର୍ଟ' ଥିବା ଇମୋଜି ଦେଇଛନ୍ତି। ଏହି ଫଟୋ ଖୋଦ୍ ବିରାଟ ହିଁ ସେଲଫି ଉଠାଇ କ୍ୟାମେରାରେ କ୍ୟାପଚର୍ କରିଛନ୍ତି। ଏହି ଫଟୋରେ କୋହଲି ବିନା ଟି-ଶାର୍ଟରେ ଥିବା ବେଳେ ଅନୁଷ୍କା ବିକିନି ପରିଧାନ କରି ବହୁତ ସୁନ୍ଦର ଲାଗୁଛନ୍ତି।

 

View this post on Instagram

 

वॉटर बेबी 🌊

A post shared by AnushkaSharma1588 (@anushkasharma) on


କୋହଲିଙ୍କ ଏହି ଫଟୋରେ ପ୍ରଶଂସକ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ଜଣେ ପ୍ରଶଂସକ ଲେଖିଛନ୍ତି, ପ୍ୟାର୍ ହୋ ତୋ ଐସା ହୋ', ଇନ୍ ଦୋନୋ ଲଭ୍ ବାର୍ଡ୍ସଙ୍କ ଭଳି। ଆଉ ଜଣେ ପ୍ରଶଂସକ ଲେଖିଛନ୍ତି, ସୁପର୍ କପଲ୍, ଆପଣ ଦୁହେଁ ସର୍ବଦା ଏକାଠି ରୁହନ୍ତୁ ବୋଲି ମୁଁ ପ୍ରାର୍ଥନା କରୁଛି।

ବିରାଟଙ୍କ ପରେ ଅନୁଷ୍କା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜର କିଛି ହଟ୍ ଫଟୋ ପୋଷ୍ଟ କରିଛନ୍ତି। ଏହି ଫଟୋରେ ଅନୁଷ୍କାଙ୍କୁ ହଳଦିଆ ବିକିନିରେ ସମୁଦ୍ରରେ ମସ୍ତି କରୁଥିବାର ଦେଖିବାକୁ ମିଳିଛି। ଏହି ଫଟୋରେ ଅନୁଷ୍କା କ୍ୟାପସନ୍ ଦେଇଛନ୍ତି, "ୱାଟର୍ ବେବି।"

Related story