ନିଜ ପିଲାଦିନର ଏହି ଫଟୋ ଶେୟାର କଲେ ବିରାଟ୍

ନୂଆଦିଲ୍ଲୀ: ଇଂଲଣ୍ଡରେ ଚାଲିଥିବା ଆଇସିସି ବିଶ୍ୱକପର ମହାମୁକାବିଲାରେ ଭାରତ ପାକିସ୍ତାନ ବିପକ୍ଷରେ ବିଜୟ ହାସଲ କରି ଇତିହାସ କାଏମ ରଖିଛି। ଭାରତୀୟ ଟିମ୍ ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡ ଗ୍ରାଉଣ୍ଡରେ ପାକିସ୍ତାନକୁ ଡିଏଲ୍ ନିୟମରେ ୮୯ ରନରେ ପରାସ୍ତ କରି ୨୦୧୭ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ ପରାଜୟର ପ୍ରତିଶୋଧ ନେଇଛି। ଏହି ବିଜୟ ପରେ ଭାରତୀୟ ଟିମର ସବୁ ଖେଳାଳି ସୋଶାଲ ମିଡିଆରେ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଅନ୍ୟପକ୍ଷରେ କ୍ୟାପଟେନ୍ ବିରାଟ୍ କୋହଲି ଇନଷ୍ଟାଗ୍ରାମ୍ ଓ ଟ୍ୱିଟରରେ ନିଜ […]

virat

Hemant Lenka
  • Published: Monday, 17 June 2019
  • , Updated: 17 June 2019, 07:30 PM IST

ନୂଆଦିଲ୍ଲୀ: ଇଂଲଣ୍ଡରେ ଚାଲିଥିବା ଆଇସିସି ବିଶ୍ୱକପର ମହାମୁକାବିଲାରେ ଭାରତ ପାକିସ୍ତାନ ବିପକ୍ଷରେ ବିଜୟ ହାସଲ କରି ଇତିହାସ କାଏମ ରଖିଛି। ଭାରତୀୟ ଟିମ୍ ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡ ଗ୍ରାଉଣ୍ଡରେ ପାକିସ୍ତାନକୁ ଡିଏଲ୍ ନିୟମରେ ୮୯ ରନରେ ପରାସ୍ତ କରି ୨୦୧୭ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ ପରାଜୟର ପ୍ରତିଶୋଧ ନେଇଛି।

ଏହି ବିଜୟ ପରେ ଭାରତୀୟ ଟିମର ସବୁ ଖେଳାଳି ସୋଶାଲ ମିଡିଆରେ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଅନ୍ୟପକ୍ଷରେ କ୍ୟାପଟେନ୍ ବିରାଟ୍ କୋହଲି ଇନଷ୍ଟାଗ୍ରାମ୍ ଓ ଟ୍ୱିଟରରେ ନିଜ ପିଲାଦିନର ଏକ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ତାଙ୍କର ଆଗକୁ ବଢ଼ିବାର ଉତ୍କଣ୍ଠାର ଝଲକ ଆଜିବି ଦେଖିବାକୁ ମିଳିଛି।

ବିରାଟଙ୍କ ଏହି ପିଲାଦିନର ଫଟୋ ଷ୍ଟାଇଲ୍ ଏବଂ ରବିବାର ପାକିସ୍ତାନ ବିପକ୍ଷ ମ୍ୟାଚରେ ବିରାଟ୍ ଠିକ୍ ସେହି ଷ୍ଟାଇଲରେ ଛିଡ଼ା ହୋଇଥିବାର ଦେଖିବାକୁ ମିଳିଛି। ଏହି ଫଟୋ ଶେୟାର କରିବା ମାତ୍ରକେ ବିରାଟଙ୍କୁ ଚାଡିଆଡ଼ୁ ପ୍ରଶଂସା କରାଯାଉଛି। ଏହି ଫଟୋରେ ବିରାଟ୍ ଲେଖିଛନ୍ତି, "ଏହା ୯୦ ଦଶକ ପରଠାରୁ ଜାରି ଅଛି।" ଏହା ପରେ ଲୋକେ କୋହଲିଙ୍କୁ ମହାରଥୀ କହିଛନ୍ତି।

ଭାରତୀୟ ଟିମର କ୍ୟାପଟେନ୍ କୋହଲିଙ୍କ ଭିତରେ ରନ୍ ଅପେକ୍ଷା ଜିତିବାର କ୍ଷୁଧା ଅଧିକ। ତାଙ୍କୁ କ୍ରିକେଟ୍ ମ୍ୟାଚରେ ପରାଜୟ ଆଦୌ ପସନ୍ଦ ନୁହେଁ। କୋହଲି ସର୍ବଦା କୁହନ୍ତି ଯେ, ପିଲାଦିନେ ମୁଁ ଯେତେବେଳେ ମୋ ପିତାଙ୍କ ସହ ମ୍ୟାଚ୍ ଦେଖୁଥିଲି ଏବଂ ଭାରତ ପରାସ୍ତ ହେଉଥିଲା। ସେହି ସମୟରେ ମୁଁ କହୁଥିଲି, ହୁଏତ ମୁଁ ଖେଳୁଥାନ୍ତି ଏବଂ ଟିମକୁ ପ୍ରତି ମ୍ୟାଚ୍ ଜିତାଉଥାନ୍ତି।

ଏହି ଦୃଢ଼ତା ଏବଂ ବିଜୟୀ ଇଚ୍ଛାଶକ୍ତି କୋହଲିଙ୍କୁ ଆଜି କ୍ରିକେଟର ଜଣେ ମହାନ୍ ଖେଳାଳି ଭାବେ ପରିଚିତ କରାଇଛି। ଖେଳ ପ୍ରତି ତାଙ୍କର ଭଲପାଇବା ବହୁତ ଗଭୀର। ସୂଚନାଯୋଗ୍ୟ, ରବିବାର ପାକିସ୍ତାନ ବିପକ୍ଷ ମ୍ୟାଚରେ ବିରାଟ ୬୫ ବଲରେ ୭୭ ରନର ଇନିଂସ୍ ଖେଳିଥିଲେ। ଯାହା ପରେ ସେ ମହମ୍ମଦ ଆମୀରଙ୍କ ବଲରେ ବିନା ଆଉଟ୍ ହୋଇ ପ୍ୟାଭିଲିୟନ୍ ଫେରିଥିଲେ।

Related story