ସବୁ ଭାରତୀୟ କ୍ୟାପଟେନଙ୍କୁ ପଛରେ ପକାଇଲେ ବିରାଟ୍ କୋହଲି

ରାଞ୍ଚି: ଭାରତୀୟ କ୍ରିକେଟ୍ ଟିମ୍ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜକୁ ୩-୦ରେ କ୍ଲିନସୁଇପ୍ କରିଛି। ପ୍ରଥମଥର ପାଇଁ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜକୁ ମୂଳପୋଛ୍ କରିଛି। ଭାରତୀୟ ଟିମ୍ ପୂରା ସିରିଜରେ ଦମଦାର ପ୍ରଦର୍ଶନ କରିଛି। ଟିମ୍ ସବୁ ବିଭାଗରେ ଦକ୍ଷିଣ ଆଫ୍ରିକାକୁ ପଛରେ ପକାଇଛି। ଭାରତୀୟ ଟିମ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମୋଟ ୩୯ ଟେଷ୍ଟ ମ୍ୟାଚ୍ ଖେଳିଛି। ଏଥିରୁ ଭାରତ ୧୪ ଏବଂ ଦକ୍ଷିଣ ଆଫ୍ରିକା ୧୫ ମ୍ୟାଚ୍ ଜିତିଛି। […]

captain-kohli

Ranjit Kumar Jena
  • Published: Tuesday, 22 October 2019
  • , Updated: 22 October 2019, 05:04 PM IST

ରାଞ୍ଚି: ଭାରତୀୟ କ୍ରିକେଟ୍ ଟିମ୍ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜକୁ ୩-୦ରେ କ୍ଲିନସୁଇପ୍ କରିଛି। ପ୍ରଥମଥର ପାଇଁ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜକୁ ମୂଳପୋଛ୍ କରିଛି। ଭାରତୀୟ ଟିମ୍ ପୂରା ସିରିଜରେ ଦମଦାର ପ୍ରଦର୍ଶନ କରିଛି। ଟିମ୍ ସବୁ ବିଭାଗରେ ଦକ୍ଷିଣ ଆଫ୍ରିକାକୁ ପଛରେ ପକାଇଛି। ଭାରତୀୟ ଟିମ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମୋଟ ୩୯ ଟେଷ୍ଟ ମ୍ୟାଚ୍ ଖେଳିଛି। ଏଥିରୁ ଭାରତ ୧୪ ଏବଂ ଦକ୍ଷିଣ ଆଫ୍ରିକା ୧୫ ମ୍ୟାଚ୍ ଜିତିଛି।

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତୀୟ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ନେତୃତ୍ୱରେ ଅଧିକ ସଫଳତା ହାସଲ କରିଛି। କୋହଲିଙ୍କ ନେତୃତ୍ୱରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୦ ଟେଷ୍ଟ ଖେଳିଛି, ଯେଉଁଥିରେ ୭ଟିରେ ବିଜୟୀ ହୋଇଛି । ଅଥାତ୍ କୋହଲିଙ୍କ ବିଜୟ ଆଭରେଜ୍ ୭୦ ପ୍ରତିଶତ ରହିଛି। ତେବେ ବଡ଼ କଥା ହେଉଛି, ଦକ୍ଷିଣ ଆଫ୍ରିକା ବିପକ୍ଷରେ ନେତୃତ୍ୱ ନେଇଥିବା ସବୁ ଭାରତୀୟ କ୍ୟାପଟେନ୍ ମିଶିକି ୨୯ ଟେଷ୍ଟରେ ମାତ୍ର ୭ଟି ବିଜୟ ହାସଲ କରିଛନ୍ତି।

ଭାରତ ପକ୍ଷରୁ ମହମ୍ମଦ ଆଝାରୁଦ୍ଦିନ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୪ଟି ମ୍ୟାଚରେ ନେତୃତ୍ୱ ନେଇଛନ୍ତି। ଭାରତ ଏଥିରୁ ଗୋଟିଏ ମ୍ୟାଚ୍ ହାରିଥିବା ବେଳେ ତିନୋଟି ଡ୍ର' କରିଛି। ସଚିନ ତେନ୍ଦୁଲକରଙ୍କ ନେତୃତ୍ୱରେ ଭାରତ ୮ଟି ଟେଷ୍ଟରେ ୨ଟିରେ ବିଜୟୀ ହୋଇଥିବା ବେଳେ ୫ଟିରେ ପରାଜୟ ଏବଂ ଗୋଟିଏ ଡ୍ର' କରିଛି। ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱରେ ଭାରତ ୪ଟି ଟେଷ୍ଟରୁ ଗୋଟିଏରେ ବିଜୟୀ, ଗୋଟିଏରେ ପରାଜୟ ଏବଂ ଦୁଇଟି ଡ୍ର' କରିଛି। ରାହୁଲ୍ ଡ୍ରାଭିଡଙ୍କ ନେତୃତ୍ୱରେ ଭାରତ ୩ଟି ଟେଷ୍ଟରୁ ଗୋଟିଏ ବିଜୟ ଓ ଦୁଇଟିରେ ହାରିଛି। ଅନୀଲ କୁମ୍ବଲେଙ୍କ ନେତୃତ୍ୱରେ ଭାରତ ୨ଟିରୁ ଗୋଟିଏ ପରାଜୟ ଏବଂ ଗୋଟିଏ ଡ୍ର' କରିବାରେ ସଫଳ ହୋଇଛି। ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଭାରତ ୮ଟି ଟେଷ୍ଟରୁ ୩ଟି ବିଜୟ, ୩ଟି ପରାଜୟ ଏବଂ ୨ଟି ଡ୍ର' କରିଛି।

ଉଭୟ ଟିମ୍ ମଧ୍ୟରେ ହୋଇଥିବା ମୁକାବିଲାରେ କୋହଲି ସର୍ବଶ୍ରେଷ୍ଠ କ୍ୟାପଟେନ୍ ହୋଇଛନ୍ତି। କୋହଲିଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ଏହା ସପ୍ତମ ବିଜୟ ଥିଲା। ଏହା ପୂର୍ବରୁ ଗ୍ରେମ୍ ସ୍ମିଥଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିକା ଭାରତ ବିପକ୍ଷରେ ୧୫ ଟେଷ୍ଟରୁ ୬ ମ୍ୟାଚରେ ବିଜୟୀ ହୋଇଥିଲା। ଏଥରେ ଦକ୍ଷିଣ ଆଫ୍ରିକା ୫ଟି ହାରିଥିବା ବେଳେ ୪ଟି ମ୍ୟାଚ୍ ଡ୍ର' କରିଥିଲା।

Related story