ବିରାଟ୍ ଭାରତର ସଫଳ ଟେଷ୍ଟ କ୍ୟାପଟେନ୍

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜକୁ ଦ୍ୱିତୀୟ ଟେଷ୍ଟରେ ୨୫୭ ରନରେ ପରାସ୍ତ କରି ବିରାଟ୍ କୋହଲି ଟେଷ୍ଟ କ୍ରିକେଟ୍ ଇତିହାସରେ ମହେନ୍ଦ୍ର ସିଂହ ଧୋନିଙ୍କୁ ପଛରେ ପକାଇ ଭାରତର ସବୁଠାରୁ ସଫଳ କ୍ୟାପଟେନ୍ ହୋଇଛନ୍ତି। କୋହଲିଙ୍କ ନେତୃତ୍ୱରେ ଭାରତ ୪୮ ଟେଷ୍ଟ ମ୍ୟାଚରୁ ୨୮ଟିରେ ବିଜୟୀ ହୋଇଛି। ଧୋନି ନିଜ ନେତୃତ୍ୱରେ ୬୦ ଟେଷ୍ଟରେ ଭାରତକୁ ୨୭ଟିରେ ବିଜୟୀ କରାଇଥିଲେ। କ୍ୟାପଟେନ୍ ଭାବେ ଧୋନିଙ୍କର ବିଜୟ ପ୍ରତିଶତ ୪୫ ରହିଛି। ଧୋନିଙ୍କ ନେତୃତ୍ୱରେ ଭାରତ ୧୮ଟିରେ ହାରିଥିବା ବେଳେ ୧୫ଟି […]

virat

virat

Ranjit Kumar Jena
  • Published: Tuesday, 03 September 2019
  • Updated: 03 September 2019, 05:32 PM IST

Sports

Latest News

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜକୁ ଦ୍ୱିତୀୟ ଟେଷ୍ଟରେ ୨୫୭ ରନରେ ପରାସ୍ତ କରି ବିରାଟ୍ କୋହଲି ଟେଷ୍ଟ କ୍ରିକେଟ୍ ଇତିହାସରେ ମହେନ୍ଦ୍ର ସିଂହ ଧୋନିଙ୍କୁ ପଛରେ ପକାଇ ଭାରତର ସବୁଠାରୁ ସଫଳ କ୍ୟାପଟେନ୍ ହୋଇଛନ୍ତି। କୋହଲିଙ୍କ ନେତୃତ୍ୱରେ ଭାରତ ୪୮ ଟେଷ୍ଟ ମ୍ୟାଚରୁ ୨୮ଟିରେ ବିଜୟୀ ହୋଇଛି। ଧୋନି ନିଜ ନେତୃତ୍ୱରେ ୬୦ ଟେଷ୍ଟରେ ଭାରତକୁ ୨୭ଟିରେ ବିଜୟୀ କରାଇଥିଲେ।

କ୍ୟାପଟେନ୍ ଭାବେ ଧୋନିଙ୍କର ବିଜୟ ପ୍ରତିଶତ ୪୫ ରହିଛି। ଧୋନିଙ୍କ ନେତୃତ୍ୱରେ ଭାରତ ୧୮ଟିରେ ହାରିଥିବା ବେଳେ ୧୫ଟି ଡ୍ର' ହୋଇଛି। ତେବେ କୋହଲିଙ୍କ ବିଜୟ ରେକର୍ଡ ୫୮% ରହିଛି, ଯାହାକି ଭାରତୀୟଙ୍କ ପକ୍ଷେ ଏହା ସର୍ବଶ୍ରେଷ୍ଠ। କୋହଲିଙ୍କ ନେତୃତ୍ୱରେ ଭାରତ ଖେଳିଥିବା ୪୮ ଟେଷ୍ଟରୁ ୧୦ରେ ହାରିଥିବା ବେଳେ ୧୦ଟିରେ ଡ୍ର' କରିଛି।

ଭାରତର ସବୁଠାରୁ ସଫଳ କ୍ୟାପଟେନ୍ ତାଲିକାରେ ସୌରଭ ଗାଙ୍ଗୁଲି ତୃତୀୟ ଓ ମହମ୍ମଦ ଆଝାରୁଦ୍ଦିନ ଚତୁର୍ଥ ସ୍ଥାନରେ ଅଛନ୍ତି। ଗାଙ୍ଗୁଲିଙ୍କ ନେତୃତ୍ୱରେ ଭାରତ ୪୯ ଟେଷ୍ଟରୁ ୨୧ ଏବଂ ଆଝାରୁଦ୍ଦିନଙ୍କ ନେତୃତ୍ୱରେ ଭାରତ ୪୭ ଟେଷ୍ଟରୁ ୧୪ଟିରେ ବିଜୟୀ ହୋଇଥିଲା। ଟେଷ୍ଟ କ୍ରିକେଟରେ ଦକ୍ଷିଣ ଆଫ୍ରିକାର ଗ୍ରେମ୍ ସ୍ମିଥ୍ ସବୁଠାରୁ ସଫଳ କ୍ୟାପଟେନ୍, ଯିଏ ୫୩ ଟେଷ୍ଟ ମ୍ୟାଚ୍ ଜିତିଛନ୍ତି। ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ୍ ରିକି ପଣ୍ଟିଂ ୪୮ ଟେଷ୍ଟରେ ବିଜୟୀ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos