ଧୋନିଙ୍କ ରେକର୍ଡ ଭାଙ୍ଗିଲେ କୋହଲି

ହାମିଲଟନ୍‌: ଭାରତୀୟ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲି ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ଆଉ ଏକ ନୂଆ ରେକର୍ଡ ନିଜ ନାଁରେ କରିଛନ୍ତି। ଭାରତୀୟ କ୍ୟାପଟେନ୍ ଭାବେ କୋହଲି ଟି-୨୦ରେ ସର୍ବାଧିକ ରନ୍ ମାମଲାରେ ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନିଙ୍କୁ ପଛରେ ପକାଇଛନ୍ତି। ଧୋନି କ୍ୟାପଟେନ୍ ଭାବେ ୭୨ ମ୍ୟାଚରେ ୩୭.୦୬ ହାରରେ ୧୧୧୨ ରନ୍ କରିଥିଲେ। କୋହଲିଙ୍କୁ ଏହି ରେକର୍ଡ ଭାଙ୍ଗିବା ପାଇଁ ମାତ୍ର ୨୫ ରନର ଆବଶ୍ୟକ ହେଉଥିଲା, ଯାହା ସେ ବୁଧବାର ହାମିଲଟନରେ […]

kohli

Ranjit Kumar Jena
  • Published: Wednesday, 29 January 2020
  • , Updated: 29 January 2020, 05:27 PM IST

ହାମିଲଟନ୍‌: ଭାରତୀୟ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲି ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ଆଉ ଏକ ନୂଆ ରେକର୍ଡ ନିଜ ନାଁରେ କରିଛନ୍ତି। ଭାରତୀୟ କ୍ୟାପଟେନ୍ ଭାବେ କୋହଲି ଟି-୨୦ରେ ସର୍ବାଧିକ ରନ୍ ମାମଲାରେ ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନିଙ୍କୁ ପଛରେ ପକାଇଛନ୍ତି। ଧୋନି କ୍ୟାପଟେନ୍ ଭାବେ ୭୨ ମ୍ୟାଚରେ ୩୭.୦୬ ହାରରେ ୧୧୧୨ ରନ୍ କରିଥିଲେ।

କୋହଲିଙ୍କୁ ଏହି ରେକର୍ଡ ଭାଙ୍ଗିବା ପାଇଁ ମାତ୍ର ୨୫ ରନର ଆବଶ୍ୟକ ହେଉଥିଲା, ଯାହା ସେ ବୁଧବାର ହାମିଲଟନରେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ହାସଲ କରିନେଇଛନ୍ତି। କୋହଲି ଆଜି ୩୭ ରନର ଇନିଂସ୍ ଖେଳି ଧୋନିଙ୍କୁ ପଛରେ ପକାଇ ଟି-୨୦ରେ କ୍ୟାପଟେନ୍ ଭାବେ ଭାରତର ସର୍ବାଧିକ ସ୍କୋରର ହୋଇଛନ୍ତି। କୋହଲି ଏବେ ୧୧୨୬ ରନ୍ କରିଛନ୍ତି। ତେବେ ଅନ୍ତର୍ଜାତୀୟ ଟି-୨୦ରେ କ୍ୟାପଟେନ୍ ଭାବେ ସର୍ବାଧିକ ରନର ରେକର୍ଡ ଦକ୍ଷିଣ ଆଫ୍ରିକାର ଫାଫ୍ ଡୁପ୍ଲେସିସଙ୍କ ନାଁରେ ରହିଛି, ଯିଏ ୧୨୭୩ ରନ୍ କରିଛନ୍ତି।

ତାଙ୍କ ପରେ ନ୍ୟୁଜିଲ୍ୟାଣ୍ଡ୍ କ୍ୟାପଟେନ୍ କେନ୍ ୱିଲିୟମସନ୍ ୪୨ ମ୍ୟାଚରେ ୧୨୪୩ ରନ୍ କରିଛନ୍ତି। ଯଦି ଆମେ ଟି-୨୦ରେ ଓଭରଅଲ୍ ସର୍ବାଧିକ ରନ୍ କଥା ଉଠାଇବା, ତାହେଲେ ଏଥିରେ କୋହଲି ବହୁତ ଆଗରେ ରହିଛନ୍ତି। କୋହଲି ୮୧ ମ୍ୟାଚରେ ୨୭୮୩ ରନ୍ କରି ପ୍ରଥମ ସ୍ଥାନରେ ରହିଥିବା ବେଳେ ରୋହିତ୍ ଶର୍ମା ୧୦୭ ମ୍ୟାଚରେ ୨୭୧୩ ରନ୍ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

Related story