ୱେଷ୍ଟଇଣ୍ଡିଜ୍ ଗସ୍ତ ପୂର୍ବରୁ ପ୍ରେସ୍ କନଫରେନ୍ସ କରିବେ ବିରାଟ୍

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ ସୋମବାର ୱେଷ୍ଟଇଣ୍ଡିଜ୍ ଗସ୍ତ କରିବ। ତେବେ ଏହି ଗସ୍ତ ଯିବା ପୂର୍ବରୁ ଭାରତ କ୍ୟାପଟେନ୍ ବିରାଟ୍ କୋହଲି ମିଡିଆକୁ ସମ୍ବୋଧିତ କରିବେ। ବିସିସିଆଇ ରବିବାର ପ୍ରେସ୍ ରିଲିଜ୍ ଜାରି କରି ଏହି ସୂଚନା ଦେଇଛି। ବିସିସିଆଇ ଦ୍ୱାରା ଜାରି ଏହି ପ୍ରେସ୍ ରିଲିଜ୍ ଅନୁଯାୟୀ, ମୁମ୍ବାଇର ଆଇଟିସି ମରାଠା ହୋଟେଲରେ ସୋମବାର ସନ୍ଧ୍ୟା ୬ଟା ବେଳେ ବିରାଟ୍ ମିଡିଆକୁ ସମ୍ବୋଧିତ କରିବେ। ଏହା ପୂର୍ବରୁ କିଛି ମିଡିଆ ରିପୋର୍ଟରେ କୁହାଯାଇଥିଲା ଯେ […]

virat1

virat1

Ranjit Kumar Jena
  • Published: Sunday, 28 July 2019
  • Updated: 28 July 2019, 08:18 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ ସୋମବାର ୱେଷ୍ଟଇଣ୍ଡିଜ୍ ଗସ୍ତ କରିବ। ତେବେ ଏହି ଗସ୍ତ ଯିବା ପୂର୍ବରୁ ଭାରତ କ୍ୟାପଟେନ୍ ବିରାଟ୍ କୋହଲି ମିଡିଆକୁ ସମ୍ବୋଧିତ କରିବେ। ବିସିସିଆଇ ରବିବାର ପ୍ରେସ୍ ରିଲିଜ୍ ଜାରି କରି ଏହି ସୂଚନା ଦେଇଛି। ବିସିସିଆଇ ଦ୍ୱାରା ଜାରି ଏହି ପ୍ରେସ୍ ରିଲିଜ୍ ଅନୁଯାୟୀ, ମୁମ୍ବାଇର ଆଇଟିସି ମରାଠା ହୋଟେଲରେ ସୋମବାର ସନ୍ଧ୍ୟା ୬ଟା ବେଳେ ବିରାଟ୍ ମିଡିଆକୁ ସମ୍ବୋଧିତ କରିବେ।

ଏହା ପୂର୍ବରୁ କିଛି ମିଡିଆ ରିପୋର୍ଟରେ କୁହାଯାଇଥିଲା ଯେ କ୍ୟାପଟେନ୍ ବିରାଟ୍ ଓ ଭାଇସ୍ କ୍ୟାପଟେନ୍ ରୋହିତ୍ ଶର୍ମାଙ୍କ ମଧ୍ୟରେ ମତଭେଦ ଯୋଗୁ ଭାରତୀୟ ଟିମର ବାତାବରଣ ଭଲ ନାହିଁ। ଏଥିପାଇଁ କ୍ୟାରିବିୟାନ୍ ଗସ୍ତ ପୂର୍ବରୁ କ୍ୟାପଟେନ୍ ବିରାଟ୍ ଓ କୋଚ୍ ରବି ଶାସ୍ତ୍ରୀ ମିଡିଆକୁ ସମ୍ବୋଧିତ କରିବେ ନାହିଁ। କିନ୍ତୁ ଆଜି ଏ ନେଇ ବିସିସିଆଇ ସ୍ପଷ୍ଟ କରି ଦେଇଛି ଯେ, ବିରାଟ୍ ପ୍ରେସ୍ କନଫରେନ୍ସରେ ଯୋଗଦେବେ।

ବିଶ୍ୱକପ୍ ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡଠାରୁ ୧୮ ରନରେ ହାରିବା ପରେ ଭାରତୀୟ ଟିମକୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ଏପରିକି ଚର୍ଚ୍ଚା ହୋଇଥିଲା ଯେ, ଭାରତୀୟ ଟିମରେ କିଛି ବି ଠିକଠାକ୍ ଚାଲିନାହିଁ। ଏଭଳି ସ୍ଥିତିରେ ବିରାଟଙ୍କ ନେତୃତ୍ୱକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା।

ପୂର୍ବରୁ ଅନୁମାନ କରାଯାଉଥିଲା ଯେ, ବିଶ୍ୱକପ୍ ପରେ ବିରାଟ୍ ଓ ଯଶପ୍ରୀତ ବୁମ୍ରାଙ୍କୁ ୱେଷ୍ଟଇଣ୍ଡିଜ୍ ଗସ୍ତରେ ସୀମିତ ଓଭର ସିରିଜରୁ ବିଶ୍ରାମ ଦିଆଯିବ। କିନ୍ତୁ ବିରାଟ୍ ସବୁ ଫର୍ମାଟ୍ ପାଇଁ ଉପଲବ୍ଧ ହେବାକୁ କହିଥିଲେ। ସୂଚନାଯୋଗ୍ୟ, ୱେଷ୍ଟଇଣ୍ଡିଜ୍ ଗସ୍ତରେ ଭାରତୀୟ ଟିମ୍ ତିନୋଟି ଟି-୨୦, ତିନୋଟି ଦିନିକିଆ ଏବଂ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ। ଅଗଷ୍ଟ ୩ରୁ ଟି-୨୦ ସିରିଜ୍ ଖେଳି ଭାରତ ଏହି ଗସ୍ତ ଆରମ୍ଭ କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos