ବିରାଟ କୋହଲି ଦଶନ୍ଧିର ଶ୍ରେଷ୍ଠ କ୍ରିକେଟର, ଧୋନିଙ୍କୁ ମିଳିଲା ଏହି ସମ୍ମାନ

ଦୁବାଇ: ଟିମ୍‌ ଇଣ୍ଡିଆର ଅଧିନାୟକ ତଥା ରନ୍‌ ମେସିନ ବିରାଟ କୋହଲି ଦଶନ୍ଧିର ଶ୍ରେଷ୍ଠ କ୍ରିକେଟର ହେବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଏଥିପାଇଁ ଆଇସିସି ତାଙ୍କୁ ସମ୍ମାନଜନକ ସାର୍‌ ଗାରଫିଲ୍ଡ ସୋବର୍ସ ସମ୍ମାନରେ ସମ୍ମାନିତ କରିଛି। ଏଥିସହ ବିରାଟ ଦଶନ୍ଧିର ଶ୍ରେଷ୍ଠ ଦିନିକିଆ କ୍ରିକେଟର ଭାବେ ମଧ୍ୟ ପୁରସ୍କୃତ ହୋଇଛନ୍ତି। ଦଶନ୍ଧିର ଶ୍ରେଷ୍ଠ କ୍ରିକେଟର ହେବା ତାଲିକାରେ ଷ୍ଟିଭ ସ୍ମିଥ, ରବିଚନ୍ଦ୍ରନ ଅଶ୍ୱିନ, ଜୋ ରୁଟ୍‌ ପ୍ରମୁଖ ରହିଥିଲେ। ହେଲେ ବିରାଟ ସମସ୍ତଙ୍କୁ ପଛରେ ପକାଇ ଦଶନ୍ଧିର […]

v

Hemant Lenka
  • Published: Monday, 28 December 2020
  • , Updated: 28 December 2020, 03:53 PM IST

ଦୁବାଇ: ଟିମ୍‌ ଇଣ୍ଡିଆର ଅଧିନାୟକ ତଥା ରନ୍‌ ମେସିନ ବିରାଟ କୋହଲି ଦଶନ୍ଧିର ଶ୍ରେଷ୍ଠ କ୍ରିକେଟର ହେବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଏଥିପାଇଁ ଆଇସିସି ତାଙ୍କୁ ସମ୍ମାନଜନକ ସାର୍‌ ଗାରଫିଲ୍ଡ ସୋବର୍ସ ସମ୍ମାନରେ ସମ୍ମାନିତ କରିଛି। ଏଥିସହ ବିରାଟ ଦଶନ୍ଧିର ଶ୍ରେଷ୍ଠ ଦିନିକିଆ କ୍ରିକେଟର ଭାବେ ମଧ୍ୟ ପୁରସ୍କୃତ ହୋଇଛନ୍ତି।

ଦଶନ୍ଧିର ଶ୍ରେଷ୍ଠ କ୍ରିକେଟର ହେବା ତାଲିକାରେ ଷ୍ଟିଭ ସ୍ମିଥ, ରବିଚନ୍ଦ୍ରନ ଅଶ୍ୱିନ, ଜୋ ରୁଟ୍‌ ପ୍ରମୁଖ ରହିଥିଲେ। ହେଲେ ବିରାଟ ସମସ୍ତଙ୍କୁ ପଛରେ ପକାଇ ଦଶନ୍ଧିର ଶ୍ରେଷ୍ଠ କ୍ରିକେଟର ହୋଇଛନ୍ତି। ସେହିପରି ଦଶନ୍ଧିର ଶ୍ରେଷ୍ଠ ଦିନିକିଆ କ୍ରିକେଟର ହେବା ଦୌଡ଼ରେ ବିରାଟଙ୍କ ସହ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ମଧ୍ୟ ରହିଥିଲେ। କିନ୍ତୁ ଧୋନିଙ୍କୁ ବିରାଟ ପଛରେ ପକାଇ ଦେଇଛନ୍ତି।

ମହେନ୍ଦ୍ର ସିଂହ ଧୋନିଙ୍କୁ ଦଶନ୍ଧିର ଶ୍ରେଷ୍ଠ ଆଇସିସି ସ୍ପିରିଟ୍‌ ଅଫ କ୍ରିକେଟ ସମ୍ମାନ ମିଳିଛି। ଧୋନି ଗୋଟିଏ ଟେଷ୍ଟ ମ୍ୟାଚ୍‌ରେ ଇଂଲଣ୍ଡର ଇଆନ ବେଲ୍‌ଙ୍କୁ ଅମ୍ପାୟାର ବ୍ୟାଟିଂ କରିପାରିବେ ନାହିଁ ବୋଲି କହିଥିଲେ। ହେଲେ ଧୋନି ଭାରତର ଅଧିନାୟକ ଭାବେ ତାଙ୍କୁ ଆଉ ଥରେ ବ୍ୟାଟିଂ କରିବାକୁ ଡାକିଥିଲେ। ଏହା ୨୦୧୧ରେ ଘଟିଥିଲା।

ଅନ୍ୟପକ୍ଷରେ ଦଶନ୍ଧିର ଶ୍ରେଷ୍ଠ ଟେଷ୍ଟ କ୍ରିକେଟର ଭାବେ ଷ୍ଟିଭ ସ୍ମିଥ ପୁରସ୍କୃତ ହୋଇଛନ୍ତି। ଗଲା ଦଶ ବର୍ଷ ମଧ୍ୟରେ ସ୍ମିଥ ଟେଷ୍ଟରେ ୬୫.୭୯ ହାରରେ ୭୦୪୦ ରନ୍‌ ସଂଗ୍ରହ କରିଛନ୍ତି। ସେ ତାଙ୍କ ଟେଷ୍ଟ କ୍ୟାରିୟରେ ୨୬ଟି ଶତକ ଓ ୨୮ଟି ଅର୍ଦ୍ଧଶତକ ହାସଲ କରିଛନ୍ତି।

ଆଫଗାନିସ୍ତାନର ସ୍ପିନ ସେନସେନ ୨୨ ବର୍ଷୀୟ ରଶିଦ ଖାନ ଦଶନ୍ଧିର ଶ୍ରେଷ୍ଠ ଟି-୨୦ କ୍ରିକେଟର ହେବାର ଗୌରବ ହାସଲ କରିଛନ୍ତି। ସେ ଏହି ଦଶନ୍ଧିରେ ୮୯ଟି ୱିକେଟ ନେଇଛନ୍ତି। ତାଙ୍କ ବୋଲିଂ ହାର ୧୨.୬୨। ସେ ୩ ଥର ୪ଟି ୱିକେଟ ନେଇଥିବା ବେଳେ ୨ ଥର ୫ଟି ଲେଖାଏ ୱିକେଟ ନେଇଛନ୍ତି।

ଦଶନ୍ଧିର ଶ୍ରେଷ୍ଠ କ୍ରିକେଟର ଭାବେ ପୁରସ୍କାର ଜିତିବା ପରେ ବିରାଟ କୋହଲି କହିଛନ୍ତି, ଏହା ମୋ ପାଇଁ ଏକ ଗର୍ବର ବିଷୟ। ବିଗତ ଦଶ ବର୍ଷ ମଧ୍ୟରେ ୨୦୧୧ ବିଶ୍ୱକପ, ୨୦୧୩ ଚାମ୍ପିୟନ୍ସ ଟ୍ରଫି ଓ ୨୦୧୮ରେ ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ ଜିତିବା ଘଟଣା ମୁଁ ମୋ ହୃଦୟ ସହ ଯୋଡ଼ି ରଖିଛି। ସେହିପରି ୧୦ ବର୍ଷ ମଧ୍ୟରେ ଟିମ୍‌ ଇଣ୍ଡିଆ ଓ ବ୍ୟକ୍ତିଗତ ଭାବେ ମୋ ପାଇଁ ଅନେକ ସ୍ୱତନ୍ତ୍ର ମ୍ୟାଚ୍‌ ସବୁ ଘଟିଛି।

ମୁଁ ମୋର ବ୍ୟକ୍ତିଗତ ପ୍ରଦର୍ଶନକୁ ଅଧିକ ଗୁରୁତ୍ୱ ଦେବାକୁ ଚାହୁଁନାହିଁ। କାରଣ ମୁଁ ମୋର ଇନିଂସ୍‌କୁ ରେଟିଂ କରିବାକୁ ଚାହେଁନି। ଭାରତ ପାଇଁ ମୁଁ ଖେଳିଥିବା ପ୍ରତିଟି ମ୍ୟାଚ୍‌ ଗୁରୁତ୍ୱପୂର୍ଣ୍ଣ। ମୁଁ ସବୁବେଳେ ମୋ ଦେଶ ପାଇଁ ମ୍ୟାଚ୍‌ ଖେଳିବାକୁ ଚାହେଁ। ସେଇଟା ହିଁ ମୋ ପାଇଁ ଗର୍ବ ଓ ସମ୍ମାନର ବିଷୟ ବୋଲି ସେ କହିଛନ୍ତି।

ବିରାଟ ବିଗତ ୧୦ ବର୍ଷ ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟରେ ୨୦,୩୯୬ ରନ୍‌ କରିଛନ୍ତି। ସେ ୨୦୧୧ ବିଶ୍ୱକପ ଓ ୨୦୧୩ ଚାମ୍ପିୟନ୍ସ ଟ୍ରଫି ଜିତିଥିବା ଟିମ ଇଣ୍ଡିଆର ସଦସ୍ୟ ରହିଥିଲେ। ବିରାଟ ୨୦୧୭ ଓ ୨୦୧୮ରେ ଆଇସିସି କ୍ରିକେଟର ଅଫ ଦି ଇୟର ପୁରସ୍କାର ମଧ୍ୟ ଜିତିଥିଲେ।

Related story