ବିରାଟଙ୍କ ବିଶ୍ୱ ରେକର୍ଡ

ହାଇଦ୍ରାବାଦ୍‌: କ୍ରମାଗତ ୪ଟି ସିରିଜ୍‌ରେ ଡବଲ ସେଞ୍ଜୁରୀ କରି ଭାରତୀୟ ଅଧିନାୟକ ବିଶ୍ୱ ରେକର୍ଡର ଅଧିକାରୀ ହୋଇଛନ୍ତି। ପୂର୍ବରୁ ଏହି ରେକର୍ଡ ଲିଜେଣ୍ଡ ବ୍ରାଡମ୍ୟାନ୍‌ ଏବଂ ଦି ୱାଲ ରାହୁଲ ଦ୍ରବିଡଙ୍କ ନାଁରେ ଥିଲା।

ବାଲାଂଦେଶ ବିପକ୍ଷରେ ଚାଲିଥିବା ଏକମାତ୍ର ଟେଷ୍ଟର ଦ୍ୱିତୀୟ ଦିନରେ ବିରାଟଙ୍କୁ ଏହି ସଫଳତା ମିଳିଛି। ସେ ୨୪୬ ବଲ୍‌ର ସମ୍ମୁଖୀନ ହୋଇ ୧୧ ଚୌକା ସହାୟତାରେ ୨୦୪ ରନ୍‌ କରିଛନ୍ତି।