ସେହ୍ୱାଗ କହିଲେ 'ମୁଁ ଚୟନକର୍ତ୍ତା ହେବାକୁ ଚାହେଁ', ଆଉ ତା'ପରେ...

ନୂଆଦିଲ୍ଲୀ: ଭାରତର ପୂର୍ବତନ ବିସ୍ଫୋରକ ଓପ୍ନର ବୀରେନ୍ଦ୍ର ସେହ୍ୱାଗ ସୋଶାଲ ମିଡିଆରେ ଖୁବ୍ ସକ୍ରିୟ ଏବଂ ନିଜ ପ୍ରଶଂସକଙ୍କ ପାଇଁ ଭିଡିଓ ଫଟୋ ଶେୟାର କରନ୍ତି। ସେ ବେଳେବେଳେ ପ୍ରଶ୍ନ କରନ୍ତି, ଯାହା ଉପରେ ଫଲୋଅର୍ସ ଜବାବ ଦିଅନ୍ତି। ସେ ରବିବାର ଟ୍ୱିଟରରେ ଏକ ପ୍ରଶ୍ନ ପଚାରିଛନ୍ତି, ଯାହା ଉପରେ ଲୋକେ ଜବାବ ଦେଇଛନ୍ତି। ସେହ୍ୱାଗ କହିଛନ୍ତି, ‘ମୁଝେ ସିଲେକ୍ଟର୍ ବନନା ହୈ’ ଅର୍ଥାତ୍ ‘ମୁଁ ଚୟନକର୍ତ୍ତା ହେବାକୁ ଚାହେଁ।’ କୌନ୍ ମୁଝେ ମୌକା ଦେଗା ଅର୍ଥାତ୍ […]

sehwag

Ranjit Kumar Jena
  • Published: Monday, 12 August 2019
  • , Updated: 12 August 2019, 08:01 PM IST

ନୂଆଦିଲ୍ଲୀ: ଭାରତର ପୂର୍ବତନ ବିସ୍ଫୋରକ ଓପ୍ନର ବୀରେନ୍ଦ୍ର ସେହ୍ୱାଗ ସୋଶାଲ ମିଡିଆରେ ଖୁବ୍ ସକ୍ରିୟ ଏବଂ ନିଜ ପ୍ରଶଂସକଙ୍କ ପାଇଁ ଭିଡିଓ ଫଟୋ ଶେୟାର କରନ୍ତି। ସେ ବେଳେବେଳେ ପ୍ରଶ୍ନ କରନ୍ତି, ଯାହା ଉପରେ ଫଲୋଅର୍ସ ଜବାବ ଦିଅନ୍ତି। ସେ ରବିବାର ଟ୍ୱିଟରରେ ଏକ ପ୍ରଶ୍ନ ପଚାରିଛନ୍ତି, ଯାହା ଉପରେ ଲୋକେ ଜବାବ ଦେଇଛନ୍ତି।

ସେହ୍ୱାଗ କହିଛନ୍ତି, 'ମୁଝେ ସିଲେକ୍ଟର୍ ବନନା ହୈ' ଅର୍ଥାତ୍ 'ମୁଁ ଚୟନକର୍ତ୍ତା ହେବାକୁ ଚାହେଁ।' କୌନ୍ ମୁଝେ ମୌକା ଦେଗା ଅର୍ଥାତ୍ କିଏ ମୋତେ ସୁଯୋଗ ଦେବ? ଏହା ଉପରେ ଅନେକ ଲୋକ ଜବାବ ଦେଇଛନ୍ତି। ଜଣେ ୟୁଜର୍ ଲେଖିଛନ୍ତି, କରନ୍ ଜୋହର୍ ଆପଣଙ୍କୁ ସୁଯୋଗ ଦେବେ।

ଆଉ ଜଣେ ଲେଖିଛନ୍ତି, ଆପଣ ଦୟାକରି ଚୟନକର୍ତ୍ତା ହୋଇଯାଅ। ଅନ୍ୟତମ ୟୁଜର୍ ଲେଖିଛନ୍ତି, ଆପଣ ଚୟନକର୍ତ୍ତା ହେବା ଯୋଗ୍ୟ ନୁହେଁ, କାରଣ ଏଥିପାଇଁ ଖରାପ ଖେଳିବାକୁ ପଡ଼େ। ଆଉ ଜଣେ ଲେଖିଛନ୍ତି, ଆପଣ କୋଚ୍ ହେଇ ଯାଆନ୍ତୁ, ଏହା ଠିକ୍ ରହିବ। ତେବେ ସେହ୍ୱାଗ କହିନାହାନ୍ତି ଯେ, ସେ କେଉଁ ଟିମର ଚୟନକର୍ତ୍ତା ହେବାକୁ ଚାହାନ୍ତି।

୪୦ ବର୍ଷୀୟ ସେହ୍ୱାଗ କ୍ୟାରିୟରର ଶେଷ ଟେଷ୍ଟ ୨୦୧୩ରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲେ। ଦିଲ୍ଲୀର ଏହି କ୍ରିକେଟରଙ୍କ ନାମରେ ୧୦୪ ଟେଷ୍ଟରେ ୮୫୮୬ ରନ୍ ଏବଂ ୨୫୧ ଦିନିକିଆରେ ୮୨୭୩ ରନ୍ ରହିଛି। ସେ ଦିନିକିଆରେ ୯୬ ଏବଂ ଟେଷ୍ଟରେ ମୋଟ ୪୦ ୱିକେଟ୍ ନେଇଛନ୍ତି। ସେହ୍ୱାଗ ୧୯ ଟି-୨୦ ମ୍ୟାଚରେ ୩୯୪ ରନ୍ କରିଛନ୍ତି।

Related story