ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ରିକେଟର୍ ବୀରେନ୍ଦ୍ର ସେହ୍ୱାଗ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଉପରେ ବର୍ଷିଛନ୍ତି। ସେ ସୋଶାଲ ମିଡିଆରେ ଇମ୍ରାନଙ୍କ ଏକ ଭିଡିଓ କ୍ଲିନ୍ ଶେଆର୍ କରି କହିଛନ୍ତି, ପାକିସ୍ତାନର ପ୍ରଧାନମନ୍ତ୍ରୀ ନିଜକୁ ଅପମାନିତ କରିବା ପାଇଁ ନୂଆ ଉପାୟ ଆପଣାଇଛନ୍ତି।
You sound like a welder from the Bronx, says the anchor.
After the pathetic speech in the UN a few days ago , this man seems to be inventing new ways to humiliate himself. pic.twitter.com/vOE4nWhKXI— Virender Sehwag (@virendersehwag) October 3, 2019
କିଛି ଦିନ ତଳେ ଆମେରିକାର ନ୍ୟୁଜ୍ ଚ୍ୟାନେଲ୍ ଏମଏସଏନବିସି ସହ ଇମ୍ରାନଙ୍କର ସାକ୍ଷାତକାର ହୋଇଥିଲା। ଏଥିରେ ସେ ଆମେରିକା ଓ ଚୀନର ବିକାଶକୁ ନେଇ ଏଭଳି ଏକ ଉଦାହରଣ ଦେଇଥିଲେ, ଯାହାକୁ ଶୁଣି ଉପସ୍ଥାପକ ହସି ହସି ଗଡ଼ିଥିଲେ। ଇମ୍ରାନଙ୍କ ଜବାବ ଶୁଣି ଉପସ୍ଥାପକ କହୁଛନ୍ତି, ଆପଣ କୌଣସି ୱେଲ୍ଡରଙ୍କ ଭଳି କଥା ହେଉଛନ୍ତି। ଏହି କଥାକୁ ନେଇ ସେହ୍ୱାଗ ଇମ୍ରାନଙ୍କୁ ଟାର୍ଗେଟ୍ କରିଛନ୍ତି।
Mahatma Gandhi spent his life spreading the message of love, harmony and peace. @ImranKhanPTI from UN podium issued despicable threats and spoke of hatred. Pakistan needs a leader who talks development, jobs & economic growth, not war & harbouring terrorism #india
— Mohammad Shami (@MdShami11) October 2, 2019
At UNGA speech, there were indications for India of potential nuclear war. As a prominent sportsperson, Imran Khan’s choice of words 'bloodbath' 'fight to the end' will only increase hatred between the two nations. As a fellow sportsperson I expect him to promote ✌️ peace
— Harbhajan Turbanator (@harbhajan_singh) October 2, 2019
ସେହ୍ୱାଗ ଟ୍ୱିଟ୍ କରିଛନ୍ତି, ଉପସ୍ଥାପକ କହୁଛନ୍ତି, ଆପଣ ୱେଲ୍ଡରଙ୍କ ଭଳି କଥା ହେଉଛନ୍ତି। ଆମେରିକାରେ ବକବାସ ଭାଷଣ ପରେ ଲାଗୁଛି ଯେ ଏହି ବ୍ୟକ୍ତି ଜଣକ ନିଜକୁ ଅପମାନିତ କରିବା ପାଇଁ ନୂଆ ଉପାୟ ଆପଣାଇଛନ୍ତି। ସେହ୍ୱାଗଙ୍କ ବ୍ୟତୀତ ପୂର୍ବତନ ସାଥୀ କ୍ରିକେଟର୍ ହରଭଜନ ସିଂହ ଓ ମହମ୍ମଦ ଶାମି ମଧ୍ୟ ଇମ୍ରାନଙ୍କୁ ସମାଲୋଚନା କରିସାରିଛନ୍ତି। ଇମ୍ରାନ୍ ଗତ ସେପ୍ଟେମ୍ବର ୨୭ ତାରିଖରେ ୟୁଏନଜିସିରେ ଭାଷଣ ଦେଇ ଭାରତକୁ ପରମାଣୁ ବୋମାର ଧମକ ଦେଇଥିଲେ।