'ସଚିନଙ୍କ ଏହି ରେକର୍ଡ ଭାଙ୍ଗିପାରିବେନି ବିରାଟ୍'

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲି ବର୍ତ୍ତମାନ ସମୟର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍। ନିଜ କ୍ୟାରିୟରରେ ସେ ବ୍ୟାଟିଂର ଅନେକ କୀର୍ତ୍ତିମାନ ଭାଙ୍ଗି ସାରିଲେଣି ଏବଂ ଆଗକୁ ଆହୁରି ରେକର୍ଡ ମଧ୍ୟ କରିବେ। ସାରା ବିଶ୍ୱରେ ତାଙ୍କ ନିରନ୍ତର ପ୍ରଦର୍ଶନକୁ ଖୁବ୍ ପ୍ରଶଂସା କରାଯାଉଛି। ଟିମ୍ ଇଣ୍ଡିଆର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହ୍ୱାଗ ମଧ୍ୟ ବିରାଟଙ୍କର ଜଣେ ବଡ଼ ପ୍ରଶଂସକ। ବିରାଟଙ୍କ ପ୍ରଶଂସା କରି ସେହ୍ୱାଗ କହିଛନ୍ତି, ଆଗାମୀ ଦିନରେ ବିରାଟ୍ କ୍ରିକେଟର ସବୁ […]

ss

ss

Ranjit Kumar Jena
  • Published: Thursday, 22 August 2019
  • Updated: 22 August 2019, 07:31 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲି ବର୍ତ୍ତମାନ ସମୟର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍। ନିଜ କ୍ୟାରିୟରରେ ସେ ବ୍ୟାଟିଂର ଅନେକ କୀର୍ତ୍ତିମାନ ଭାଙ୍ଗି ସାରିଲେଣି ଏବଂ ଆଗକୁ ଆହୁରି ରେକର୍ଡ ମଧ୍ୟ କରିବେ। ସାରା ବିଶ୍ୱରେ ତାଙ୍କ ନିରନ୍ତର ପ୍ରଦର୍ଶନକୁ ଖୁବ୍ ପ୍ରଶଂସା କରାଯାଉଛି। ଟିମ୍ ଇଣ୍ଡିଆର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହ୍ୱାଗ ମଧ୍ୟ ବିରାଟଙ୍କର ଜଣେ ବଡ଼ ପ୍ରଶଂସକ। ବିରାଟଙ୍କ ପ୍ରଶଂସା କରି ସେହ୍ୱାଗ କହିଛନ୍ତି, ଆଗାମୀ ଦିନରେ ବିରାଟ୍ କ୍ରିକେଟର ସବୁ ବଡ଼ ରେକର୍ଡ ନିଜ ନାମରେ କରିନେବେ।

ସେହ୍ୱାଗ କହିଛନ୍ତି, "ବିରାଟଙ୍କୁ ଏବେ ରୋକିବା ଅସମ୍ଭବ। ସଚିନ ତେନ୍ଦୁଲକରଙ୍କ ଭଳି କୋହଲିଙ୍କ ନାଁରେ ମଧ୍ୟ ଅନେକ ରେକର୍ଡ ରହିଛି। କୋହଲି ବର୍ତ୍ତମାନ ଯେଉଁଭଳି ଫର୍ମରେ ଅଛନ୍ତି ଏବଂ ନିରନ୍ତର ବ୍ୟାଟିଂ କରୁଛନ୍ତି, ଏଥିରୁ ସ୍ପଷ୍ଟ ଯେ ଆଗାମୀ ଦିନରେ ସେ ସଚିନଙ୍କ ଅନେକ ରେକର୍ଡ ଭାଙ୍ଗିଦେବେ। ତେବେ ସଚିନଙ୍କର ଗୋଟିଏ ରେକର୍ଡ ଭାଙ୍ଗିବା କୋହଲିଙ୍କ ପକ୍ଷେ ଅସମ୍ଭବ ହୋଇପାରେ। ଭାରତୀୟ କ୍ୟାପଟେନ୍ କୋହଲି ବର୍ତ୍ତମାନ ଯେଉଁଭଳି ରନ୍ ଓ ଶତକ ମାରୁଛନ୍ତି, ତାହା କୌଣସି ଚମତ୍କାରରୁ କମ୍ ନୁହେଁ। ତେବେ ସଚିନ ତେନ୍ଦୁଲକରଙ୍କ ୨୦୦ ଟେଷ୍ଟ ମ୍ୟାଚ୍ ଖେଳିବାର ରେକର୍ଡ ବିରାଟ୍ ଭାଙ୍ଗିପାରିବେ ନାହିଁ। କାରଣ ସଚିନଙ୍କ ଏହି ରେକର୍ଡ ନିକଟତର ହେବା ପାଇଁ ବିରାଟଙ୍କୁ ଆହୁରି ୧୦ ବର୍ଷ କ୍ରିକେଟ୍ ଖେଳିବାକୁ ପଡ଼ିବ।"

"ସେହ୍ୱାଗ ମଧ୍ୟ ବିରାଟଙ୍କୁ ଅଷ୍ଟ୍ରେଲିଆର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥଙ୍କଠାରୁ ଉନ୍ନତ ବ୍ୟାଟ୍ସମ୍ୟାନ୍ କହିଛନ୍ତି। ସେହ୍ୱାଗ କହିଛନ୍ତି, "ଉଭୟ ବ୍ୟାଟ୍ସମ୍ୟାନଙ୍କ ଯଦି ବ୍ୟାଟିଂକୁ ଦେଖାଯାଏ, ତାହେଲେ ବିରାଟଙ୍କୁ ବ୍ୟାଟିଂ କରୁଥିବାରୁ ଦେଖିଲେ ମନକୁ ସନ୍ତୁଷ୍ଟି ମିଳେ । ଏହାଛଡ଼ା ସ୍ମିଥଙ୍କ ତୁଳନାରେ ବିରାଟଙ୍କର ଟେକନିକ୍ ଢ଼େର ଉନ୍ନତ।"

ସୂଚନାଯୋଗ୍ୟ, ବିରାଟ୍ ନିଜ କ୍ୟାରିୟରରେ ୭୭ ଟେଷ୍ଟ ମ୍ୟାଚରେ ୧୩୧ ଇନିଂସ୍ ଖେଳିସାରିଛନ୍ତି। ଏହା ମଧ୍ୟରେ ୨୫ ଶତକ ମଧ୍ୟ ମାରିଛନ୍ତି। ଅନ୍ୟପକ୍ଷରେ ସଚିନ ୨୦୦ ଟେଷ୍ଟରେ ୩୨୯ ଇନିଂସ୍ ଖେଳି ୫୧ ଶତକ ମାରିଛନ୍ତି। ଦିନିକିଆରେ ସଚିନଙ୍କ ନାଁରେ ୪୪.୮୩ ହାରରେ ୧୮୪୨୬ ରନ୍ ରହିଛି। ସେ ୪୬୩ ଦିନିକିଆ ଖେଳି ୪୯ ଶତକ ମାରିଛନ୍ତି। ସେହିପରି ବିରାଟ୍ ଦିନିକିଆରେ ୪୩ ଶତକ ମାରିସାରିଛନ୍ତି। ସେ ୨୩୯ ଦିନିକିଆରେ ୬୦.୩୧ ହାରରେ ରନ୍ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story