ଦ୍ୱିତୀୟ ଦିନରେ କିଏ ଘଣ୍ଟି ବଜାଇ ଇଡେନରେ ଖେଳ ଆରମ୍ଭ କଲେ

କୋଲକାତା: ଇଡେନ ଗାର୍ଡେନ୍ସରେ ଟିମ୍‌ ଇଣ୍ଡିଆର ଗୋଲାପୀ ବଲ ଟେଷ୍ଟ ଅଭିଯାନ ଆରମ୍ଭ ହୋଇଛି। ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଦିବାରାତ୍ର ଟେଷ୍ଟକୁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘଣ୍ଟି ବଜାଇ ଆନୁଷ୍ଠନିକ ଭାବେ ଉଦ୍‌ଘାଟନ କରିଥିଲେ। ଆଜି ଦ୍ୱିତୀୟ ଦିବସର ଖେଳ ଆରମ୍ଭ ପୂର୍ବରୁ ପୁଣିଥରେ ଘଣ୍ଟି ବଜାଇବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଜି ଦୁଇ ଚେସ ତାରକା ବିଶ୍ୱନାଥ ଆନନ୍ଦ ଓ ମାଗନୁସ […]

xc

Hemant Lenka
  • Published: Saturday, 23 November 2019
  • , Updated: 23 November 2019, 04:07 PM IST

କୋଲକାତା: ଇଡେନ ଗାର୍ଡେନ୍ସରେ ଟିମ୍‌ ଇଣ୍ଡିଆର ଗୋଲାପୀ ବଲ ଟେଷ୍ଟ ଅଭିଯାନ ଆରମ୍ଭ ହୋଇଛି। ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଦିବାରାତ୍ର ଟେଷ୍ଟକୁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘଣ୍ଟି ବଜାଇ ଆନୁଷ୍ଠନିକ ଭାବେ ଉଦ୍‌ଘାଟନ କରିଥିଲେ।

ଆଜି ଦ୍ୱିତୀୟ ଦିବସର ଖେଳ ଆରମ୍ଭ ପୂର୍ବରୁ ପୁଣିଥରେ ଘଣ୍ଟି ବଜାଇବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଜି ଦୁଇ ଚେସ ତାରକା ବିଶ୍ୱନାଥ ଆନନ୍ଦ ଓ ମାଗନୁସ କାର୍ଲସେନ ଘଣ୍ଟି ବଜାଇ ଆନୁଷ୍ଠନିକ ଭାବେ ଖେଳ ଆରମ୍ଭ କରିବାକୁ ଅନୁମତି ଦେଇଥିଲେ। ଆନନ୍ଦ ୫ଥର ବିଶ୍ୱ ଚେସ୍‌ରେ ଚାମ୍ପିୟନ ହୋଇଥିବା ବେଳେ ମାଗନୁସ ବର୍ତ୍ତମାନର ଚାମ୍ପିୟନ। ଏହି ଦୁଇ ଜଣଙ୍କୁ ଐତିହାସିକ ପିଙ୍କ ବଲ ଟେଷ୍ଟର ମୁକସାକ୍ଷୀ ହେବାକୁ ବିସିସିଆଇ ବସ୍‌ ସୌରଭ ଗାଙ୍ଗୁଲି ହିଁ ନିମନ୍ତ୍ରଣ କରିଥିଲେ। ସେମାନେ ଆଜି ଏଥିରେ ସାମିଲ ହୋଇଥିଲେ।

Related story