ଭାରତର ପରବର୍ତ୍ତୀ କୋଚ୍‌ ପାଇଁ ଡାନିଏଲ ଭିଟୋରୀଙ୍କୁ ନାମ ସୁପାରିଶ କଲେ କୋହଲି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଟିମ୍‌ର ପରବର୍ତ୍ତୀ ମୁଖ୍ୟକୋଚ୍‌ ପାଇଁ ଟେଷ୍ଟ ଟିମ୍‌ର ଅଧିନାୟକ ବିରାଟ କୋହଲି ନ୍ୟୁଜିଲାଣ୍ଡର ପୂର୍ବତନ ସ୍ପିନର ଡାନିଏଲ ଭିଟୋରୀଙ୍କ ନାମକୁ ସୁପାରିଶ କରିଛନ୍ତି। ବର୍ତ୍ତମାନ ଭିଟୋରୀ ଆଇପିଏଲ୍‌ର ଫ୍ରାଞ୍ଚାଇଜ୍‌ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର(ଆରସିବି) ଓ ଅଷ୍ଟ୍ରେଲିଆରେ ବିଗ୍‌ ବାସ୍‌ ଲିଗ୍‌ର ଫ୍ରାଞ୍ଚାଇଜ୍‌ ବ୍ରିସ୍‌ବେନ୍‌ ହିଟ୍‌ ଦଳର କୋଚ୍‌ ରହିଛନ୍ତି। ନ୍ୟୁଜିଲାଣ୍ଡର ଏହି ଖେଳାଳି ଜଣଙ୍କ ଟି-୨୦, ଦିନିକିଆ ଓ ଟେଷ୍ଟରେ ବେଶ୍‌ ସଫଳତା ହାସଲ କରିଥିଲେ। ସେ ଦିନିକିଆରେ ୩୦୫ଟି ଓ ଟେଷ୍ଟରେ […]

kohlivettori

Rakesh Mallick
  • Published: Monday, 09 May 2016
  • , Updated: 09 May 2016, 01:06 PM IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଟିମ୍‌ର ପରବର୍ତ୍ତୀ ମୁଖ୍ୟକୋଚ୍‌ ପାଇଁ ଟେଷ୍ଟ ଟିମ୍‌ର ଅଧିନାୟକ ବିରାଟ କୋହଲି ନ୍ୟୁଜିଲାଣ୍ଡର ପୂର୍ବତନ ସ୍ପିନର ଡାନିଏଲ ଭିଟୋରୀଙ୍କ ନାମକୁ ସୁପାରିଶ କରିଛନ୍ତି।

ବର୍ତ୍ତମାନ ଭିଟୋରୀ ଆଇପିଏଲ୍‌ର ଫ୍ରାଞ୍ଚାଇଜ୍‌ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର(ଆରସିବି) ଓ ଅଷ୍ଟ୍ରେଲିଆରେ ବିଗ୍‌ ବାସ୍‌ ଲିଗ୍‌ର ଫ୍ରାଞ୍ଚାଇଜ୍‌ ବ୍ରିସ୍‌ବେନ୍‌ ହିଟ୍‌ ଦଳର କୋଚ୍‌ ରହିଛନ୍ତି। ନ୍ୟୁଜିଲାଣ୍ଡର ଏହି ଖେଳାଳି ଜଣଙ୍କ ଟି-୨୦, ଦିନିକିଆ ଓ ଟେଷ୍ଟରେ ବେଶ୍‌ ସଫଳତା ହାସଲ କରିଥିଲେ। ସେ ଦିନିକିଆରେ ୩୦୫ଟି ଓ ଟେଷ୍ଟରେ ୩୬୨ଟି ୱିକେଟ ଅକ୍ତିୟାର କରିଥିଲେ।

ଜୁନ୍‌୨୦୧୬ରୁ ମେ’ ୨୦୧୭ ମଧ୍ୟରେ ଭାରତ ୧୮ଟି ଟେଷ୍ଟ ମ୍ୟାଚ୍‌ ଖେଳିବାର ଯୋଜନା ରହିଛି। ତେଣୁ ଏହି ସମୟରେ ଭାରତ ପକ୍ଷରୁ ଜଣେ ଫୁଲ୍‌ ଟାଇମ୍‌ କୋଚ୍‌ଙ୍କର ଆବଶ୍ୟକତା ରହିଛି। ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍‌ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଗତ ଟି-୨୦ ବିଶ୍ୱକପ୍‌ ସମାସ୍ତ ହେବା ପରେ ଶେଷ ହୋଇଛି। ମେନ୍‌ ଇନ୍‌ ବ୍ଲୁର ମୁଖ୍ୟ କୋଚ୍‌ ପଦବୀ ଖାଲି ପଡିଥିବା ବେଳେ ଆସିଷ୍ଟାଣ୍ଟ କୋଚ୍‌ ଭାବେ ସଞ୍ଚୟ ବାଙ୍ଗର, ବୋଲିଂ କୋଚ୍‌ ଭାବେ ଭରତ ଅରୁଣ ଓ ଫିଲ୍ଡିଂ କୋଚ୍‌ ଭାବେ ଆର.ଶ୍ରୀଧର ରହିଛନ୍ତି।

Related story