ଭାରତ ଗସ୍ତରେ ଆସିଥିବା ପ୍ରଥମ ପାକିସ୍ତାନ କ୍ରିକେଟ୍ ଟିମର ଏହି ସଦସ୍ୟଙ୍କ ପରଲୋକ

କାରାଚି: ପ୍ରଥମଥର ଭାରତ ଗସ୍ତରେ ଯାଇଥିବା ପାକିସ୍ତାନ ଟିମର ସଦସ୍ୟ ଥିବା ୱକାର ହାସନଙ୍କର ୮୭ ବର୍ଷ ବୟସରେ ପରଲୋକ ହୋଇଯାଇଛି। ହାସନ୍ ୧୯୫୨ରେ ଭାରତ ଗସ୍ତରେ ଯାଇଥିବା ପାକିସ୍ତାନ ଟିମର ଶେଷ ଖେଳାଳି ଥିଲେ, ଯିଏ ୧୯୫୪ରେ ଇଂଲଣ୍ଡ ଏବଂ ୧୯୫୫-୫୬ରେ ୱେଷ୍ଟଇଣ୍ଡିଜ୍ ଗସ୍ତ ମଧ୍ୟ କରିଥିଲେ। ସେ ଏହି ଗସ୍ତରେ ବିଜୟ ହାସଲ କରିଥବା ପାକିସ୍ତାନ ଟିମର ସଦସ୍ୟ ମଧ୍ୟ ଥିଲେ। ସେ ୧୯୫୯ରେ ସନ୍ନ୍ୟାସ ଘୋଷଣା କରିବା ପୂର୍ବରୁ ୨୧ ଟେଷ୍ଟରେ ୧୦୭୧ […]

paki

Ranjit Kumar Jena
  • Published: Monday, 10 February 2020
  • , Updated: 10 February 2020, 10:31 PM IST

କାରାଚି: ପ୍ରଥମଥର ଭାରତ ଗସ୍ତରେ ଯାଇଥିବା ପାକିସ୍ତାନ ଟିମର ସଦସ୍ୟ ଥିବା ୱକାର ହାସନଙ୍କର ୮୭ ବର୍ଷ ବୟସରେ ପରଲୋକ ହୋଇଯାଇଛି। ହାସନ୍ ୧୯୫୨ରେ ଭାରତ ଗସ୍ତରେ ଯାଇଥିବା ପାକିସ୍ତାନ ଟିମର ଶେଷ ଖେଳାଳି ଥିଲେ, ଯିଏ ୧୯୫୪ରେ ଇଂଲଣ୍ଡ ଏବଂ ୧୯୫୫-୫୬ରେ ୱେଷ୍ଟଇଣ୍ଡିଜ୍ ଗସ୍ତ ମଧ୍ୟ କରିଥିଲେ। ସେ ଏହି ଗସ୍ତରେ ବିଜୟ ହାସଲ କରିଥବା ପାକିସ୍ତାନ ଟିମର ସଦସ୍ୟ ମଧ୍ୟ ଥିଲେ।

ସେ ୧୯୫୯ରେ ସନ୍ନ୍ୟାସ ଘୋଷଣା କରିବା ପୂର୍ବରୁ ୨୧ ଟେଷ୍ଟରେ ୧୦୭୧ ରନ୍ କରିଥିଲେ। ସେ ପାକିସ୍ତାନ କ୍ରିକେଟ୍ ବୋର୍ଡରେ ମୁଖ୍ୟ ଚୟନକର୍ତ୍ତା ଏବଂ ମ୍ୟାନେଜର ଭାବେ ମଧ୍ୟ କାମ କରିଛନ୍ତି। ତାଙ୍କର ଜନ୍ମ ସେପ୍ଟେମ୍ବର ୧୨, ୧୯୩୨ରେ ଅମୃତସରରେ ହୋଇଥିଲା।

ସେ ୧୯୫୨ରେ ଭାରତ ଗସ୍ତରେ ତିନୋଟି ଅର୍ଦ୍ଧଶତକ ମାରିଥିଲେ। ଇଂଲଣ୍ଡ ବିପକ୍ଷରେ ମଧ୍ୟ ସେ ୫୪ ରନ୍ କରି ନିଜ ଟିମକୁ ବିଜୟୀ କରାଇଥିଲେ। ସେ ଲାହୋରରେ ୧୯୫୫ରେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷରେ ୧୮୯ ରନର ସର୍ବଶ୍ରେଷ୍ଠ ଇନିଂସ୍ ଖେଳିଥିଲେ। ତାଙ୍କ ପରଲୋକରେ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଶୋକ ପ୍ରକାଶ କରିଛି।

Related story