ଡେଭିଡ଼ ୱାର୍ଣ୍ଣରଙ୍କ ସ୍ୱୀକାର: ନିଜ ମାଟିରେ ଭାରତକୁ ହରାଇବା ସହଜ ନୁହେଁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଷ୍ଟ୍ରେଲିଆର ଉପ-ଅଧିନାୟକ ଡେଭିଡ୍‌ ୱାର୍ଣ୍ଣର ସ୍ୱୀକାର କରିଛନ୍ତି ଯେ ଭାରତ ମାଟିରେ ଭାରତକୁ ହରାଇବା ବହୁ କଷ୍ଟକର। ଭାରତ ନିଜ ମାଟିରେ ଆକର୍ଷଣୀୟ ପ୍ରଦର୍ଶନ କରିଥାଏ। ଭାରତକୁ ହରାଇବାକୁ ହେଲେ ଆମକୁ ଉନ୍ନତମାନର ଖେଳ ପ୍ରଦର୍ଶନ କରିବାକୁ ହେବ। ପ୍ରଥମ ଦୁଇଟି ମ୍ୟାଚ୍‌ରେ ହାରିବା ପରେ ବି ଟିମ୍‌ର ମନୋବଳ ଭାଙ୍ଗିଯାଇନାହିଁ ଏବଂ ଆଗାମୀ ଇନ୍ଦୋର ମ୍ୟାଚ୍‌ରେ ଅଷ୍ଟ୍ରେଲିଆ କମ୍‌ବ୍ୟାକ୍‌ କରିବ ବୋଲି ୱାର୍ଣ୍ଣର କହିଛନ୍ତି। ଭାରତ ଓ ଅଷ୍ଟ୍ରେଲିଆ ଟିମ୍‌ ଆସନ୍ତା […]

555_1506155102_618x347

555_1506155102_618x347

Rakesh Mallick
  • Published: Saturday, 23 September 2017
  • Updated: 23 September 2017, 04:46 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଷ୍ଟ୍ରେଲିଆର ଉପ-ଅଧିନାୟକ ଡେଭିଡ୍‌ ୱାର୍ଣ୍ଣର ସ୍ୱୀକାର କରିଛନ୍ତି ଯେ ଭାରତ ମାଟିରେ ଭାରତକୁ ହରାଇବା ବହୁ କଷ୍ଟକର। ଭାରତ ନିଜ ମାଟିରେ ଆକର୍ଷଣୀୟ ପ୍ରଦର୍ଶନ କରିଥାଏ। ଭାରତକୁ ହରାଇବାକୁ ହେଲେ ଆମକୁ ଉନ୍ନତମାନର ଖେଳ ପ୍ରଦର୍ଶନ କରିବାକୁ ହେବ। ପ୍ରଥମ ଦୁଇଟି ମ୍ୟାଚ୍‌ରେ ହାରିବା ପରେ ବି ଟିମ୍‌ର ମନୋବଳ ଭାଙ୍ଗିଯାଇନାହିଁ ଏବଂ ଆଗାମୀ ଇନ୍ଦୋର ମ୍ୟାଚ୍‌ରେ ଅଷ୍ଟ୍ରେଲିଆ କମ୍‌ବ୍ୟାକ୍‌ କରିବ ବୋଲି ୱାର୍ଣ୍ଣର କହିଛନ୍ତି।

ଭାରତ ଓ ଅଷ୍ଟ୍ରେଲିଆ ଟିମ୍‌ ଆସନ୍ତା ରବିବାର ଦିନ ସିରିଜର ତୃତୀୟ ମ୍ୟାଚ୍‌ ଖେଳିବାକୁ ଯାଉଛନ୍ତି। ଏହି ମ୍ୟାଚ୍‌ ଇନ୍ଦୋର ଠାରେ ଖେଳାଯିବ। ଏହା ପୂର୍ବରୁ ଅଷ୍ଟ୍ରେଲିଆ ଟିମ୍‌ କେବେ ଇନ୍ଦୋର ଠାରେ ମ୍ୟାଚ୍‌ ଖେଳିନାହିଁ। ଫଳରେ ଟିମ୍‌ ଇଣ୍ଡିଆ ଏଥିପାଇଁ ଫାଇଦା ନେଇପାରେ। ୫ଟିକିଆ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ଦୁଇଟି ମ୍ୟାଚ୍‌ ଖେଳାଯାଇଛି। ଯେଉଁଥିରେ ଅଷ୍ଟ୍ରେଲିଆକୁ ଦୁଇଟି ମ୍ୟାଚ୍‌ରେ ପରାସ୍ତ କରି ଭାରତ ୨-୦ ରେ ଅଗ୍ରଣୀ ଲଭା କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos