ଏହି ଦୁଇ ଭାରତୀୟ କ୍ରିକେଟର୍‌ଙ୍କ ବଡ଼ ପ୍ରଶଂସକ ୱାସିମ ଆକ୍ରମ: କହିଲେ ତାଙ୍କ ସମୟର ସର୍ବଶ୍ରେଷ୍ଠ ଖେଳାଳି କିଏ?

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ପାକିସ୍ତାନ କ୍ରିକେଟର ପୂର୍ବତନ ଖେଳାଳି ତଥା ସବୁଠୁ ଅଧିକ ଦିନିକିଆ ୱିକେଟ୍‌ ହାସଲ କରିଥିବା ୱାସିମ ଆକ୍ରମ ଭାରତର ଦୁଇ ଜଣ କ୍ରିକେଟର୍‌ଙ୍କ ସେ ବଡ ପ୍ରଶଂସକ। ନିକଟରେ ସେ ଏକ ନ୍ୟୁଜ୍‌ ଏଜେନ୍ସିକୁ ଇଣ୍ଟର୍ଭ୍ୟୁ ଦେବାବେଳେ କହିଥିଲେ ଯେ ଭାରତର ପୂର୍ବତନ ଖେଳାଳି ସୁନିଲ ଗାଭାସ୍କର ଓ ସଚିନ ତେନ୍ଦୁଲକର ତାଙ୍କ ସମୟର ସର୍ବଶ୍ରେଷ୍ଠ ଖେଳାଳି ଥିଲେ। ସଚିନ ତେନ୍ଦୁଲକର କ୍ରିକେଟ୍‌ ଜଗତର ଜଣେ ମହାନ ଓ ସଚ୍ଚୋଟ ଖେଳାଳି ଥିଲେ। ଏହାସହ […]

wasim-akram_1510499626

wasim-akram_1510499626

Rakesh Mallick
  • Published: Monday, 13 November 2017
  • Updated: 13 November 2017, 02:18 AM IST

Sports

Latest News

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ପାକିସ୍ତାନ କ୍ରିକେଟର ପୂର୍ବତନ ଖେଳାଳି ତଥା ସବୁଠୁ ଅଧିକ ଦିନିକିଆ ୱିକେଟ୍‌ ହାସଲ କରିଥିବା ୱାସିମ ଆକ୍ରମ ଭାରତର ଦୁଇ ଜଣ କ୍ରିକେଟର୍‌ଙ୍କ ସେ ବଡ ପ୍ରଶଂସକ। ନିକଟରେ ସେ ଏକ ନ୍ୟୁଜ୍‌ ଏଜେନ୍ସିକୁ ଇଣ୍ଟର୍ଭ୍ୟୁ ଦେବାବେଳେ କହିଥିଲେ ଯେ ଭାରତର ପୂର୍ବତନ ଖେଳାଳି ସୁନିଲ ଗାଭାସ୍କର ଓ ସଚିନ ତେନ୍ଦୁଲକର ତାଙ୍କ ସମୟର ସର୍ବଶ୍ରେଷ୍ଠ ଖେଳାଳି ଥିଲେ। ସଚିନ ତେନ୍ଦୁଲକର କ୍ରିକେଟ୍‌ ଜଗତର ଜଣେ ମହାନ ଓ ସଚ୍ଚୋଟ ଖେଳାଳି ଥିଲେ। ଏହାସହ ଗାଭାସ୍କରଙ୍କୁ ଆକ୍ରମ ଦୁନିଆର ସର୍ବଶ୍ରେଷ୍ଠ ଓପନର୍‌ ବୋଲି କହିଛନ୍ତି। ଗାଭାସ୍କରଙ୍କ ୱିକେଟ୍‌ ତାଙ୍କ ପାଇଁ  ସବୁଠୁ ମୂଲ୍ୟବାନ ଥିଲା ବୋଲି ସେ କହିଛନ୍ତି। ସେ କହିଥିଲେ ଯେ ଯଦି କୋଣସି ଖେଳାଳି ଭଲ ବ୍ୟାଟିଂ କୌଶଳ ଶିଖିବାକୁ ଚାହୁଁଛନ୍ତି ତେବେ ସେ ସୁନିଲ ଗାଭାସ୍କରଙ୍କ ଖେଳର ଭିଡିଓ ଦେଖି ବ୍ୟାଟିଂ କୌଶଳ ଶିଖିବା ଉଚିତ୍‌।

ସଚିନଙ୍କ ବିଷୟରେ ଆକ୍ରାମ କହିଥିଲେ ଯେ ସେ ଜଣେ ଭଲ ମଣିଷ ଏବଂ କ୍ରିକେଟ ଜଗତର ଜଣେ ମହାନ ବ୍ୟାଟ୍ସମ୍ୟାନ୍‌ ମଧ୍ୟ। ସେ ଅନେକ ରେକର୍ଡ କରିଯାଇଛନ୍ତି ଯାହାକୁ ଭାଙ୍ଗିବା କଷ୍ଟକର ହେବ। ସେ ଦୀର୍ଘଦିନ ଧରି କ୍ରିକେଟ୍‌ ଖେଳିଥିଲେ ମଧ୍ୟ ସେ କେବେବି ବିବାଦରେ ନଥିଲେ। ତାଙ୍କ ପାଇଁ କ୍ରିକେଟ୍‌ ସବୁକିଛି ଥିଲା। କ୍ରିକେଟ୍‌ ପଡିଆ ହେଉ କିମ୍ବା ବାହାରେ ସବୁବେଳେ ସେ କ୍ରିକେଟ୍‌ କଥା ଚିନ୍ତା କରୁଥିଲେ ବୋଲି ଆକ୍ରମ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos