ୱାସିମ ଆକ୍ରମଙ୍କ କାର ଉପରକୁ ଗୁଳିମାଡ

କରାଚି: ପାକିସ୍ତାନର ପୂର୍ବତନ କ୍ରିକେଟର ୱାସିମ ଆକ୍ରମଙ୍କ କାର ଉପରେ ବୁଧବାର ଗୁଳିମାଡ ହୋଇଛି। ସେ କରାଚିରେ ଥିବା ନ୍ୟାସନାଲ ଷ୍ଟାଡିୟମରୁ ପାକିସ୍ତାନ କ୍ରିକେଟ  ଦଳକୁ ବୋଲିଂ ପ୍ରଶିକ୍ଷଣ ଦେଇ ଫେରୁଥିବାବେଳେ ତାଙ୍କ କାର ଉପରକୁ କେହି ଦୁର୍ବୃତ୍ତ ଗୁଳି କରି ଫେରାର ହୋଇଯାଇଥିଲା। ଗୁଳିଟି କାର ଚକରେ ବାଜିଥିଲା। ତେବେ ଏଥିରେ ତାଙ୍କର କୌଣସି କ୍ଷତି ହୋଇନାହିଁ।