ୱିକେଟ୍‌ ପଛରେ ମାହିଙ୍କ କମାଲ୍, ନୀଶମ୍‌ଙ୍କୁ ଦେଲେ ଚକ୍‌ମା

ୱେଲିଂଟନ୍‌: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ନିଜର ଧୂଆଁଧାର ବ୍ୟାଟିଂ ବ୍ୟତୀତ ଅନ୍ୟ ଏକ କାରଣ ପାଇଁ ସବୁ ସମୟରେ ଚର୍ଚ୍ଚାରେ ଥାଆନ୍ତି। ତାଙ୍କ ମୁହଁ ଏବଂ କେଶର ରଙ୍ଗରେ ଯଦିଓ ବୟସର ଛାପ ଆସିଗଲାଣି କିନ୍ତୁ ୱିକେଟ୍‌ ପଛରେ ସେ ଆଜି ବି ସମ୍ରାଟ୍‌। ବ୍ୟାଟ୍‌ସମ୍ୟାନ୍‌ କ୍ରିଜ ବାହାରକୁ ପାଦ ରଖିଥିଲେ ମାଇକ୍ରୋ ସେକେଣ୍ଡ ମଧ୍ୟରେ ଓ ତଡ଼ିତ ବେଗରେ ଷ୍ଟମ୍ପସରୁ ବେଲ୍‌ ଖସାଇଦେବାର ଅବିଶ୍ୱସନୀୟ ଦକ୍ଷତା ରଖିଥିବା ମାହି […]

dhoni-wicket

dhoni-wicket

Subrat Kumar Nayak
  • Published: Sunday, 03 February 2019
  • Updated: 03 February 2019, 04:31 PM IST

Sports

Latest News

ୱେଲିଂଟନ୍‌: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ନିଜର ଧୂଆଁଧାର ବ୍ୟାଟିଂ ବ୍ୟତୀତ ଅନ୍ୟ ଏକ କାରଣ ପାଇଁ ସବୁ ସମୟରେ ଚର୍ଚ୍ଚାରେ ଥାଆନ୍ତି। ତାଙ୍କ ମୁହଁ ଏବଂ କେଶର ରଙ୍ଗରେ ଯଦିଓ ବୟସର ଛାପ ଆସିଗଲାଣି କିନ୍ତୁ ୱିକେଟ୍‌ ପଛରେ ସେ ଆଜି ବି ସମ୍ରାଟ୍‌। ବ୍ୟାଟ୍‌ସମ୍ୟାନ୍‌ କ୍ରିଜ ବାହାରକୁ ପାଦ ରଖିଥିଲେ ମାଇକ୍ରୋ ସେକେଣ୍ଡ ମଧ୍ୟରେ ଓ ତଡ଼ିତ ବେଗରେ ଷ୍ଟମ୍ପସରୁ ବେଲ୍‌ ଖସାଇଦେବାର ଅବିଶ୍ୱସନୀୟ ଦକ୍ଷତା ରଖିଥିବା ମାହି ଆଜି ଦେଖାଇଛନ୍ତି ସେଭଳି କିଛି କମାଲ।

ଆଜି ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ର ଶେଷ ମ୍ୟାଚ୍‌ର ୩୭ତମ ଓଭରରେ ଘଟିଥିଲା ଏଭଳି କିଛି ଘଟଣା ଯାହା ଦେଖିଲେ ସମସ୍ତଙ୍କ ଆଖି ଖୋସିହୋଇଯିବ। ଏହି ଓଭର୍‌ରେ ବ୍ୟାଟିଂ କରୁଥିବା ଜେମ୍ସ ନୀଶମ୍‌ କେଦାର ଯାଦବଙ୍କ ବଲ୍‌କୁ ସ୍ୱିପ୍‌ ଶଟ୍‌ ମାରିବାର ପ୍ରୟାସ କରି ବିଫଳ ହୋଇଥିଲେ। ବଲ୍‌ଟି ଲେଗ୍‌ ସାଇଡ୍‌ ଦିଗରେ ଯାଇ ପ୍ୟାଡ୍‌ରେ ବାଜିଥିଲା ଏବଂ ଭାରତୀୟ ଖେଳାଳିମାନେ ଏଲ୍‌ବିଡବଲ୍ୟୁ ଆଉଟ୍‌ ପାଇଁ ଅପିଲ୍‌ କରିବା ଆରମ୍ଭ କରିଥିଲେ।

କିନ୍ତୁ ନୀଶମ୍‌ ଅତ୍ୟଧିକ ଚାଲାକ ହୋଇ ଏହି ସୁଯୋଗରେ ସିଙ୍ଗିଲ ଚୋରାଇବାର ପ୍ରୟାସ ଆରମ୍ଭ କରି କ୍ରିଜ୍‌ ଛାଡ଼ିଦେଇଥିଲେ। ଧୋନି କିନ୍ତୁ ନୀଶମ୍‌ଙ୍କଠାରୁ ଆହୁରି ପାଦେ ଆଗୁଆ ଥିଲେ। ନୀଶାମ୍‌ କିଛି ବୁଝିବା ଆଗରୁ ସେ ଲେଗ୍‌ସ୍ଲିପ୍‌ ଅଞ୍ଚଳରୁ ବଲ୍‌ ସଂଗ୍ରହ କରି ଗୋଟିଏ ଝଟ୍‌କାରେ ବେଲ୍‌ ଖସାଇଦେଇଥିଲେ।

ରିପ୍ଲେରୁ ସ୍ପଷ୍ଟ ଜଣାପଡ଼ୁଥିଲା ବଲ୍‌ଟି ୱିକେଟ୍‌ରେ ବାଜି ବେଲ୍‌ ଖସାଇବାବେଳକୁ ନୀଶମ୍‌ କ୍ରିଜ୍‌ ବାହାରେ ଥିଲେ। ଏହି ୱିକେଟ୍‌ ଭାରତ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା। କାରଣ ଜେମ୍ସ ନୀଶମ୍‌ ହିଁ ଥିଲେ ଆଜିର ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡରେ ସବୁଠାରୁ ଅଧିକ ସ୍କୋର କରିଥିବା ବ୍ୟାଟ୍ସମ୍ୟାନ୍‌।

ଦେଖନ୍ତୁ ଭିଡିଓ

https://twitter.com/legend_celeb_/status/1091989599755227136

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos