ୱିମ୍ବଲଡନ୍: ଲିଆଣ୍ଡର ପେସ୍ ମିକ୍ସଡ ଡବଲ ଚାମ୍ପିୟନ

ଲଣ୍ଡନ: ୱିମ୍ବଲଡନ ମହିଳା ଡବଲ ଫାଇନାଲରେ ସାନିଆ ମିର୍ଜାଙ୍କ ଐତିହାସିକ ବିଜୟ ପରେ ପୁରୁଷ ମିକ୍ସ ଡବଲରେ ଲିଆଣ୍ଡର ପେସ ଚାମ୍ପିୟନ ହୋଇଛନ୍ତି। ଗତକାଲି ଖେଳା ଯାଇଥିବା ମିକ୍ସଡ ଡବଲ୍ ଫାଇନାଲରେ ଲିଆଣ୍ଡର ପେସ୍ ଓ ମାଟିନା ହିଙ୍ଗିସ୍ ଯୋଡ଼ି ଆଲେକଜାଣ୍ଡର ପ୍ରେୟା ଓ ଟିମିଆ ବବୋସଙ୍କ ଯୋଡ଼ିଙ୍କୁ ସିଧାସଳଖ ୬-୧, ୬-୧ ସେଟରେ ପରାସ୍ତ କରିଛନ୍ତି। ସ୍ୱିଜରଲ୍ୟାଣ୍ଡ-ଭାରତ ଯୋଡ଼ି ହିଣ୍ଡିସ୍ ଓ ପେସ୍ ଫାଇନାଲ ମ୍ୟାଚରେ ସମ୍ପୂର୍ଣ୍ଣ ଆଧିପତ୍ୟ ବିସ୍ତାର କରିବା ସହ ୪୦ ମିନିଟରେ ପ୍ରତିପକ୍ଷ […]

paes

Rakesh Mallick
  • Published: Monday, 13 July 2015
  • , Updated: 13 July 2015, 10:02 AM IST

ଲଣ୍ଡନ: ୱିମ୍ବଲଡନ ମହିଳା ଡବଲ ଫାଇନାଲରେ ସାନିଆ ମିର୍ଜାଙ୍କ ଐତିହାସିକ ବିଜୟ ପରେ ପୁରୁଷ ମିକ୍ସ ଡବଲରେ ଲିଆଣ୍ଡର ପେସ ଚାମ୍ପିୟନ ହୋଇଛନ୍ତି। ଗତକାଲି ଖେଳା ଯାଇଥିବା ମିକ୍ସଡ ଡବଲ୍ ଫାଇନାଲରେ ଲିଆଣ୍ଡର ପେସ୍ ଓ ମାଟିନା ହିଙ୍ଗିସ୍ ଯୋଡ଼ି ଆଲେକଜାଣ୍ଡର ପ୍ରେୟା ଓ ଟିମିଆ ବବୋସଙ୍କ ଯୋଡ଼ିଙ୍କୁ ସିଧାସଳଖ ୬-୧, ୬-୧ ସେଟରେ ପରାସ୍ତ କରିଛନ୍ତି। ସ୍ୱିଜରଲ୍ୟାଣ୍ଡ-ଭାରତ ଯୋଡ଼ି ହିଣ୍ଡିସ୍ ଓ ପେସ୍ ଫାଇନାଲ ମ୍ୟାଚରେ ସମ୍ପୂର୍ଣ୍ଣ ଆଧିପତ୍ୟ ବିସ୍ତାର କରିବା ସହ ୪୦ ମିନିଟରେ ପ୍ରତିପକ୍ଷ ଯୋଡ଼ିଙ୍କୁ ପରାସ୍ତ କରିଦେଇଥିଲେ। ଲିଆଣ୍ଡରଙ୍କ ଏହା ୧୬ ତମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ବିଜୟ ଥିଲା।

Related story