ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୱେଷ୍ଟଇଣ୍ଡିଜ ଦଳକୁ ଫେରିଲେ ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ ଗେଲ୍। ଇଂଲଣ୍ଡ ବିପକ୍ଷ ୫ଟିକିଆ ସିରିଜ ପାଇଁ ତାଙ୍କୁ ୱେଷ୍ଟଇଣ୍ଡିଜ ଦଳରେ ସାମିଲ କରାଯାଇଛି। ୨୦୧୫ ଆଇସିସି ବିଶ୍ୱକପ ପରଠାରୁ ଗେଲ ଦଳରୁ ବାଦ ପଡିଥିଲେ। ତାଙ୍କର ଆନ୍ତର୍ଜାତିକ ମ୍ୟାଚ ଖେଳିବା ଉପରେ ୱେଷ୍ଟଇଣ୍ଡିଜ ବୋର୍ଡ ପକ୍ଷରୁ କଟକଣା କରାଯାଇଥିଲା। କିନ୍ତୁ ଦଳର ଖରାପ ପ୍ରଦର୍ଶନ ପରେ ଗେଲଙ୍କୁ ପୁଣିଥରେ ସୁଯୋଗ ଦିଆଯାଇଛି। ଗେଲଙ୍କ ସହ ସାମୁଏଲସ ଓ ଜର୍ମି ଟେଲରଙ୍କୁ ମଧ୍ୟ ୧୫ଜଣିଆ ୱେଷ୍ଟଇଣ୍ଡିଜ ଦଳରେ ସାମିଲ କରାଯାଇଛି। ବୁଧବାର ଆୟର୍ଲାଣ୍ଡ ବିପକ୍ଷରେ ୱେଷ୍ଟଇଣ୍ଡିଜ ପ୍ରଥମ ମ୍ୟାଚ ଖେଳିବ। ଗେଲ ଓ ସାମୁଏଲଙ୍କ ସାମିଲ ଦ୍ୱାରା ଦଳର ବ୍ୟାଟିଂ ଶକ୍ତିଶାଳୀ ହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ବିଶ୍ୱକପରେ ସିଧାସଳଖ ସ୍ଥାନ ପକ୍କା କରିବାକୁ ହେଲେ ୱେଷ୍ଟଇଣ୍ଡିଜ ଟିମ ଆୟର୍ଲାଣ୍ଡ ବିପକ୍ଷରେ ସମସ୍ତ ମ୍ୟାଚ୍ ବିଜୟ ସହ ଇଂଲଣ୍ଡ ବିପକ୍ଷରେ ୪ଟି ମ୍ୟାଚ ଜିତିବାକୁ ପଡିବ। ନଚେତ ବିଶ୍ୱକପରେ ଭାଗ ନେବା ପାଇଁ ଦଳକୁ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଖେଳିବାକୁ ପଡିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।