ଫିଲ୍ଡକୁ ଫେରିବ ଅନ୍ତର୍ଜାତୀୟ କ୍ରିକେଟ୍, ଇଂଲଣ୍ଡ ଗସ୍ତ ପାଇଁ ଦଳ ଘୋଷଣା କଲା ୱେଷ୍ଟଇଣ୍ଡିଜ୍

ଲଣ୍ଡନ: କରୋନା ମହାମାରୀ ଯୋଗୁ ଦୀର୍ଘ ତିନିମାସ ଧରି କ୍ରିକେଟ୍ ଦେଖିବାରୁ ବଞ୍ଚିତ ରହିଥିବା କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର। ଇଂଲଣ୍ଡ ପ୍ରଥମ ଦେଶ ଭାବେ ନିଜ ମାଟିରେ ଟେଷ୍ଟ ସିରିଜ୍ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି। ଏହିକ୍ରମରେ ୱେଷ୍ଟଇଣ୍ଡିଜ୍ ଟିମ୍ ଜୁଲାଇ ମାସରେ ଇଂଲଣ୍ଡ ଗସ୍ତ କରିବ। ଏହି ଗସ୍ତ ପାଇଁ ୱେଷ୍ଟଇଣ୍ଡିଜ୍ ବୁଧବାର ୧୪ ଜଣିଆ ଟେଷ୍ଟ ଦଳର ଚୟନ କରିଛି। ତେବେ ୱେଷ୍ଟଇଣ୍ଡିଜର ତିନି ଖେଳାଳି ଇଂଲଣ୍ଡ ଯିବାକୁ ମନା କରିଦେଇଛନ୍ତି। ଏମାନେ […]

west-indies

Ranjit Kumar Jena
  • Published: Wednesday, 03 June 2020
  • , Updated: 03 June 2020, 09:38 PM IST

ଲଣ୍ଡନ: କରୋନା ମହାମାରୀ ଯୋଗୁ ଦୀର୍ଘ ତିନିମାସ ଧରି କ୍ରିକେଟ୍ ଦେଖିବାରୁ ବଞ୍ଚିତ ରହିଥିବା କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର। ଇଂଲଣ୍ଡ ପ୍ରଥମ ଦେଶ ଭାବେ ନିଜ ମାଟିରେ ଟେଷ୍ଟ ସିରିଜ୍ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି। ଏହିକ୍ରମରେ ୱେଷ୍ଟଇଣ୍ଡିଜ୍ ଟିମ୍ ଜୁଲାଇ ମାସରେ ଇଂଲଣ୍ଡ ଗସ୍ତ କରିବ। ଏହି ଗସ୍ତ ପାଇଁ ୱେଷ୍ଟଇଣ୍ଡିଜ୍ ବୁଧବାର ୧୪ ଜଣିଆ ଟେଷ୍ଟ ଦଳର ଚୟନ କରିଛି।

ତେବେ ୱେଷ୍ଟଇଣ୍ଡିଜର ତିନି ଖେଳାଳି ଇଂଲଣ୍ଡ ଯିବାକୁ ମନା କରିଦେଇଛନ୍ତି। ଏମାନେ ହେଲେ ଡାରେନ୍ ବ୍ରାଭୋ, ଶିମରନ୍ ହେଟମେୟର ଓ କୀମୋ ପଲ୍। ସୁରକ୍ଷାକୁ ଆଖି ଆଗରେ ରଖି ଏହି ତିନି ଖେଳାଳି ନିଜ ନାଁକୁ ପ୍ରତ୍ୟାହାର କରିନେଇଛନ୍ତି। ତେବେ ଖେଳାଳିମାନଙ୍କ ନିଷ୍ପତ୍ତିକୁ ମଧ୍ୟ ୱେଷ୍ଟଇଣ୍ଡିଜ କ୍ରିକେଟ୍ ବୋର୍ଡ ସମ୍ମାନ ଜଣାଇଛି। ଜେସନ୍ ହୋଲ୍ଡର କ୍ୟାପଟେନ୍ ପଦ ବଜାୟ ରଖିଛନ୍ତି।

ଇଂଲଣ୍ଡ ଗସ୍ତରେ ଯିବାକୁ ଥିବା ସମସ୍ତ ୱେଷ୍ଟଇଣ୍ଡିଜ ସଦସ୍ୟଙ୍କର କରୋନା ଟେଷ୍ଟ କରାଯିବ ଏବଂ ସେମାନେ ଜୁନ୍ ୮ ତାରିଖରୁ ଇଂଲଣ୍ଡ ଅଭିମୁଖେ ଯାତ୍ରା କରିବେ। ସିରିଜର ପ୍ରଥମ ମ୍ୟାଚ୍ ଜୁଲାଇ ୮ ତାରିଖରୁ ହାମ୍ପଶାୟରରେ ଖେଳାଯିବ ଏବଂ ବାକି ଦୁଇଟି ଟେଷ୍ଟ ଯଥାକ୍ରମେ ଜୁଲାଇ ୧୬ରୁ ୨୦ ପର୍ଯ୍ୟନ୍ତ ଲାଙ୍କଶାୟର ଏବଂ ଜୁଲାଇ ୨୪ରୁ ୨୮ ତାରିଖ ପର୍ଯ୍ୟନ୍ତ ଓଲ୍ଡ ଟ୍ରାଫର୍ଡରେ ଖେଳାଯିବ।

ୱେଷ୍ଟଇଣ୍ଡିଜ ଟିମ୍: ଜେସନ୍ ହୋଲ୍ଡର (କ୍ୟାପଟେନ୍), ଜର୍ମେନ୍ ବ୍ଲାକଉଡ୍, କ୍ରୁମା ବୋନ୍ନର, କ୍ରେଗ ବ୍ରାଥୱେଟ୍, ଶାମରା ବ୍ରୁକ୍ସ, ଜନ୍ କ୍ୟାମ୍ପବେଲ୍‌, ରୋଷ୍ଟନ୍ ଚେଜ୍, ରାହକୀମ କର୍ନୱାଲ୍, ଶେନ୍ ଡାଓରିଚ୍ (ୱିକେଟକିପର), ଚେମାର ହୋଲ୍ଡର, ଶାଇ ହୋପ୍, ଅଲଜାରୀ ଜୋସେଫ୍, ରେମନ୍ ରିଫର୍, କେମାର ରୋଚ୍।

ରିଜର୍ସ ଖେଳାଳି: ସୁନୀଲ ଅମ୍ବ୍ରିସ୍, ଯୋଶୁଆ ଡା ସିଲଭା, ଶାନନ୍ ଗାବ୍ରିଏଲ୍, କିଅନ୍ ହାର୍ଡିଂ, କାଇଲ୍ ମେୟର୍ସ, ପ୍ରେଷ୍ଟନ୍ ମ୍ୟାକସ୍ୱୀନ୍, ମାକ୍ୱିନୋ ମିଣ୍ଡଲୀ, ଶେନ୍ ମୋସଲୀ, ଆଣ୍ଡରସନ୍ ଫିଲିପ୍, ଓଶାନି ଥୋମାସ, ଜୋମେଲ୍ ୱାରିକାନ୍।

Related story