ୱେଷ୍ଟଇଣ୍ଡିଜ୍‌ ଟେଷ୍ଟ: ପ୍ରଥମ ଦିନରେ ଭାରତ ୨୩୪/୫

ଗ୍ରସ ଆଇସ୍‌ଲେଟ୍: ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ତୃତୀୟ ଟେଷ୍ଟ ଗତକାଲି ଠାରୁ ଆରମ୍ଭ ହୋଇଥିବା ବେଳେ ଭାରତର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟିଛି। ଦଳ ପ୍ରଥମ ଦିନରେ ୫ ୱିକେଟ୍ ହରାଇ ୨୩୪ ରନ୍ ସଂଗ୍ରହ କରିଛି। ଶିଖର ଧାୱନ, ବିରାଟ କୋହଲି, ରୋହିତ ଶର୍ମା ଓ ଆଜିଙ୍କ୍ୟ ରାହାଣେ ଫେଲ୍‌ ମାରିଥିଲେ। ଧାୱନ ୧ ରନ୍ କରି ଆଉଟ୍ ହୋଇଥିବା ବେଳେ କୋହଲି ୩ ଓ ରୋହିତ ଶର୍ମା ୯ ରନ୍ କରି ଆଉଟ୍ ହୋଇଯାଇଥିଲେ। ଆଜିଙ୍କ୍ୟ […]

aswin

Rakesh Mallick
  • Published: Wednesday, 10 August 2016
  • , Updated: 10 August 2016, 12:23 PM IST

ଗ୍ରସ ଆଇସ୍‌ଲେଟ୍: ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ତୃତୀୟ ଟେଷ୍ଟ ଗତକାଲି ଠାରୁ ଆରମ୍ଭ ହୋଇଥିବା ବେଳେ ଭାରତର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟିଛି। ଦଳ ପ୍ରଥମ ଦିନରେ ୫ ୱିକେଟ୍ ହରାଇ ୨୩୪ ରନ୍ ସଂଗ୍ରହ କରିଛି। ଶିଖର ଧାୱନ, ବିରାଟ କୋହଲି, ରୋହିତ ଶର୍ମା ଓ ଆଜିଙ୍କ୍ୟ ରାହାଣେ ଫେଲ୍‌ ମାରିଥିଲେ। ଧାୱନ ୧ ରନ୍ କରି ଆଉଟ୍ ହୋଇଥିବା ବେଳେ କୋହଲି ୩ ଓ ରୋହିତ ଶର୍ମା ୯ ରନ୍ କରି ଆଉଟ୍ ହୋଇଯାଇଥିଲେ। ଆଜିଙ୍କ୍ୟ ରାହାଣେ ୩୫ ରନ୍ କରି ଥିଲେ। ଓପନର୍‌ ଲୋକେଶ ରାହୁଲ ୫୦ ରନ୍ କରି ଥିଲେ ମଧ୍ୟ ଏହାକୁ ଲମ୍ବା ପାଳିରେ ପରିଣତ କରିବାରେ ବିଫଳ ହୋଇଥିଲେ। ତେବେ ରବିଚନ୍ଦ୍ରନ ଅଶ୍ୱିନ ପାଳିକୁ ସମ୍ଭାଳି ନେଇ ଥିଲେ। ଫଳରେ ଦଳ ଏକ ଲଜ୍ଜାଜନକ ସ୍ଥିତିକୁ ଏଡ଼ାଇକୁ ସକ୍ଷମ ହୋଇଥିଲା। ତାଙ୍କୁ ବେଶ୍ ସହଯୋଗ କରିଥିଲେ ରିଦ୍ଧିମାନ ସାହା। ଅଶ୍ୱିନ୍ ୧୯୦ଟି ବଲ୍‌ରୁ ୭୫ ରନ୍ କରି ଅପରାଜିତ ଥିବା ବେଳେ ରିଦ୍ଧିମାନ ୧୨୨ଟି ବଲ୍‌ରୁ ୪୮ ରନ୍ କରି ଅପରାଜିତ ଅଛନ୍ତି। ଏ ଦୁଇ ଜଣ ଆଜି ପାଳିକୁ ଆଗେଇ ନେବେ।

ଟସ୍ ଜିତି ୱେଷ୍ଟଇଣ୍ଡିଜ୍ ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ୱେଷ୍ଟଇଣ୍ଡିଜ୍ ପକ୍ଷରୁ ଅଲ୍‌ଜାରୀ ଯୋଶେଫ ଓ ରୋସ୍ତୋନ୍ ଚାସେ ଦୁଇଟି ଲେଖାଏଁ ୱିକେଟ୍ ନେଇଛନ୍ତି।

Related story