ତୃତୀୟ ଦିନିକିଆ: ଟସ୍ ଜିତି ୱେଷ୍ଟଇଣ୍ଡିଜର ବ୍ୟାଟିଂ ନିଷ୍ପତ୍ତି

ପୋର୍ଟ ଅଫ୍ ସ୍ପେନ୍: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ତୃତୀୟ ତଥା ଅନ୍ତିମ ଦିନିକିଆ ବୁଧବାର ଖେଳାଯାଉଛି। ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ୍ କ୍ୟାପଟେନ୍ ଜେସନ୍ ହୋଲ୍ଡର୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମ୍ୟାଚରେ ଭାରତୀୟ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି। ସ୍ପିନର୍ କୁଲଦୀପ ଯାଦବଙ୍କ ସ୍ଥାନରେ ୟୁଜବେନ୍ଦ୍ର ଚହଲଙ୍କୁ ସାମିଲ୍ କରାଯାଇଛି। ସେହିପରି ୱେଷ୍ଟଇଣ୍ଡିଜ୍ ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଛି। ଶେଲଡନ୍ କଟ୍ଟରେଲ୍ ଓ ଓଶାନି […]

indvswi

Ranjit Kumar Jena
  • Published: Wednesday, 14 August 2019
  • , Updated: 14 August 2019, 06:44 PM IST

ପୋର୍ଟ ଅଫ୍ ସ୍ପେନ୍: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ତୃତୀୟ ତଥା ଅନ୍ତିମ ଦିନିକିଆ ବୁଧବାର ଖେଳାଯାଉଛି। ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ୍ କ୍ୟାପଟେନ୍ ଜେସନ୍ ହୋଲ୍ଡର୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମ୍ୟାଚରେ ଭାରତୀୟ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି।

ସ୍ପିନର୍ କୁଲଦୀପ ଯାଦବଙ୍କ ସ୍ଥାନରେ ୟୁଜବେନ୍ଦ୍ର ଚହଲଙ୍କୁ ସାମିଲ୍ କରାଯାଇଛି। ସେହିପରି ୱେଷ୍ଟଇଣ୍ଡିଜ୍ ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଛି। ଶେଲଡନ୍ କଟ୍ଟରେଲ୍ ଓ ଓଶାନି ଟମାସଙ୍କ ବଦଳରେ କୀମୋ ପଲ୍ ଓ ଫାବିଆନ୍ ଆଲେନଙ୍କୁ ସୁଯୋଗ ମିଳିଛି।

ସୂଚନାଯୋଗ୍ୟ, ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଦିନିକିଆ ବର୍ଷା ଯୋଗୁ ବାତିଲ ହୋଇଥିଲା। ତେବେ ଦ୍ୱିତୀୟ ଦିନିକିଆକୁ ଭାରତ ୫୯ ରନ୍ (ଡିଏଲ୍ ନିୟମ)ରେ ପରାସ୍ତ କରିଥିଲା। ୧-୦ରେ ଆଗୁଆ ଥିବା ଭାରତ ଆଜିର ମ୍ୟାଚ୍ ଜିତି ସିରିଜକୁ ହାତେଇବାକୁ ପ୍ରୟାସ କରିବ। ସେହିପରି ୱେଷ୍ଟଇଣ୍ଡିଜ୍ ପାଇଁ ଏହି ମ୍ୟାଚ୍ 'କର ବା ମର' ରହିଛି।

ଭାରତ: ଶିଖର ଧୱନ୍, ରୋହିତ୍ ଶର୍ମା, ବିରାଟ୍ କୋହଲି (କ୍ୟାପଟେନ୍), ରିଷଭ ପନ୍ତ (ୱିକେଟକିପର), ଶ୍ରେୟସ୍ ଆୟର୍, କେଦାର ଯାଦବ, ରବୀନ୍ଦ୍ର ଜାଡେଜା, ଭୁବନେଶ୍ୱର କୁମାର, ମହମ୍ମଦ ଶାମି, ୟୁଜବେନ୍ଦ୍ର ଚହଲ୍, ଖଲୀଲ ଅହମ୍ମଦ।

ୱେଷ୍ଟଇଣ୍ଡିଜ୍: କ୍ରିସ୍ ଗେଲ୍, ଏଭିନ୍ ଲୁଇସ୍, ଶାଇ ହୋପ୍ (ୱିକେଟକିପର), ଶିମରନ୍ ହେଟମେୟର୍, ନିକୋଲାସ୍ ପୁରନ୍, ରୋଷ୍ଟନ୍ ଚେଜ୍, ଜେସନ୍ ହୋଲ୍ଡର୍ (କ୍ୟାପଟେନ୍), କାର୍ଲସ୍ ବ୍ରାଥୱେଟ୍, ଫାବିଆନ୍ ଆଲେନ୍, କୀମୋ ପଲ୍, କେମାର୍ ରୋଚ୍।

Related story