ୱେଷ୍ଟଇଣ୍ଡିଜ୍‌ ଟି-ଟ୍ୱେଣ୍ଟି ମହିଳା ବିଶ୍ୱକପ୍‌ ଚାମ୍ପିଅନ୍

କୋଲକାତା: ୱେଷ୍ଟଇଣ୍ଡିଜ୍‌ ଟି-ଟ୍ୱେଣ୍ଟି ମହିଳା ବିଶ୍ୱକପ୍‌ ଚାମ୍ପିଅନ୍ ହୋଇଛି। ଅଷ୍ଟ୍ରେଲିଆକୁ ୮ ୱିକେଟ୍ ହରାଇ ଦଳ ପ୍ରଥମ ଥର ପାଇଁ ଏହି ଆଖ୍ୟା ଅର୍ଜନ କରିଛି। ଏହା ସହିତ ଚତୁର୍ଥ ଥର ପାଇଁ ଏହି କପ୍ ଜିତିବାକୁ ଲକ୍ଷ୍ୟ ରଖିଥିବା ଅଷ୍ଟ୍ରେଲିଆର ଆଶା ଚୂରମାର ହୋଇଯାଇଛି। ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୫ ୱିକେଟ୍ ହରାଇ ୧୪୮ରନ୍‌ କରିଥିଲା। ଦଳ ପକ୍ଷରୁ ଏଲିସେ ଭିଲାନି ୫୨ରନ୍‌ (୩୭ ବଲ୍‌,୯ଟି ଚୌକା), ମେଗ୍‌ ଲାନିଂ ୫୨(୪୯ […]

westindies women

Rakesh Mallick
  • Published: Sunday, 03 April 2016
  • , Updated: 03 April 2016, 12:36 PM IST

କୋଲକାତା: ୱେଷ୍ଟଇଣ୍ଡିଜ୍‌ ଟି-ଟ୍ୱେଣ୍ଟି ମହିଳା ବିଶ୍ୱକପ୍‌ ଚାମ୍ପିଅନ୍ ହୋଇଛି। ଅଷ୍ଟ୍ରେଲିଆକୁ ୮ ୱିକେଟ୍ ହରାଇ ଦଳ ପ୍ରଥମ ଥର ପାଇଁ ଏହି ଆଖ୍ୟା ଅର୍ଜନ କରିଛି। ଏହା ସହିତ ଚତୁର୍ଥ ଥର ପାଇଁ ଏହି କପ୍ ଜିତିବାକୁ ଲକ୍ଷ୍ୟ ରଖିଥିବା ଅଷ୍ଟ୍ରେଲିଆର ଆଶା ଚୂରମାର ହୋଇଯାଇଛି।

ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୫ ୱିକେଟ୍ ହରାଇ ୧୪୮ରନ୍‌ କରିଥିଲା। ଦଳ ପକ୍ଷରୁ ଏଲିସେ ଭିଲାନି ୫୨ରନ୍‌ (୩୭ ବଲ୍‌,୯ଟି ଚୌକା), ମେଗ୍‌ ଲାନିଂ ୫୨(୪୯ ବଲ୍‌,୮ଟି ଚୌକା) ଓ ଇ. ପେରୀ ୨୮ ରନ୍‌(୨୮ବଲ୍‌) କରିଥିଲେ। ୱେଷ୍ଟଇଣ୍ଡିଜ୍‌ ପକ୍ଷରୁ ଦେଏନ୍ଦ୍ରା ଡୋଟିନ୍‌ ୨ଟି ୱିକେଟ୍ ନେଇଥିବା ବେଳେ ଏଚ୍. ମାଥ୍ୟୁସ୍‌ ଓ ଅନିସା ମହମ୍ମଦ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

୧୪୯ରନ୍‌ର ବିଜୟଲକ୍ଷ୍ୟକୁ ପିଛା କରି ୱେଷ୍ଟଇଣ୍ଡିଜ୍‌ ଦଳ ବ୍ୟାଟିଂ ଆରମ୍ଭ କରିଥିଲା। ଦଳ ପ୍ରାରମ୍ଭରୁ ହିଁ ଅଷ୍ଟ୍ରେଲିଆର ବୋଲରଙ୍କ ଉପରେ ପ୍ରହାର ଆରମ୍ଭ କରି ଦେଇଥିଲା। ଦଳପକ୍ଷରୁ ଏଚ୍ ମାଥ୍ୟୁସ୍‌ ୬୬ରନ୍‌(୪୫ ବଲ୍‌,୬ଟି ଚୌକା ଓ ୩ଟି ଛକା), ଷ୍ଟାଫାନାଇ ଟେଲର ୫୯(୫୭ବଲ୍,୬ଟି ଛକା), ଦେଏନ୍ଦ୍ରା ଡୋଟିନ୍‌ଙ୍କ ଅପରାଜିତ ୧୮ ଓ ବ୍ରିଟ୍‌ନେ କୁପରଙ୍କ ଅପରାଜିତ ୩ ବଲରେ ୩ ରନ୍‌ ବଳରେ ଦଳ ୧୯.୩ ଓଭରରେ ୧୪୯ କରିପାରିଥିଲା।

ୱେଷ୍ଟଇଣ୍ଡିଜ୍‌ର ଟେଲରଙ୍କୁ ‘ମ୍ୟାନ୍‌ ଅଫ୍ ଦି ଟୁର୍ଣ୍ଣାମେଣ୍ଟ୍’ ଘୋଷଣା କରାଯାଇଥିବା ବେଳେ ହେଲେ ମାଥ୍ୟୁସ୍‌ଙ୍କୁ ‘ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌’ ଘୋଷଣା କରାଯାଇଥିଲା।

Related story