ପାକିସ୍ତାନକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କଲା ୱେଷ୍ଟଇଣ୍ଡିଜ୍

ନଟ୍ଟିଂହାମ୍: ଚଳିତ ଆଇସିସି ବିଶ୍ୱକପର ଦ୍ୱିତୀୟ ମ୍ୟାଚ୍ ଆଜି ପାକିସ୍ତାନ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ଅଧିନାୟକ ଜେସନ୍ ହୋଲ୍ଡର ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିବ। ପାକିସ୍ତାନ ତା’ର ଚୂଡ଼ାନ୍ତ ଏକାଦଶରେ ସବୁଠାରୁ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ଶୋଏବ ମଲିକଙ୍କୁ ସ୍ଥାନ ଦେଇ ନାହିଁ। ପେସ୍ ବୋଲର ମହମ୍ମଦ ଆମୀର ଫିଟ୍ ହୋଇ ଟିମକୁ ଫେରିଥିବା ବେଳେ ୱହାବ ରିଆଜଙ୍କ ଉପରେ କ୍ୟାପଟେନ୍ […]

wc match 2

Hemant Lenka
  • Published: Friday, 31 May 2019
  • , Updated: 31 May 2019, 03:03 PM IST

ନଟ୍ଟିଂହାମ୍: ଚଳିତ ଆଇସିସି ବିଶ୍ୱକପର ଦ୍ୱିତୀୟ ମ୍ୟାଚ୍ ଆଜି ପାକିସ୍ତାନ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ଅଧିନାୟକ ଜେସନ୍ ହୋଲ୍ଡର ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିବ।

ପାକିସ୍ତାନ ତା'ର ଚୂଡ଼ାନ୍ତ ଏକାଦଶରେ ସବୁଠାରୁ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ଶୋଏବ ମଲିକଙ୍କୁ ସ୍ଥାନ ଦେଇ ନାହିଁ। ପେସ୍ ବୋଲର ମହମ୍ମଦ ଆମୀର ଫିଟ୍ ହୋଇ ଟିମକୁ ଫେରିଥିବା ବେଳେ ୱହାବ ରିଆଜଙ୍କ ଉପରେ କ୍ୟାପଟେନ୍ ସର୍ଫରାଜ ଅହମ୍ମଦ ଭରସା ଦେଖାଇଛନ୍ତି। ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍ ଟିମରେ ମଧ୍ୟ କିଛି ପରିବର୍ତ୍ତନ କରାଯାଇଛି।

ୟୁନିଭର୍ସାଲ୍ ବସ୍ ଭାବେ ପରିଚିତ କ୍ରିସ୍ ଗେଲଙ୍କ ସହ ଶାଇ ହୋପ ଇନିଂସ୍ ଓପନ୍ କରିବେ। ତେବେ ଏଭିନ୍ ଲୁଇସ୍ ଓ ଶାନନ୍ ଗାବ୍ରିଏଲ୍ ଅନଫିଟ୍ ଥିବାରୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇନାହାନ୍ତି। ସେହିପରି ଫାବିଆନ୍ ଆଲେନ୍ ଓ କେମାର ରୋଚଙ୍କୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିନାହିଁ।

ପାକିସ୍ତାନ ଏକାଦଶ: ଇମାମ-ଉଲ୍-ହକ୍, ଫକର ଜମାନ୍, ବାବର ଆଜମ, ହାରିସ୍ ସୋହେଲ, ସର୍ଫରାଜ ଅହମ୍ମଦ (ଅଧିନାୟକ/ୱିକେଟକିପର), ମହମ୍ମଦ ହଫିଜ୍, ଇମାଦ ୱାସିମ୍, ଶଦାବ ଖାନ୍, ମହମ୍ମଦ ଆମୀର, ହାସନ ଅଲୀ, ୱହାବ ରିଆଜ।

ୱେଷ୍ଟଇଣ୍ଡିଜ୍ ଏକାଦଶ: କ୍ରିସ୍ ଗେଲ୍, ଶାଇ ହୋପ୍ (ୱିକେଟକିପର), ଡାରେନ୍ ବ୍ରାଭୋ, ଶିମରନ୍ ହେଟମେୟର, ନିକୋଲାସ ପୂରାନ୍, ଆନ୍ଦ୍ରେ ରସେଲ୍, ଜେସନ୍ ହୋଲ୍ଡର (ଅଧିନାୟକ), କାର୍ଲସ୍ ବ୍ରାଥୱେଟ୍, ଆଶଲେ ନର୍ସ, ଶେଲଡନ୍ କଟ୍ଟରେଲ୍, ଓଶାନି ଥୋମାସ।

Related story