ଭାରତ-ଓ୍ୱେଷ୍ଟେଣ୍ଡିଜ ଦ୍ୱିତୀୟ ଦିନିକିଆ, ପ୍ରଥମେ ଭାରତ କରିବ ବ୍ୟାଟିଂ

ବିଶାଖାପଟ୍ଟନମ୍‌: ଭାରତ-ଓ୍ୱେଷ୍ଟେଣ୍ଡିଜ ଦ୍ୱିତୀୟ ଦିନିକିଆରେ ଟସ୍ ଜିତି ଓ୍ୱେଷ୍ଟେଣ୍ଡିଜ୍ ଟିମ୍ ବୋଲିଂ କରିବ ବୋଲି ନିଷ୍ପତ୍ତି ନେଇଛି। ଆଜି ଦ୍ୱିତୀୟ ମ୍ୟାଚ ବିଶାଖପଟ୍ଟନମରେ ଖେଳାଯାଉଛି। ମୋଟ୍ ତିନୋଟି ଦିନିକିଆ ମ୍ୟାଚ ଖେଳାଯିବ। ଆଜି ଦ୍ୱିତୀୟ ମ୍ୟାଚ। ପ୍ରଥମ ଦିନିକିଆରେ ୱେଷ୍ଟଇଣ୍ଡିଜ୍ ନିକଟରୁ ୮ ୱିକେଟରେ ଶୋଚନୀୟ ଭାବେ ପରାସ୍ତ ହୋଇଥିଲା ଟିମ୍ ଇଣ୍ଡିଆ। ତେଣୁ ଆଜିର ମ୍ୟାଚ ବହୁତ ଗୁରୁତ୍ୱ ବହନ କରୁଛି। ଆଜିର ମ୍ୟାଚ ଜିତି ସିରିଜକୁ ପ୍ରତ୍ୟାବର୍ତ୍ତନ କରିବା ବୋଲି ଭାରତ ଲକ୍ଷ୍ୟ ରଖିଛି। […]

india

Subhransu Sekhar
  • Published: Wednesday, 18 December 2019
  • , Updated: 18 December 2019, 01:19 PM IST

ବିଶାଖାପଟ୍ଟନମ୍‌: ଭାରତ-ଓ୍ୱେଷ୍ଟେଣ୍ଡିଜ ଦ୍ୱିତୀୟ ଦିନିକିଆରେ ଟସ୍ ଜିତି ଓ୍ୱେଷ୍ଟେଣ୍ଡିଜ୍ ଟିମ୍ ବୋଲିଂ କରିବ ବୋଲି ନିଷ୍ପତ୍ତି ନେଇଛି। ଆଜି ଦ୍ୱିତୀୟ ମ୍ୟାଚ ବିଶାଖପଟ୍ଟନମରେ ଖେଳାଯାଉଛି। ମୋଟ୍ ତିନୋଟି ଦିନିକିଆ ମ୍ୟାଚ ଖେଳାଯିବ। ଆଜି ଦ୍ୱିତୀୟ ମ୍ୟାଚ। ପ୍ରଥମ ଦିନିକିଆରେ ୱେଷ୍ଟଇଣ୍ଡିଜ୍ ନିକଟରୁ ୮ ୱିକେଟରେ ଶୋଚନୀୟ ଭାବେ ପରାସ୍ତ ହୋଇଥିଲା ଟିମ୍ ଇଣ୍ଡିଆ। ତେଣୁ ଆଜିର ମ୍ୟାଚ ବହୁତ ଗୁରୁତ୍ୱ ବହନ କରୁଛି। ଆଜିର ମ୍ୟାଚ ଜିତି ସିରିଜକୁ ପ୍ରତ୍ୟାବର୍ତ୍ତନ କରିବା ବୋଲି ଭାରତ ଲକ୍ଷ୍ୟ ରଖିଛି।

https://twitter.com/ANI/status/1207204531752165376

ଚେନ୍ନାଇରେ ଖେଳାଯାଇଥିବା ସିରିଜର ପ୍ରଥମ ମ୍ୟାଚରେ ଭାରତୀୟ ବୋଲରମାନେ ଆଶାମୁତାବକ ପ୍ରଦର୍ଶକ କରିପାରିନଥିଲା ଏବଂ ପ୍ରମୁଖ ପେସ୍ ବୋଲର ଦୀପକ ଚହର୍‌, ମହମ୍ମଦ ଶାମି, କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଡେଜାଙ୍କୁ ବୋଲିଂରେ ସଂଘର୍ଷ କରିଥିବାର ଦେଖିବାକୁ ମିଳିଥିଲା। ସିରିଜରେ ଭାରତ ୦-୧ରେ ପଛୁଆ ରହିଛି। ଏଭଳି ସ୍ଥିତିରେ ସିରିଜକୁ ଫେରିବା ପାଇଁ ବିରାଟ୍ କୋହଲିଙ୍କୁ ଆଜି କୌଣସି ପରିସ୍ଥିତିରେ ଲୟ ହାସଲ କରିବାକୁ ପଡ଼ିବ।

Related story