ଖେଳାଳିଙ୍କ ଖେଳିବା ଉପରେ ନିର୍ଭର କରୁଥିଲା ଟିକେଟ୍‌ର ମୂଲ୍ୟ: ଜାଣିଛନ୍ତି ଏହି କ୍ରିକେଟ୍‌ରଙ୍କ ନାଁ

କ୍ରିକେଟ୍‌ରେ ବହୁତ କିଛି ପରିବର୍ତ୍ତନ ଘଟିଛି। ଭଦ୍ରବ୍ୟକ୍ତିଙ୍କ ଖେଳ ଭାବେ ପରିଚିତ କ୍ରିକେଟ୍‌ ଦେଇଛି ଦୁନିଆକୁ ବହୁତ ମହାନ ବ୍ୟକ୍ତି। ଯେଉଁମାନେ ନିଜ ବ୍ୟାଟ୍‌ ଓ ବଲ୍‌ ବଳରେ ରଚିଛନ୍ତି କିର୍ତ୍ତି। ଆଜି ଆମେ ଏମିତି ଜଣେ କ୍ରିକେଟ୍‌ରଙ୍କ ସମ୍ପର୍କରେ କହିବାକୁ ଯାଉଛି ଯାହାଙ୍କ ନାଁରେ ଟିକେଟ୍‌ ବିକ୍ରି ହେଉଥିଲା। ସେ ଖେଳୁଥିବା ମ୍ୟାଚ୍‌ରେ ଟିକେଟ୍‌ର ମୂଲ୍ୟ ରହୁଥିଲା ଦୁଇଗୁଣା। ସେ ମହାନ ବ୍ୟକ୍ତି ଜଣଙ୍କ ଆଉ କେହି ନୁହନ୍ତି, ସେ ହେଉଛନ୍ତି କ୍ରିକେଟ୍‌ର ବାପା (ଫାଦର […]

grace

grace

Rakesh Mallick
  • Published: Tuesday, 18 July 2017
  • Updated: 18 July 2017, 12:48 PM IST

Sports

Latest News

କ୍ରିକେଟ୍‌ରେ ବହୁତ କିଛି ପରିବର୍ତ୍ତନ ଘଟିଛି। ଭଦ୍ରବ୍ୟକ୍ତିଙ୍କ ଖେଳ ଭାବେ ପରିଚିତ କ୍ରିକେଟ୍‌ ଦେଇଛି ଦୁନିଆକୁ ବହୁତ ମହାନ ବ୍ୟକ୍ତି। ଯେଉଁମାନେ ନିଜ ବ୍ୟାଟ୍‌ ଓ ବଲ୍‌ ବଳରେ ରଚିଛନ୍ତି କିର୍ତ୍ତି। ଆଜି ଆମେ ଏମିତି ଜଣେ କ୍ରିକେଟ୍‌ରଙ୍କ ସମ୍ପର୍କରେ କହିବାକୁ ଯାଉଛି ଯାହାଙ୍କ ନାଁରେ ଟିକେଟ୍‌ ବିକ୍ରି ହେଉଥିଲା। ସେ ଖେଳୁଥିବା ମ୍ୟାଚ୍‌ରେ ଟିକେଟ୍‌ର ମୂଲ୍ୟ ରହୁଥିଲା ଦୁଇଗୁଣା। ସେ ମହାନ ବ୍ୟକ୍ତି ଜଣଙ୍କ ଆଉ କେହି ନୁହନ୍ତି, ସେ ହେଉଛନ୍ତି କ୍ରିକେଟ୍‌ର ବାପା (ଫାଦର ଅଫ୍‌ କ୍ରିକେଟ୍‌) କୁହାଯାଉଥିବା ଡବ୍ଲ୍ୟୁ.ଜି. ଗ୍ରେସ୍‌। ଗ୍ରେସ୍‌ ମ୍ୟାଚ୍‌ ଖେଳୁଥିଲେ ଇଂଲଣ୍ଡରେ ଟିକେଟ୍‌ର ମୂଲ୍ୟ ରହୁଥିଲା ୬ ପେନ୍ସ (ବ୍ରିଟିଶ ମୁଦ୍ରା)। ଯଦି ସେ ଖେଳୁ ନାହାନ୍ତି ତେବେ ଟିକେଟ୍‌ ମୂଲ୍ୟ ୩ ପେନ୍ସ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ୧୯୧୫ ଅକ୍ଟୋବର ୨୩ରେ ବିମାନଯାତ୍ରା ସମୟରେ ଆକ୍ରମଣ ହେବାରୁ ହୃଦଘାତରେ ତାଙ୍କ ପରଲୋକ ଘଟିଥିଲା। ଆସନ୍ତୁ ଜାଣିବା ଗ୍ରେସ୍‌ଙ୍କ ସମ୍ପର୍କରେ କିଛି ଅକୁହା କଥା।

ଆଧୁନିକ କ୍ରିକେଟ୍‌ର ସ୍ରଷ୍ଟା

ଆଧୁନିକ କ୍ରିକେଟ୍‌ ଗ୍ରେସ୍‌ଙ୍କ ଦାନ ବୋଲି କୁହାଯାଇଥାଏ। ୧୮୪୮ ଜୁଲାଇ ୧୮ ଆଜିର ଦିନରେ ଗ୍ରେସ୍‌ ଲଣ୍ଡନର ବ୍ରେଷ୍ଟଲରେ ଜନ୍ମ ହୋଇଥିଲା। ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂରେ ସେ ଥିଲେ ଧୁରନ୍ଦର। ଖେଳକୁ ନେଇ ସେ ଯେତିକି ପ୍ରସିଦ୍ଧ ଥିଲେ ତା’ଠାରୁ ଅଧିକ କ୍ରେଜ୍‌ ଥିଲା ତାଙ୍କ ‘ଦାଢ଼ି’ର।

୩୨ ବର୍ଷରେ ଆରମ୍ଭ କରିଥିଲେ କ୍ୟାରିୟର

୩୨ ବର୍ଷ ବୟସରେ ଗ୍ରେସ୍‌ ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ। ସେ ସମୟରେ ହାତଗଣତି ଟେଷ୍ଟ ମ୍ୟାଚ୍‌ ଖେଳା ଯାଉଥିଲା। ଗୁରୁତ୍ୱପୂର୍ଣ୍ଣ କଥା ହେଲା ସେ ଖେଳିଥିବା ପ୍ରଥମ ଟେଷ୍ଟ ଇଂଲଣ୍ଡ ନିଜ ଦେଶରେ ଖେଳିଥିବା ପ୍ରଥମ ମ୍ୟାଚ୍‌ ଥିଲା। ୧୮୭୦ରେ ଏହି ମ୍ୟାଚ୍‌ ଓଭାଲ୍‌ରେ ଖେଳାଯାଇଥିଲା। ଏଥିରେ ଗ୍ରେସ୍‌ ୧୫୨ ରନ୍‌ର ଇଂନିସ୍‌ ଖେଳିଥିଲେ।

ବ୍ୟାଟିଂ ଟେକ୍‌ନିକ ଅତୁଳନୀୟ

ଗ୍ରେସ୍‌ଙ୍କ ବ୍ୟାଟିଂ ଟେକନିକ୍‌ ଥିଲା ଅତୁଳନୀୟ। ବର୍ତ୍ତମାନର କ୍ରିକେଟ୍‌ରଙ୍କ ମଧ୍ୟରେ ଏହା ବହୁତ କମ ଦେଖିବାକୁ ମିଳିଥାଏ। ବୋଲଙ୍କୁ ଓ ବଲ୍‌କୁ ବୁଝିବାର କ୍ଷମତା ଥିଲା ତାଙ୍କର। ଅଲ୍ଫ୍ରିଡ ଶାଁଙ୍କ ମତରେ ଗ୍ରେସ୍‌ ବ୍ୟାଟିଂ କରିବା ସମୟରେ ସେ ଯେଉଁ ଆଡେ ଚାହୁଁଥିଲେ ବଲ୍‌ ପକାଉଥିଲେ। ହେଲେ ଗ୍ରେସ୍‌ ବି କିଛି କମ ନ ଥିଲେ, ସେ ମଧ୍ୟ ଯେଉଁଆଡେ ଚାହୁଁଥିଲେ ବଲ୍‌କୁ ପଠାଇ ଦେଉଥିଲେ।

ପକ୍ଷୀଙ୍କୁ ଟେକା ଫିଙ୍ଗିବା ଅଭ୍ୟାସ୍‌

ଗ୍ରେସ୍‌ଙ୍କ ସମ୍ପର୍କରେ କୁହାଯାଏ ସେ ଉଡୁଥିବା ପକ୍ଷୀଙ୍କୁ ସବୁବେଳେ ଟେକା ଫିଙ୍ଗିଥାନ୍ତି। ଏହା ତାଙ୍କର ଏକ ଅଭ୍ୟାସ୍‌ କହିଲେ ଚଳେ। କିଛି କ୍ରିକେଟ୍‌ ବିଶେଷଜ୍ଞଙ୍କ ମତରେ ଏହି ଅଭ୍ୟାସ କାରଣରୁ ସେ ଉଚ୍ଚକୋଟିର ବୋଲର ଓ ଫିଲଡର ହୋଇପାରିଥିଲେ। ସେ ଯେଉଁଠି ଛିଡା ହୋଇ ଯାଉଥିଲେ ‘ଫିଲ୍ଡ’ର ସେ ସ୍ଥାନରେ ବ୍ୟାର୍ଟ୍ସମ୍ୟାନଙ୍କ ପାଇଁ ପାଚେରୀ ଛିଡା ହୋଇଥିବା ସଦୃଶ୍ୟ ଥିଲା।

ଗ୍ରେସ୍‌ଙ୍କ କୃତିତ୍ୱ

୧. ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ଗ୍ରେସ୍‌ ୩୯.୪୫ ପ୍ରତିଶତରେ ୫୪,୨୧୧ ରନ୍‌ କରିଛନ୍ତି। ଏଥିରେ ୧୨୪ଟି ଶତକ ରହିଛି। ଏହାବାଦ ୧୮.୧୪ ପ୍ରତିଶତରେ ସେ ୨୮୦୯ଟି ୱିକେଟ୍‌ ନେଇଛନ୍ତି। ୪୯ ରନ୍‌ ଦେଇ ସମସ୍ତ ୧୦ଟି ୱିକେଟ୍‌ ନେବାର ରେକର୍ଡ ମଧ୍ୟ କରିଛନ୍ତି।

୨. ଶେଷ ଟେଷ୍ଟ ମ୍ୟାଚ୍‌ ଖେଳିବା ବେଳକୁ ଗ୍ରେସ୍‌ଙ୍କୁ ୫୧ ବର୍ଷ ହୋଇଥିଲା। ୨୨ଟି ଆନ୍ତର୍ଜାତୀୟ ଟେଷ୍ଟରେ ସେ ୩୨.୨୯ ପ୍ରତିଶତରେ ୧୦୯୮ ରନ୍‌ କରିଛନ୍ତି। ଏଥିରେ ୨ଟି ଶତକ ରହିଛି। ସେହିପରି ୨୬.୨୨ ପ୍ରତିଶତରେ ୯ଟି ୱିକେଟ୍‌ ନେଇଛନ୍ତି।

୩. ଗ୍ରେସ୍‌ଙ୍କ ବାପା ଜଣେ ଡାକ୍ତର ଥିଲେ। ଗ୍ରେସ୍‌ ମଧ୍ୟ ଜଣେ ଡାକ୍ତର ହୁଅନ୍ତୁ ବୋଲି ସେ ଚାହୁଁଥିଲେ। ଏଥିପାଇଁ ଗ୍ରେସ୍‌ ୧୮୬୮ରେ ବ୍ରିଷ୍ଟେଲ ମେଡିକାଲ କଲେଜରେ ନାମ ଲେଖାଇଥିଲେ। ହେଲେ କ୍ରିକେଟ୍‌ ଖେଳିବା ଯୋଗୁଁ ତାଙ୍କୁ ମେଡିକାଲ ପରୀକ୍ଷାରେ ପାସ୍‌ ହେବାକୁ ୧୧ ବର୍ଷ ଲାଗିଥିଲା। ଏହାପରେ ଲୋକେ ତାଙ୍କୁ ଡକ୍ତର ଭାବେ ସମ୍ବୋଧିତ କରିବାକୁ ଲାଗିଲେ।

୪. ସେ ୧୩ଟି ମ୍ୟାଚ୍‌ରେ ଇଂଲଣ୍ଡ ଦଳର ଅଧିନାୟକ ଦାୟିତ୍ୱ ତୁଲାଇଥିଲେ।

୫. ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ପ୍ରଥମ ଦ୍ୱିଶତକର ରେକର୍ଡ ତାଙ୍କ ନାଁରେ ରହିଛି।

୬. ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ୫୦ ହଜାର ରନ୍‌ କରିବାର ପ୍ରଥମ ଖେଳାଳି ହେଉଛନ୍ତି ଗ୍ରେସ୍‌।

୭. ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ୧୦୦ରୁ ଅଧିକ ମ୍ୟାଚ୍‌ରେ ୧୦୦ ଶତକ ମାରିବାରେ ସେ ପ୍ରଥମ ଖେଳାଳି।

୮. ଡେବ୍ୟୁ ମ୍ୟାଚ୍‌ରେ ଓ ଇଂଲଣ୍ଡରେ ଶତକ ମାରିବାରେ ସେ ହେଉଛନ୍ତି ପ୍ରଥମ ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍‌।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story