ବିରାଟଙ୍କ ବିନା କେମିତି ଅଷ୍ଟ୍ରେଲିଆକୁ ହରାଇଲା ଭାରତ, ରାହଣେ ଏମିତି କ’ଣ କଲେ?

ବ୍ରିସବେନ: ଯେତେବେଳେ ଭାରତକୁ ୩ ଦିନ ମଧ୍ୟରେ ଆଡେଲେଡ ଟେଷ୍ଟରେ ଲଜ୍ଜାଜନକ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା ଓ ନିୟମିତ ଅଧିନାୟକ ବିରାଟ କୋହଲି ପିତୃତ୍ୱ ଛୁଟି ନେଇ ଭାରତ ଫେରିଥିଲେ ସେତେବେଳେ ହିଁ ଅଜିଙ୍କ୍ୟ ରାହଣେ ଟିମ୍‌ ଇଣ୍ଡିଆର ମଙ୍ଗ ସମ୍ଭାଳିଥିଲେ। ସବୁ ପ୍ରକାରର ପ୍ରତିକୂଳ ପରିସ୍ଥିତି ମଧ୍ୟରେ ବରିଷ୍ଠ ଖେଳାଳି ଆହତ ହେବା ରାହଣେଙ୍କ ଚିନ୍ତା ବଢ଼ାଇ ଦେଇଥିଲା। ତଥାପି ସେ ହାର ମାନି ନଥିଲେ। ପ୍ରଥମେ ବକ୍ସିଂ ଡେ’ ଟେଷ୍ଟରେ ଶତକ କରି […]

fy

fy

Hemant Lenka
  • Published: Tuesday, 19 January 2021
  • Updated: 19 January 2021, 10:10 PM IST

Sports

Latest News

ବ୍ରିସବେନ: ଯେତେବେଳେ ଭାରତକୁ ୩ ଦିନ ମଧ୍ୟରେ ଆଡେଲେଡ ଟେଷ୍ଟରେ ଲଜ୍ଜାଜନକ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା ଓ ନିୟମିତ ଅଧିନାୟକ ବିରାଟ କୋହଲି ପିତୃତ୍ୱ ଛୁଟି ନେଇ ଭାରତ ଫେରିଥିଲେ ସେତେବେଳେ ହିଁ ଅଜିଙ୍କ୍ୟ ରାହଣେ ଟିମ୍‌ ଇଣ୍ଡିଆର ମଙ୍ଗ ସମ୍ଭାଳିଥିଲେ।

ସବୁ ପ୍ରକାରର ପ୍ରତିକୂଳ ପରିସ୍ଥିତି ମଧ୍ୟରେ ବରିଷ୍ଠ ଖେଳାଳି ଆହତ ହେବା ରାହଣେଙ୍କ ଚିନ୍ତା ବଢ଼ାଇ ଦେଇଥିଲା। ତଥାପି ସେ ହାର ମାନି ନଥିଲେ। ପ୍ରଥମେ ବକ୍ସିଂ ଡେ’ ଟେଷ୍ଟରେ ଶତକ କରି ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ମ୍ୟାଚ୍‌ରେ ଦଳକୁ ଜିତାଇଥିଲେ। ଏହାପରେ ସିଡ୍‌ନୀରେ ମ୍ୟାଚ୍‌ ଡ୍ର କରାଇ ହନୁମା ବିହାରୀ ଓ ରବିଚନ୍ଦ୍ର ଅଶ୍ୱିନ ଭାରତକୁ ସିରିଜ୍‌ରେ ଜୀବିତ ରଖିଥିଲେ।

ଶେଷରେ ଗାବା ଟେଷ୍ଟରେ ଭାରତ ଚମତ୍କାର ବିଜୟ ହାସଲ କରି ୨-୧ରେ ବର୍ଡର ଗାଭାସ୍କର ଟ୍ରଫି ଜିତିଛି। ଏହି ମ୍ୟାଚ୍‌ର ଦ୍ୱିତୀୟ ଇନିଂସ୍‌ ବେଶ ରୋମାଞ୍ଚକ ରହିଥିଲା। ଋଷଭ ପନ୍ତଙ୍କ ଅପରାଜିତ ୮୯, ଶୁବମନ ଗିଲଙ୍କ ୯୧ ଓ ଚେତେଶ୍ୱର ପୂଜାରାଙ୍କ ଧୈର୍ଯ୍ୟପୂର୍ଣ୍ଣ ୫୬ ରନ୍‌ ବଳରେ ଭାରତ ବିଜୟ ହାସଲ କରିଛି।

ତେବେ ବିରାଟଙ୍କ ଅନୁପସ୍ଥିତିରେ ରାହଣେ ଏମିତି କ’ଣ କଲେ ଯେ ଭାରତ ସିରିଜ ଜିତିଲା, ତା’କୁ ନେଇ ଚର୍ଚ୍ଚା। ଏ ସମ୍ପର୍କରେ ଖୋଦ ରାହଣେ ମ୍ୟାଚ୍‌ ପରେ ଆୟୋଜିତ ପ୍ରେସ କନଫରେନ୍ସରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସବୁ ଖେଳାଳିଙ୍କ ଯୋଗଦାନ ଯୋଗୁ ମୁଁ ସଫଳ ଅଧିନାୟକ ଭାବେ ସିରିଜ ଜିତିବାର ଗୌରବ ହାସଲ କରିଛି। ଦେଶର ନେତୃତ୍ୱ ନେବା ସମ୍ମାନର କଥା। ଏହି ସଫଳତା ମୋର ନୁହେଁ, ପୂରା ଟିମ୍‌ର। ମୁଁ ସଫଳ ହେଲି, କାରଣ ସବୁ ଖେଳାଳି ସେମାନଙ୍କ ଯୋଗଦାନ ଦେଲେ।

ଏହି ମଇଦାନରେ ଆମକୁ ଆମର କୌଶଳ ଓ ସଂଘର୍ଷ ଦେଖାଇବାକୁ ଥିଲା। ଆମର ସବୁ ଖେଳାଳି ଠିକଣା ସମୟରେ ଭଲ ପ୍ରଦର୍ଶନ କରିଛନ୍ତି। ଆଡେଲେଡ ଟେଷ୍ଟ ପରେ ବାସ୍ତବରେ ଆମ ଏକାଧିକ ଚ୍ୟାଲେଞ୍ଜ ସୃଷ୍ଟି ହୋଇଥିଲା। ଆମେ କେବେ ହେଲେ ମ୍ୟାଚ୍‌ର ରେଜଲ୍ଟ କ’ଣ ହେବ, ସେକଥା ଅଧିକ ଭାବି ନ ଥାଉ।

ଆମେ କେବଳ ଭଲ କ୍ରିକେଟ ଖେଳିବାକୁ ଲକ୍ଷ୍ୟ ରଖିଥାଉ। ବିଜୟର ଶ୍ରେୟ ପୂରା ଟିମ୍‌ ମ୍ୟାନେଜମେଣ୍ଟ ସହ ଦଳର ସବୁ ଖେଳାଳିଙ୍କୁ ଯାଉଛି। ଶୁବମନ ଗିଲ ୩ଟି ଯାକ ମ୍ୟାଚରେ ଯେଉଁ ଭଳି ବ୍ୟାଟିଂ କରିଛନ୍ତି, ତାହା ପ୍ରଶଂସାଯୋଗ୍ୟ। ସେ ଗୋଟିଏ ଭଲ ସୁଯୋଗ ଅପେକ୍ଷାରେ ରହିଥିଲେ। ଅତ୍ୟଧିକ ଚାପରେ ମଧ୍ୟରେ ସେ ଶାନ୍ତ ରହିଥିଲେ ଓ ଆଜି ସେ କ’ଣ କରିପାରନ୍ତି, ତାହା ସମସ୍ତଙ୍କୁ ଦେଖାଇ ଦେଲେ।

ଆମେ ସମସ୍ତେ ୱାଶିଂଟନ ସୁନ୍ଦରଙ୍କ ବୋଲିଂ ବିଷୟରେ ଜାଣିଛେ। ହେଲେ ସେ ଗାବା ଟେଷ୍ଟର ପ୍ରଥମ ଇନିଂସ୍‌ରେ ଶାର୍ଦ୍ଦୁଲ ଠାକୁରଙ୍କ ସହ ମିଶି ଯେମିତି ବ୍ୟାଟିଂ କଲେ, ତା’ହା ନିଶ୍ଚିତ ଭାବେ ଆମ ପାଇଁ ଭଲ ଖବର। ସେ ନିଜର ଗୋଟିଏ ମାନଦଣ୍ଡ ନିଜେ ସେଟ୍‌ କରିଛନ୍ତି। ମୋର ବିଶ୍ୱାସ ସେ ଆଗକୁ ମଧ୍ୟ ଏହି ଧାରାରେ ବଢ଼ିବେ ବୋଲି ରାହଣେ କହିଛନ୍ତି। ଏଥିସହ ସେ ପନ୍ତ ଓ ପୂଜାରାଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story