କୋଚ ହେବା ପରେ ଭିଡିଓ ଛାଡ଼ି କ’ଣ କହିଲେ ଶାସ୍ତ୍ରୀ

ଆଣ୍ଟିଗୁଆ: ଟିମ୍‌ ଇଣ୍ଡିଆର କୋଚ ଭାବେ କପିଲ ଦେବଙ୍କ ନେତୃତ୍ୱାଧୀନ କମିଟି ରବି ଶାସ୍ତ୍ରୀଙ୍କୁ ଚୟନ କରିଛନ୍ତି। ସେ ୨୦୨୧ ଯାଏ କୋଚ ପଦରେ ରହିବେ। ଏବେ ରବି ଶାସ୍ତ୍ରୀ ଟିମ୍‌ ସହ ୱେଷ୍ଟଇଣ୍ଡିଜ୍‌ରେ ରହିଛନ୍ତି। ନୂଆ ନିଯୁକ୍ତି ପରେ ଶାସ୍ତ୍ରୀ ଏକ ଭିଡିଓ ପୋଷ୍ଟ କରି କିପଲ ଦେବଙ୍କ ନେତୃତ୍ୱରେ ଗଠିତ ଟିମ୍‌କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, “ପ୍ରଥମେ ମୁଁ ସିଏସିକୁ ଧନ୍ୟବାଦ ଦେବି। ଏଥିସହ କପିଲ, ଅଂଶୁମାନ ଓ ସାନ୍ତା(ସିଏସି ସଦସ୍ୟ) ଉପରେ […]

u

Hemant Lenka
  • Published: Saturday, 17 August 2019
  • , Updated: 17 August 2019, 04:53 PM IST

ଆଣ୍ଟିଗୁଆ: ଟିମ୍‌ ଇଣ୍ଡିଆର କୋଚ ଭାବେ କପିଲ ଦେବଙ୍କ ନେତୃତ୍ୱାଧୀନ କମିଟି ରବି ଶାସ୍ତ୍ରୀଙ୍କୁ ଚୟନ କରିଛନ୍ତି। ସେ ୨୦୨୧ ଯାଏ କୋଚ ପଦରେ ରହିବେ। ଏବେ ରବି ଶାସ୍ତ୍ରୀ ଟିମ୍‌ ସହ ୱେଷ୍ଟଇଣ୍ଡିଜ୍‌ରେ ରହିଛନ୍ତି।

ନୂଆ ନିଯୁକ୍ତି ପରେ ଶାସ୍ତ୍ରୀ ଏକ ଭିଡିଓ ପୋଷ୍ଟ କରି କିପଲ ଦେବଙ୍କ ନେତୃତ୍ୱରେ ଗଠିତ ଟିମ୍‌କୁ ଧନ୍ୟବାଦ ଜଣାଇଛନ୍ତି।

ସେ କହିଛନ୍ତି, “ପ୍ରଥମେ ମୁଁ ସିଏସିକୁ ଧନ୍ୟବାଦ ଦେବି। ଏଥିସହ କପିଲ, ଅଂଶୁମାନ ଓ ସାନ୍ତା(ସିଏସି ସଦସ୍ୟ) ଉପରେ ଭରାସା ଦେଖାଇ ଆଉ ୨୬ ମାସ କାମ କରିବାର ସୁଯୋଗ ଦେଇଥିବାରୁ ମୁଁ ସେମାନଙ୍କୁ କୃତଜ୍ଞତା ଜଣାଉଛି।

ଟିମ୍‌ ଇଣ୍ଡିଆର ପାଇଁ କାମ କରିବା ସମ୍ମାନ ଓ ଗର୍ବର ବିଷୟ। ଗତ ୪ରୁ ୫ ବର୍ଷ ମଧ୍ୟରେ ଟିମ୍‌ ଇଣ୍ଡିଆ ଫିଲ୍ଡିଂ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଏବେ ବିଶ୍ୱରେ ଫିଲ୍ଡିଂ କ୍ଷେତ୍ରରେ ଆମେ ୧ ନଂ। ବର୍ତ୍ତମାନର ଟିମ୍‌ ନିଶ୍ଚିତ ଭାବେ ନିଜର ଛାପ ଛାଡ଼ି ଯିବ ବୋଲି ମୋର ଆଶା। ”

Related story