ବିରୁଷ୍କାଙ୍କ ରିସେପ୍‌ସନ୍‌ ପାର୍ଟିରେ ସର୍ବପ୍ରଥମେ ପହଞ୍ଚିଥିଲେ ଏହି କ୍ରିକେଟର୍‌: ଜାଣନ୍ତୁ କେଉଁ କେଉଁ ଖେଳାଳି ନିଜ ପତ୍ନୀଙ୍କ ସହ ଆସିଥିଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁମ୍ବାଇରେ ବିରୁଷ୍କାଙ୍କ ଦ୍ୱିତୀୟ ରିସେପସନ୍‌ ପାର୍ଟି ଗତକାଲି ରାତିରେ ଶେଷ ହୋଇଯାଇଛି। ମୁମ୍ବାଇରେ ହୋଇଥିବା ଏହି  ଗ୍ରାଣ୍ଡ ରିସେପସନ୍‌ ପାର୍ଟିରେ ୩ ଶହରୁ ଅଧିକ ଅତିଥି ଯୋଗ ଦେଇଥିଲେ। ଫିଲ୍ମ ଓ କ୍ରିକେଟ ଜଗତର ବିଶିଷ୍ଟ ବ୍ୟକ୍ତିଙ୍କ ସହ ବ୍ୟବସାୟୀ ଏବଂ ରାଜନେତା ମଧ୍ୟ ଏହି ପାର୍ଟିରେ ଯୋଗ ଦେଇଥିଲେ। କିନ୍ତୁ ଏହି ପାର୍ଟିରେ ପ୍ରଥମେ ପହଞ୍ଚିଥିଲେ ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର୍‌ ଓ କୋଚ୍ ପଦରେ ରହିସାରିଥିବା ସନ୍ଦିପ ପାଟିଲ୍‌। ସନ୍ଦିପ ପାଟିଲ୍‌ […]

_6a1f0ade-ea64-11e7-ad70-11504944e689

_6a1f0ade-ea64-11e7-ad70-11504944e689

Rakesh Mallick
  • Published: Wednesday, 27 December 2017
  • Updated: 27 December 2017, 08:50 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁମ୍ବାଇରେ ବିରୁଷ୍କାଙ୍କ ଦ୍ୱିତୀୟ ରିସେପସନ୍‌ ପାର୍ଟି ଗତକାଲି ରାତିରେ ଶେଷ ହୋଇଯାଇଛି। ମୁମ୍ବାଇରେ ହୋଇଥିବା ଏହି  ଗ୍ରାଣ୍ଡ ରିସେପସନ୍‌ ପାର୍ଟିରେ ୩ ଶହରୁ ଅଧିକ ଅତିଥି ଯୋଗ ଦେଇଥିଲେ। ଫିଲ୍ମ ଓ କ୍ରିକେଟ ଜଗତର ବିଶିଷ୍ଟ ବ୍ୟକ୍ତିଙ୍କ ସହ ବ୍ୟବସାୟୀ ଏବଂ ରାଜନେତା ମଧ୍ୟ ଏହି ପାର୍ଟିରେ ଯୋଗ ଦେଇଥିଲେ। କିନ୍ତୁ ଏହି ପାର୍ଟିରେ ପ୍ରଥମେ ପହଞ୍ଚିଥିଲେ ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର୍‌ ଓ କୋଚ୍ ପଦରେ ରହିସାରିଥିବା ସନ୍ଦିପ ପାଟିଲ୍‌।

ସନ୍ଦିପ ପାଟିଲ୍‌ ତାଙ୍କ ପତ୍ନୀଙ୍କ ସହ ପ୍ରଥମେ ବିରୁଷ୍କାଙ୍କ ରିସେପସନ୍‌ ପାର୍ଟିରେ ପହଞ୍ଚିଥିଲେ। ଏହାପରେ ଅତିଥିଙ୍କ ଲମ୍ବା ଲାଇନ ଲାଗିଥିଲା। ଅନେକ କ୍ରିକେଟର, ବ୍ୟବସାୟୀ, ନେତା ଓ ମନ୍ତ୍ରୀଙ୍କ ସମେତ ବଲିଉଡର ଅନେକ ନାମୀ କଳାକାର ଯୋଗଦେଇଥିଲେ।

 ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ ଏହି ପାର୍ଟିରେ ଅନେକ କ୍ରିକେଟର୍‌ ଓ ପୂର୍ବତନ କ୍ରିକେଟର୍‌ ସାମିଲ ହୋଇଥିଲେ, ଯେଉଁମାନେ ସେମାନଙ୍କର ପତ୍ନୀଙ୍କ ସହ ପହଞ୍ଚିଥିଲେ। ଏହି ଲିଷ୍ଟରେ ଅଛନ୍ତି ସଚିନ ତେନ୍ଦୁଲକର, ରୋହିତ ଶର୍ମା, ଧୋନୀ, ଜାହିର ଖାନ୍‌, ଅନିଲ କୁମ୍ବଲେ ଏବଂ ଗାଭାସ୍କର। ଏହି କ୍ରିକେଟର୍‌ ନିଜ ନିଜ ପତ୍ନୀଙ୍କ ସହ ପାର୍ଟିରେ ପହଞ୍ଚିଥିଲେ।

https://youtu.be/1BQHpjQ2ULA

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos