ସୁପର୍ ଫୋର୍‌ରେ କିଏ ଜିତିବ? ଭାରତ ନା ପାକିସ୍ତାନ

ଦୁବାଇ: ଏସିଆ କପ୍‌ର ସୁପର୍-୪ରେ ଆଜି ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ। ଭାରତୀୟ ସମୟ ଅପରାହ୍ନ ୫ଟାରେ ଦୁବାଇରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ମଇଦାନକୁ ଓହ୍ଲାଇବେ। ଲିଗ୍‌ ପର୍ଯ୍ୟାୟରେ ପାକିସ୍ତାନକୁ ଏକତରଫା ଭାବେ ଭାରତ ପରାସ୍ତ କରିଥିଲା। ଆଜି ପାକିସ୍ତାନ ନିଶ୍ଚିତ ଏହାର ପ୍ରତିଶୋଧ ନେବାକୁ ଉଦ୍ୟମ କରିବ। ଅନ୍ୟପକ୍ଷରେ ଏସିଆ କପ୍‌ରେ ଅପରାଜେୟ ଥିବା ଟିମ୍‌ ଇଣ୍ଡିଆ ନିଜର ବିଜୟଧାରାକୁ ଅତୁଟ ରଖିବାକୁ ଚାହିଁବ। ଏହି ମ୍ୟାଚ୍‌କୁ ଜିତି ଟିମ୍‌ ଇଣ୍ଡିଆ ଏସିଆ […]

kkk

kkk

Jitendra Garnayak
  • Published: Sunday, 23 September 2018
  • Updated: 23 September 2018, 04:03 AM IST

ଦୁବାଇ: ଏସିଆ କପ୍‌ର ସୁପର୍-୪ରେ ଆଜି ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ। ଭାରତୀୟ ସମୟ ଅପରାହ୍ନ ୫ଟାରେ ଦୁବାଇରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ମଇଦାନକୁ ଓହ୍ଲାଇବେ।

ଲିଗ୍‌ ପର୍ଯ୍ୟାୟରେ ପାକିସ୍ତାନକୁ ଏକତରଫା ଭାବେ ଭାରତ ପରାସ୍ତ କରିଥିଲା। ଆଜି ପାକିସ୍ତାନ ନିଶ୍ଚିତ ଏହାର ପ୍ରତିଶୋଧ ନେବାକୁ ଉଦ୍ୟମ କରିବ।

ଅନ୍ୟପକ୍ଷରେ ଏସିଆ କପ୍‌ରେ ଅପରାଜେୟ ଥିବା ଟିମ୍‌ ଇଣ୍ଡିଆ ନିଜର ବିଜୟଧାରାକୁ ଅତୁଟ ରଖିବାକୁ ଚାହିଁବ। ଏହି ମ୍ୟାଚ୍‌କୁ ଜିତି ଟିମ୍‌ ଇଣ୍ଡିଆ ଏସିଆ କପ୍‌ ଫାଇନାଲ୍‌ ଟିକେଟ୍‌ ହାସଲ କରିବାକୁ ଜୋରଦାର ଉଦ୍ୟମ କରିବ।

ତେଣୁ ଆଜିର ମ୍ୟାଚ୍‌ ଲିଗ୍‌ ମ୍ୟାଚଠାରୁ ଅଧିକ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି।

ଭାରତୀୟ ଟିମ୍‌ କେବଳ ହଂକଂ ବିପକ୍ଷ ପ୍ରଥମ ମ୍ୟାଚ୍‌କୁ ଛାଡ଼ି ଦେଲେ ପାକିସ୍ତାନ ଓ ବାଂଲାଦେଶ ବିପକ୍ଷରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଜବରଦସ୍ତ ପ୍ରଦର୍ଶନ କରିଛି। ହଂକଂ ବିପକ୍ଷରେ ପ୍ରଭାବହୀନ ବୋଲିଂ କରିଥିବା ଭାରତୀୟ ବୋଲର୍‌ ପାକିସ୍ତାନ ବିପକ୍ଷରେ ଭଲ ପ୍ରଦର୍ଶନ କରିଥିଲେ। ଆଜି ବି ଦଳର ଉଭୟ ବ୍ୟାଟିଂ ଓ ବୋଲିଂ ଭଲ ରହିବ ବୋଲି ଆଶା କରାଯାଉଛି।

ସୂଚନାଯୋଗ୍ୟ, ଏସିଆ କପ୍‌ରେ ପାକିସ୍ତାନ ତୁଳନାରେ ଭାରତ ପଲା ଭାରୀ ରହିଛି। ଉଭୟ ୧୩ ଥର ମୁହାଁମୁହିଁ ହୋଇଥିବା ବେଳେ ଭାରତ ୭ ଥର ଜିତିଛି। ସେହିପରି ପାକିସ୍ତାନ ୫ ଥର ଜିତିଥିବା ବେଳେ ଗୋଟିଏ ମ୍ୟାଚ୍‌ର ଫଳାଫଳ ବାହାରି ପାରି ନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos